Posted inଜାତୀୟ

ଦେଶରେ ଏକ ଲକ୍ଷ କୋଟିର ଶତ୍ରୁ ସମ୍ପତ୍ତି : ବିକ୍ରି ପ୍ରକ୍ରିୟା ଆରମ୍ଭ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୦।୩ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ଶତ୍ରୁ ସମ୍ପତ୍ତିର ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ହେଉଛି ପାକିସ୍ତାନ ଏବଂ ଚାଇନା ସହିତ ଯୁଦ୍ଧ ପରେ ସେଠାରେ ନାଗରିକତ୍ୱ ନେଇଥିବା ଲୋକମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଅସ୍ଥାବର ସମ୍ପତ୍ତି।

ଏକ ବିଜ୍ଞପ୍ତି ଅନୁଯାୟୀ, ଶତ୍ରୁ ସମ୍ପତ୍ତିର ବିକ୍ରି ପାଇଁ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରାଯାଇଛି। ଏହା ଅନ୍ତର୍ଗତ ସମ୍ପତ୍ତି ବିକ୍ରୟ ପୂର୍ବରୁ ଜିଲା ମାଜିଷ୍ଟ୍ରେଟ କିମ୍ବା ଡେପୁଟି କମିଶନରଙ୍କ ସହାୟତାରେ ଶତ୍ରୁ ସମ୍ପତ୍ତି ଖାଲି କରିବାର ପ୍ରକ୍ରିୟା ଆରମ୍ଭ ହେବ। ବିଜ୍ଞପ୍ତି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଶତ୍ରୁ ସମ୍ପତ୍ତିର ମୂଲ୍ୟ ୧ କୋଟିରୁ କମ ମୂଲ୍ୟ କ୍ଷେତ୍ରରେ, ଏହାର ରକ୍ଷାଣବେକ୍ଷଣ କରୁଥିବା ଦଖଲକାରୀଙ୍କୁ କ୍ରୟ କରିବାକୁ ପ୍ରଥମେ ଅଫର୍‌ ପ୍ରଦାନ କରାଯିବ। ଯଦି କ୍ରୟ ଅଫର ଦଖଲକାରୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଏ, ତେବେ ଶତ୍ରୁ ସମ୍ପତ୍ତିୀ ବିକ୍ରି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ କରାଯିବ।

୨୦ ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଶତ୍ରୁ ସମ୍ପତ୍ତି ଉପରେ ଏକ ଜାତୀୟ ସର୍ଭେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଉଦ୍ଦେଶ୍ୟ ହେଉଛି ପରେ ଶତ୍ରୁ ସମ୍ପତ୍ତିକୁ ମୋନେଟାଇଜ କରିବା। ସିଇପିଆଇ ଦ୍ୱାରା ଚିହ୍ନିତ ଶତ୍ରୁ ସମ୍ପତ୍ତିର ସାମ୍ପ୍ରତିକ ସ୍ଥିତି ଏବଂ ମୂଲ୍ୟ ଆକଳନ କରିବାକୁ ପ୍ରତିରକ୍ଷା ଏଷ୍ଟେଟ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସର୍ଭେ କରାଯିବ।

ଦେଶରେ ଶତ୍ରୁ ସମ୍ପତ୍ତିର ମୋଟ ୧୨,୬୧୧ ପ୍ରତିଷ୍ଠାନ ଅଛି, ଯାହାର ମୂଲ୍ୟ ଏକ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୧-୨୨ ବାର୍ଷିକ ରିପୋର୍ଟ ଅନୁଯାୟୀ, ଶତ୍ରୁ ସମ୍ପତ୍ତିର ବିକ୍ରିରୁ ସରକାର ୩,୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି।

ତଥାପି, ଏପର୍ଯ୍ୟନ୍ତ କୌଣସି ସ୍ଥାବର ଶତ୍ରୁ ସମ୍ପତ୍ତି ବିକ୍ରି ହୋଇନାହିଁ । ମନ୍ତ୍ରଣାଳୟ ୨୦୨୦ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶତ୍ରୁ ସମ୍ପତ୍ତିର ବିମୁଦ୍ରୀକରଣ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କର ଏକ ଟିମ ଗଠନ କରିଥିଲା। ସିଇପିସିରେ ଦିଆଯାଇଥିବା ୧୨,୬୧୧ ସମ୍ପତ୍ତି ମଧ୍ୟରୁ ୧୨,୪୮୫ ପାକିସ୍ତାନୀ ନାଗରିକ ଏବଂ ୧୨୬ଟି ଚାଇନାର ନାଗରିକଙ୍କର ଥିଲା। ସେଥିମଧ୍ୟରୁ ଉତ୍ତରପ୍ରଦେଶ ୬,୨୫୫, ପଶ୍ଚିମବଙ୍ଗରେ ୪,୦୮୮, ଦିଲ୍ଲୀରେ ୬୫୯, ଗୋଆରେ ୨୯୫, ମହାରାଷ୍ଟ୍ରରେ ୨୦୮, ତେଲେଙ୍ଗାନାରେ ୧୫୮, ଗୁଜୁରାଟ ୧୫୧, ତ୍ରିପୁରାରେ ୧୫୧ ଶତ୍ରୁ ସମ୍ପତ୍ତି ଚିହ୍ନଟ ହୋଇଛି।

ସେହିପରି ବିହାରରେ ୯୪, ମଧ୍ୟପ୍ରଦେଶ ୯୪, ଛତିଶଗଡ ୭୮ , ହରିୟାଣାରେ ୭୧ ଏବଂ କେରଳର ୭୧ ଏଭଳି ସମ୍ପତ୍ତି ରହିଛି। ଅପର ପକ୍ଷରେ ଉତ୍ତରାଖଣ୍ଡରେ ୬୯, ତାମିଲନାଡୁ ୬୭, ମେଘାଳୟ ୫୭, ଆସାମ ୨୯, କର୍ନାଟକ ୨୪, ରାଜସ୍ଥାନ ୨୨, ଝାଡଖଣ୍ଡରେ ୧୦ , ଡାମନ-ଡିୟୁରେ ୪ ଏବଂ ଆନ୍ଧ୍ରପ୍ରଦେଶ , ଆଣ୍ଡାମାନ ତଥା ନିକୋବର ଦ୍ୱୀପପୁଞ୍ଜରେ ଗୋଟିଏ ଲେଖାଏଁ ସମ୍ପତ୍ତି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?