ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଗିରଫ

କୋରାପୁଟ/ନାରାୟଣପାଟଣା,୨୮ା୯(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଜଣେ ଦିନ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ନଜରକୁ ଆସିଛି। ଏନେଇ ଗୁରୁବାର ହଡ଼ପକାରୀଙ୍କୁ ନାରାୟଣପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବାଲିପେଟା ଗ୍ରାମର ଧରମା ରାଜୁ ସୁବୁଦ୍ଧି। ଦୀର୍ଘବର୍ଷ ଧରି ଶ୍ରମିକ କାର୍ଡଧାରୀଙ୍କ ଆଖିରେ ଧୂଳି ଦେଇ ଧରମା ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା। ଶ୍ରମିକ କାର୍ଡଧାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ଅଧିକାଂଶ ଲୋକ ଜାଣି ନ ଥିବା ବେଳେ ତାହାର ଫାଇଦା ଉଠାଉ ଥିଲେ ଧରମା। ଏମିତିକି କାର୍ଡଧାରୀଙ୍କୁ ମିଳୁଥିବା ଅର୍ଥ ରାଶିକୁ ଅଧା ଦେଇ ବଳକା ଅଧା ଅର୍ଥ ରାଶିକୁ ବିଭିନ୍ନ ଆଳ ଦେଖାଇ ନିଜେ ରଖୁଥିଲେ। ଏହାକୁ ନେଇ ଜୟପୁର ଲେବର ଅଫିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଘଟଣାକୁ ଜାଣି ମଧ୍ୟ ମୋଟା ଅଙ୍କରେ ଟଙ୍କା ନେଇ ଚୁପ୍‌ ରହୁଥିଲେ ଲେବର ଅଫିସର। କିନ୍ତୁ ଆଜି ତାଙ୍କ କାର୍ଯ୍ୟକଳାପ ପୋଲିସ ହାତରେ ଧରାପଡ଼ିଛି।

ସୂଚନା ଥାଉକି, ପୋଡାପଦର ପଞ୍ଚାୟତ ସାମନା ଗ୍ରାମର ଜଣେ ଲେବର କାର୍ଡଧାରୀ ତାଙ୍କର ଝିଅ ବିବାହ କରିଥିବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ୫୦,୦୦୦ ଟଙ୍କା ମିଳିଥିଲା। କିନ୍ତୁ ଜୋର୍‌ ଜବରଦସ୍ତ ତାଙ୍କ ଟଙ୍କାରୁ ଅଧା ଟଙ୍କା ଜୟପୁର ଅଫିସରେ ଦେବାକୁ ପଡ଼ିବ କହି ନେଇ ଯାଇଥିଲେ ଧରମା। ଖାଲି ସେହି ବ୍ୟକ୍ତିଙ୍କଠାରୁ ନୁହେଁ ବରଂ ପାଖ ଗ୍ରାମର ଅନେକ ପରିବାରଙ୍କଠାରୁ ମଧ୍ୟ ଅଧା ଟଙ୍କା ନେଇଥିବା ବେଳେ ଆଜି ନାରାୟଣପାଟଣା ଥାନାରେ ସମୂହ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ନାରାୟଣପାଟଣା ପୋଲିସ ତଦନ୍ତ କରି ଧରମାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri