Posted inଜାତୀୟ

ଦେଶରେ ଏକ ଲକ୍ଷ କୋଟିର ଶତ୍ରୁ ସମ୍ପତ୍ତି : ବିକ୍ରି ପ୍ରକ୍ରିୟା ଆରମ୍ଭ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୦।୩ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ଶତ୍ରୁ ସମ୍ପତ୍ତିର ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ହେଉଛି ପାକିସ୍ତାନ ଏବଂ ଚାଇନା ସହିତ ଯୁଦ୍ଧ ପରେ ସେଠାରେ ନାଗରିକତ୍ୱ ନେଇଥିବା ଲୋକମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଅସ୍ଥାବର ସମ୍ପତ୍ତି।

ଏକ ବିଜ୍ଞପ୍ତି ଅନୁଯାୟୀ, ଶତ୍ରୁ ସମ୍ପତ୍ତିର ବିକ୍ରି ପାଇଁ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରାଯାଇଛି। ଏହା ଅନ୍ତର୍ଗତ ସମ୍ପତ୍ତି ବିକ୍ରୟ ପୂର୍ବରୁ ଜିଲା ମାଜିଷ୍ଟ୍ରେଟ କିମ୍ବା ଡେପୁଟି କମିଶନରଙ୍କ ସହାୟତାରେ ଶତ୍ରୁ ସମ୍ପତ୍ତି ଖାଲି କରିବାର ପ୍ରକ୍ରିୟା ଆରମ୍ଭ ହେବ। ବିଜ୍ଞପ୍ତି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଶତ୍ରୁ ସମ୍ପତ୍ତିର ମୂଲ୍ୟ ୧ କୋଟିରୁ କମ ମୂଲ୍ୟ କ୍ଷେତ୍ରରେ, ଏହାର ରକ୍ଷାଣବେକ୍ଷଣ କରୁଥିବା ଦଖଲକାରୀଙ୍କୁ କ୍ରୟ କରିବାକୁ ପ୍ରଥମେ ଅଫର୍‌ ପ୍ରଦାନ କରାଯିବ। ଯଦି କ୍ରୟ ଅଫର ଦଖଲକାରୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଏ, ତେବେ ଶତ୍ରୁ ସମ୍ପତ୍ତିୀ ବିକ୍ରି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ କରାଯିବ।

୨୦ ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଶତ୍ରୁ ସମ୍ପତ୍ତି ଉପରେ ଏକ ଜାତୀୟ ସର୍ଭେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଉଦ୍ଦେଶ୍ୟ ହେଉଛି ପରେ ଶତ୍ରୁ ସମ୍ପତ୍ତିକୁ ମୋନେଟାଇଜ କରିବା। ସିଇପିଆଇ ଦ୍ୱାରା ଚିହ୍ନିତ ଶତ୍ରୁ ସମ୍ପତ୍ତିର ସାମ୍ପ୍ରତିକ ସ୍ଥିତି ଏବଂ ମୂଲ୍ୟ ଆକଳନ କରିବାକୁ ପ୍ରତିରକ୍ଷା ଏଷ୍ଟେଟ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସର୍ଭେ କରାଯିବ।

ଦେଶରେ ଶତ୍ରୁ ସମ୍ପତ୍ତିର ମୋଟ ୧୨,୬୧୧ ପ୍ରତିଷ୍ଠାନ ଅଛି, ଯାହାର ମୂଲ୍ୟ ଏକ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୧-୨୨ ବାର୍ଷିକ ରିପୋର୍ଟ ଅନୁଯାୟୀ, ଶତ୍ରୁ ସମ୍ପତ୍ତିର ବିକ୍ରିରୁ ସରକାର ୩,୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି।

ତଥାପି, ଏପର୍ଯ୍ୟନ୍ତ କୌଣସି ସ୍ଥାବର ଶତ୍ରୁ ସମ୍ପତ୍ତି ବିକ୍ରି ହୋଇନାହିଁ । ମନ୍ତ୍ରଣାଳୟ ୨୦୨୦ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶତ୍ରୁ ସମ୍ପତ୍ତିର ବିମୁଦ୍ରୀକରଣ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କର ଏକ ଟିମ ଗଠନ କରିଥିଲା। ସିଇପିସିରେ ଦିଆଯାଇଥିବା ୧୨,୬୧୧ ସମ୍ପତ୍ତି ମଧ୍ୟରୁ ୧୨,୪୮୫ ପାକିସ୍ତାନୀ ନାଗରିକ ଏବଂ ୧୨୬ଟି ଚାଇନାର ନାଗରିକଙ୍କର ଥିଲା। ସେଥିମଧ୍ୟରୁ ଉତ୍ତରପ୍ରଦେଶ ୬,୨୫୫, ପଶ୍ଚିମବଙ୍ଗରେ ୪,୦୮୮, ଦିଲ୍ଲୀରେ ୬୫୯, ଗୋଆରେ ୨୯୫, ମହାରାଷ୍ଟ୍ରରେ ୨୦୮, ତେଲେଙ୍ଗାନାରେ ୧୫୮, ଗୁଜୁରାଟ ୧୫୧, ତ୍ରିପୁରାରେ ୧୫୧ ଶତ୍ରୁ ସମ୍ପତ୍ତି ଚିହ୍ନଟ ହୋଇଛି।

ସେହିପରି ବିହାରରେ ୯୪, ମଧ୍ୟପ୍ରଦେଶ ୯୪, ଛତିଶଗଡ ୭୮ , ହରିୟାଣାରେ ୭୧ ଏବଂ କେରଳର ୭୧ ଏଭଳି ସମ୍ପତ୍ତି ରହିଛି। ଅପର ପକ୍ଷରେ ଉତ୍ତରାଖଣ୍ଡରେ ୬୯, ତାମିଲନାଡୁ ୬୭, ମେଘାଳୟ ୫୭, ଆସାମ ୨୯, କର୍ନାଟକ ୨୪, ରାଜସ୍ଥାନ ୨୨, ଝାଡଖଣ୍ଡରେ ୧୦ , ଡାମନ-ଡିୟୁରେ ୪ ଏବଂ ଆନ୍ଧ୍ରପ୍ରଦେଶ , ଆଣ୍ଡାମାନ ତଥା ନିକୋବର ଦ୍ୱୀପପୁଞ୍ଜରେ ଗୋଟିଏ ଲେଖାଏଁ ସମ୍ପତ୍ତି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri