Posted inଜାତୀୟ

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ବାର୍ଥ ପାଇଁ ଶିଶୁଙ୍କୁ ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ସବୁ ସମ୍ପର୍କକୁ ଭାଙ୍ଗିଦେଇଥାଏ। ମାନବିକତାକୁ ଲଜ୍ଜିତ କରିଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାର ହୁଜୁରବାଦରେ। ଜଣେ ଆଇ ଋଣ ପରିଶୋଧ ପାଇଁ ନିଜର ମାସକ ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ସୂଚନାଯୋଗ୍ୟ, କରୀମନଗର ଜିଲାର ବିଣାବଙ୍କା ଗ୍ରାମର ପ୍ରଜ୍ଞା ଓ ରମେଶଙ୍କ ଗତ ୪ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ପ୍ରଜ୍ଞାଙ୍କ ପରିବାର ଲୋକ ବିରୋଧ କରିଥିଲେ। ତେବେ ମାସକ ପୂର୍ବରୁ ହାଇଦ୍ରାବାରେ ପ୍ରଜ୍ଞା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନିକଟରେ ପଜ୍ଞା ସନ୍ତାନକୁ ନେଇ ନିଜ ବାପଘରକୁ ଆସିଥିଲେ। ଗତ ୪ଦିନ ତଳେ ପଜ୍ଞାଙ୍କ ମା’ କନକମ୍ମା ଉକ୍ତ ଶିଶୁଙ୍କୁ ପେଡାପଲ୍ଲି ଜିଲାର ଜଣେ ବ୍ୟକ୍ତିଙ୍କୁ ୧ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାପରେ ଘରୁ ଉକ୍ତ ଶିଶୁ ନିଖୋଜ ହୋଇଯାଇଛି ବୋଲି କନକମ୍ମା ପ୍ରଜ୍ଞାଙ୍କୁ କହିଥିଲେ। କିନ୍ତୁ ପ୍ରଜ୍ଞାଙ୍କୁ ମା’ଙ୍କ କଥାରେ ବିଶ୍ୱାସ ହୋଇ ନ ଥିଲା ଏବଂ ସେ ନିଜେ ପତ୍ତା ଲଗାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ତାଙ୍କ ମା’ଙ୍କ ମିଛ ପଦାରେ ପଡ଼ିଥିଲା। ଏନେଇ ପ୍ରଜ୍ଞା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କନକମ୍ମାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ଓ ଶିଶୁଙ୍କୁ ଖୋଜିବାରେ ଲାଗିପଡ଼ିଛି ପୋଲିସ। ତେବେ ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ଝିଅର ପ୍ରେମ ବିବାହ ବିରୋଧରେ ଥିବା ସହ ଆର୍ଥିକ ଅନାଟନ ଯୋଗୁ ସେ ନିଜ ନାତୁଣୀଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କନକମ୍ମା କହିଛନ୍ତି। ତେବେ ଏଭଳି କେତେକ ଖଳପ୍ରକୃତିର ଲୋକଙ୍କ ପାଇଁ ସଭ୍ୟ ସମାଜ କଳଙ୍କିତ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ।...

ଅନିଲ ବିଜଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ

ଚଣ୍ଡିଗଡ଼,୧୪ ।୧୨: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନାରେ ସଂକ୍ରମିତ ହୋଇଥିଲେ । ରବିବାର ତାଙ୍କୁ ପିଜିଆଇଏମ୍‌ଏସ୍ ହସ୍ପିଟାଲର ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

କରୋନା ଭାଇରସ ଯୋଗୁ କ୍ୟାସ୍‌ଲେସ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚି ସାରିଥିବା ବେଳେ ଭାରତରେ ମଧ୍ୟ ଏହା ପହଞ୍ଚି ଯାଇଛି। ସମୟ କ୍ରମେ ଭାରତରେ ଏହା କାୟା...

‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ...

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌...

ଶିନ୍ଦେଙ୍କ ଗଣପତି କୂଟନୀତି…

ମୁମ୍ବାଇ, ୪।୯ : ଗଣେଶ ପୂଜା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣପତି କୂଟନୀତି ଆରମ୍ଭ କରିଛନ୍ତି। ତାଙ୍କ ବାସଭବନରେ ଗଣପତିଙ୍କର ଏକ ପ୍ରତିମୂର୍ତ୍ତି...

ଭୋଟର ତାଲିକା ବିନା କିଭଳି ହେବ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ, ମନୀଷ ତିଓ୍ବାରୀଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ, ୩୧।୮ : କଂଗ୍ରେସର ବରିଷ୍ଠ ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

Advertisement
Archives

Model This Week