Posted inଜାତୀୟ

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ବାର୍ଥ ପାଇଁ ଶିଶୁଙ୍କୁ ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ସବୁ ସମ୍ପର୍କକୁ ଭାଙ୍ଗିଦେଇଥାଏ। ମାନବିକତାକୁ ଲଜ୍ଜିତ କରିଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାର ହୁଜୁରବାଦରେ। ଜଣେ ଆଇ ଋଣ ପରିଶୋଧ ପାଇଁ ନିଜର ମାସକ ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ସୂଚନାଯୋଗ୍ୟ, କରୀମନଗର ଜିଲାର ବିଣାବଙ୍କା ଗ୍ରାମର ପ୍ରଜ୍ଞା ଓ ରମେଶଙ୍କ ଗତ ୪ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ପ୍ରଜ୍ଞାଙ୍କ ପରିବାର ଲୋକ ବିରୋଧ କରିଥିଲେ। ତେବେ ମାସକ ପୂର୍ବରୁ ହାଇଦ୍ରାବାରେ ପ୍ରଜ୍ଞା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନିକଟରେ ପଜ୍ଞା ସନ୍ତାନକୁ ନେଇ ନିଜ ବାପଘରକୁ ଆସିଥିଲେ। ଗତ ୪ଦିନ ତଳେ ପଜ୍ଞାଙ୍କ ମା’ କନକମ୍ମା ଉକ୍ତ ଶିଶୁଙ୍କୁ ପେଡାପଲ୍ଲି ଜିଲାର ଜଣେ ବ୍ୟକ୍ତିଙ୍କୁ ୧ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାପରେ ଘରୁ ଉକ୍ତ ଶିଶୁ ନିଖୋଜ ହୋଇଯାଇଛି ବୋଲି କନକମ୍ମା ପ୍ରଜ୍ଞାଙ୍କୁ କହିଥିଲେ। କିନ୍ତୁ ପ୍ରଜ୍ଞାଙ୍କୁ ମା’ଙ୍କ କଥାରେ ବିଶ୍ୱାସ ହୋଇ ନ ଥିଲା ଏବଂ ସେ ନିଜେ ପତ୍ତା ଲଗାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ତାଙ୍କ ମା’ଙ୍କ ମିଛ ପଦାରେ ପଡ଼ିଥିଲା। ଏନେଇ ପ୍ରଜ୍ଞା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କନକମ୍ମାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଓ ଶିଶୁଙ୍କୁ ଖୋଜିବାରେ ଲାଗିପଡ଼ିଛି ପୋଲିସ। ତେବେ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ଝିଅର ପ୍ରେମ ବିବାହ ବିରୋଧରେ ଥିବା ସହ ଆର୍ଥିକ ଅନାଟନ ଯୋଗୁ ସେ ନିଜ ନାତୁଣୀଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କନକମ୍ମା କହିଛନ୍ତି। ତେବେ ଏଭଳି କେତେକ ଖଳପ୍ରକୃତିର ଲୋକଙ୍କ ପାଇଁ ସଭ୍ୟ ସମାଜ କଳଙ୍କିତ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri