Posted inଜାତୀୟ

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ବଢାଇବ ମୋଦି ସରକାରଙ୍କ ଟେନସନ୍‌, ଭାଜପା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ ସଭରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଏହାକୁ ସଂଯୁକ୍ତ ସଂସଦୀୟ କମିଟି (ଜେପିସି)କୁ ବିସ୍ତୃତ ଆଲୋଚନା ପାଇଁ ପଠାଯିବ। ଏହି ପ୍ରସଙ୍ଗରେ ରାମନାଥ କୋବିନ୍ଦ କମିଟିକୁ ୪୭ ଟି ରାଜନୈତିକ ଦଳ ନିଜ ରାୟ ଦେଇଥିଲେ। ଏଥିମଧ୍ୟରୁ ୩୨ ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ଏହାକୁ ବିରୋଧ କରିଥଲେ।

ଭାଜପା ନେତୃତ୍ୱାଧୀନ ସରକାର ହୁଏତ ଏହି ବିଲ୍‌ ଆଗତ କରିଥିବେ, କିନ୍ତୁ ଏହାକୁ ପାରିତ କରିବା ଏକ ଚ୍ୟାଲେଞ୍ଜ ହେବ। ଏହି ବିଲ୍‌ ପାସ କରିବାକୁ ଅତିକମରେ ଦୁଇ-ତୃତୀୟାଂଶ ଭୋଟ ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଏନଡିଏରେ କେବଳ ଏକ ସଂଖ୍ୟାଗରିଷ୍ଠତା ରହିଛି। ପ୍ରଥମ ଥର ପାଇଁ ଏହି ବିଲ୍‌ ପ୍ରଣୟନ ପାଇଁ ସଂସଦରେ ଇଲେକ୍ଟ୍ରୋନିକ ମେସିନ ଭୋଟିଂ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସରକାରଙ୍କ ସପକ୍ଷରେ ୨୬୯ ଭୋଟ ା ଏବଂ ସରକାରଙ୍କ ବିରୋଧରେ ୧୯୮ ଭୋଟ ଦିଆଯାଇଛି।

ବର୍ତ୍ତମାନ ଲୋକ ସଭାରେ ଭାଜପାର ୨୪୦ ଏବଂ ଏନଡିଏ ୨୯୩ ଏମ୍‌ପି ଅଛନ୍ତି। ସେମାନଙ୍କ ଉପସ୍ଥିତି ପାଇଁ ତିନି ଧାଡି ହ୍ବିପ୍‌ ଜାରି କରାଯିବା ସତ୍ତ୍ୱେ ଏହି ପ୍ରସ୍ତାବ ଉପସ୍ଥାପିତ ହେବାପରେ ଶାସକ ଦଳର ବହୁ ଏମ୍‌ପି ଅନୁପସ୍ଥିତ ରହିଥିଲେ। ଭୋଟ ସମୟରେ ୨୦ ଜଣ ଏମ୍‌ପି ଲୋକ ସଭାରେ ଅନୁପସ୍ଥିତ ରହିଥିଲେ। ଏହି ୨୦ ଏମ୍‌ପିଙ୍କୁ ଦଳ କାରଣ ଦର୍ଶାଅ ନୋଟିସ ଜାରି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri