‘ମୁଁ ଟିକା ପାଇନାହିଁ’

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇଥିବାନେଇ ଗତ ୩୧ ତାରିଖରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏବେ ବି ସହରର ଟିକାକରଣ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏପରି କି ଅନେକ ଟିକା ନେଇ ନ ଥିବା ପ୍ରକାଶ କରୁଛନ୍ତି। କେଉଁ ତଥ୍ୟ ଆଧାରରେ ବିଏମ୍‌ସି କର୍ତ୍ତୃପକ୍ଷ ଏଭଳି ସୂଚନା ଦେଲେ ତାହା ଟିକା ନେଇ ନ ଥିବା ଲୋକମାନେ ପ୍ରଶ୍ନ କରୁଛନ୍ତି। ଭୁବନେଶ୍ୱର ବାସିନ୍ଦାଙ୍କୁ ଟିକାକରଣ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଅଗଷ୍ଟ ୬ତାରିଖ ଶୁକ୍ରବାର ବିଭିନ୍ନ ଲୋକଙ୍କୁ ଭେଟି ସେମାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଏପରି କି ସେହିଦିନ ବିଏମ୍‌ସି ହସ୍ପିଟାଲରେ ପ୍ରଥମ ଡୋଜ୍‌ ଟିକା ନେବାକୁ ଲୋକ ଲଗାଇଥିବା ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଲୋକଙ୍କ ପ୍ରତିକ୍ରିୟା ପାଇବା ପରେ ରାଜଧାନୀରେ ଶତପ୍ରତିଶତ ଟିକାକରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ଜୁଲାଇ ମାସ ସୁଦ୍ଧା ରାଜଧାନୀରେ ଟିକାକରଣ ନେଇ ବିଏମ୍‌ସି ପକ୍ଷରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ପୂରଣ ହୋଇଛି। ବହୁତ ଲୋକ ଭୁବନେଶ୍ୱର ବାହାରୁ ଆସି ଟିକା ନେଉଛନ୍ତି। ତେଣୁ ଏବେବି ସହରର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଲମ୍ବା ଧାଡି ଲାଗୁଛି ବୋଲି ବିଏମ୍‌ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ଟିକାକରଣକୁ ନେଇ ଅଗଷ୍ଟ ୬ତାରିଖରେ ରାଜଧାନୀବାସୀ ଦେଇଥିବା ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ଆଜି ଅଗଷ୍ଟ ମାସ ୬ ତାରିଖ। ମୁଁ ଭୁବନେଶ୍ୱରରେ ରହେ। ମୋ ବୟସ ୨୮ବର୍ଷ। ମୁ ଏଯାବତ୍‌ କରୋନା ପ୍ରଥମ ଡୋଜ୍‌ ଟିକା ନେଇ ନାହିଁ। ଟିକା ଦିଆଯାଉଛି ଏବେ ନେଇଯିବି।
– ସସ୍ମିତା କଅଁର

ମୁଁ ଗ୍ୟାରେଜ୍‌ ଛକ ଅଞ୍ଚଳରେ ୨୫ବର୍ଷ ଧରି ରହି ଆସୁଛି। ମୋର ବୟସ ୩୬ ବର୍ଷ। ଆଧାର କାର୍ଡ ଅନୁଯାୟୀ ମୁଁ ଭୁବନେଶ୍ୱର ବାସିନ୍ଦା। ଟିକା ନେବାକୁ ଥରେ ଯାଇଥିଲି। ହେଲେ ଟିକା ଆସିନି ବୋଲି କହିବାରୁ ମୁଁ ଫେରି ଆସିଥିଲି। ଖୁବ୍‌ଶ୍ରୀଘ୍ର ଯାଇ ଟିକା ନେବି।
– ପାର୍ବତୀ ସାହୁ

ଗ୍ୟାରେଜ୍‌ ଅଞ୍ଚଳରେ ଦୀର୍ଘ ଦିନ ଧରି ରହୁଛି। ମୋର ପରିଚୟ ପତ୍ର ମଧ୍ୟ ଭୁବନେଶ୍ୱରର ରହିଛି। ମୁଁ ଏଯାବତ୍‌ ଟିକା ନେଇ ନାହିଁ।
– ଲକ୍ଷ୍ମୀ ସାହୁ

ମୋର ବୟସ ୩୯ ବର୍ଷ। ପ୍ରାୟ ୩୫ବର୍ଷ ହେବ ମଁୁ ଭୁବନେଶ୍ୱରରେ ରହୁଛି। ମୋର ପରିଚୟ ପତ୍ର ସବୁ ଏଠାକାର। ଆଜି ଅଗଷ୍ଟ ୬ତାରିଖ। ମୁଁ ଏଯାବତ୍‌ କରୋନା ପ୍ରଥମ ଟିକା ନେଇ ନାହିଁ। ମୋ ମା ଓ ବାପା ମଧ୍ୟ ଟିକା ନେଇ ନାହାନ୍ତି। ପ୍ରଶାସନ ତରଫରୁ କେହି ଇନ୍‌କ୍ୱାରି ମଧ୍ୟ କରି ନାହାନ୍ତି। ବିଏମ୍‌ସି ତରଫରୁ ଭୁବନେଶ୍ୱରବାସୀଙ୍କୁ ଶତପ୍ରତିଶତ ଟିକାକରଣ କରାଯାଇଥିବାନେଇ କୁହାଯାଉଥିଲେ ସୁଦ୍ଧା ତାହା ବାସ୍ତବ ଚିତ୍ର ନୁହେଁ। ତଥ୍ୟରେ ତାଳମେଳ ରହି ନ ଥାଇପାରେ।
– ବସନ୍ତ ପ୍ରଧାନ

ଭୁବନେଶ୍ୱର ଗ୍ୟାରେଜ ଅଞ୍ଚଳରେ ବିଜୁବାବୁ ଅମଳରୁ ରହି ଆସୁଛୁ। ଏଠାକାର ସ୍ଥାନୀୟ ବାସିନ୍ଦା ଭଳି ରହୁଛୁ । ଗାଁକୁ ଯାଉନାହୁଁ। ଏଯାବତ୍‌ ଟିକା ନେଇ ନାହିଁ।
– ରମା ପ୍ରଧାନ

ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ୪୦ବର୍ଷ ହେଲା ରହିଲିଣି। ଏପର୍ଯ୍ୟନ୍ତ ଟିକା ନେଇ ନାହିଁ। ଏନେଇ ଭୟ ମଧ୍ୟ ଲାଗୁ ନାହିଁ। ଟିକା ନେବାକୁ ଚେଷ୍ଟା କରୁଛି। ଆଇନ୍‌କାନୁନ୍‌ ସମସ୍ତେ ମାନିଲେଣି। ଖବ୍‌ଶୀଘ୍ର ଟିକା ନେବି।
– ବିଜୟ ମହାରଣା

ଭୁବନେଶ୍ୱର ନିରାକାର ନଗରରେ ରହୁଛି। ଏଯାବତ୍‌ ଟିକା ନେଇ ନାହିଁ। ଟିକା ନେବାକୁ ଯୋଜନା କରିଛି।
– ପୂର୍ଣ୍ଣମାସୀ ନାୟକ

ଭୁବନେଶ୍ୱର ଗୌରୀନଗରସ୍ଥିତ ମା’ ଗୌରୀ ବସ୍ତିରେ ରହୁଛି। ଭୁବନେଶ୍ୱର ବାସିନ୍ଦାଭାବେ ମୋର ପରିଚୟପତ୍ର ରହିଛି। ମୋର ବୟସ ୪୫ବର୍ଷ। ପୂର୍ବରୁ ୨ଥର ଯାଇଥିଲି। ହେଲେ ନ ମିଳିବାରୁ ଫେରି ଆସିଛି। ଅଗଷ୍ଟ ୬ତାରିଖରେ ପ୍ରଥମ ଟିକା ନେଇଛି।
– ମଙ୍ଗୁଚରଣ ପୃଷ୍ଟି

ମୁଁ ଭୁବନେଶ୍ୱର ବାସିନ୍ଦା । ମୋର ବୟସ ୨୦ବର୍ଷ। ପ୍ରଥମ ଡୋଜ୍‌ ଟିକା ନେବାକୁ ଆସିଛି। ପୂର୍ବରୁ ସ୍ଲଟ ମିଳୁ ନ ଥିଲା। ଏପରି କି ଓ୍ବାକ୍‌ ଇନ୍‌ ଭାକ୍ସିନେଶନ ମିଳୁ ଥିବା ନେଇ ଜାଣି ନ ଥିଲି। ସମସ୍ତଙ୍କୁ ଟିକା ଦିଆଯାଇଥିବା ନେଇ ବିଏମ୍‌ସି ଯେଉଁ କଥା କହୁଛି, ସେଥିରେ ସତ୍ୟ ଥିବା ଭଳି ମନେ ହେଉ ନାହିଁ। କାରଣ ମୁଁ ଏଯାବତ୍‌ ଟିକା ନେଇ ନାହିଁ।
– ଅଭିଷେକ ମିଶ୍ର

ଆଜି ଅଗଷ୍ଟ ୬ତାରିଖରେ ମୁଁ ବିଏମ୍‌ସି ହସ୍ପିଟାଲକୁ ଟିକା ନେବାକୁ ଆସିଛି। ମୋର ପରିଚୟ ପତ୍ରରେ ଭୁବନେଶ୍ୱର ବାସିନ୍ଦା ବୋଲି ଉଲ୍ଲେଖ ରହିଛି।
– ଅପର୍ଣ୍ଣା ବେହେରା

ମୁଁ ସୁନ୍ଦରପଦା ଅଞ୍ଚଳରେ ରୁହେ। ପୂର୍ବରୁ ନେଇ ପାରି ନ ଥିଲି। ଆଜି ମୁଁ ପ୍ରଥମ ଡୋଜ୍‌ ନେବାକୁ ବିଏମ୍‌ସି ହସ୍ପିଟାଲକୁ ଆସି ଅପେକ୍ଷା କରିଛି।
– ରସ୍ମିତା ପ୍ରଧାନ

ମୁଁ ଭୁବନେଶ୍ୱର ବାସିନ୍ଦା। ମୋର ବୟସ ୪୫ବର୍ଷ। ଅଗଷ୍ଟ ୬ତାରିଖରେ ପ୍ରଥମ ଡୋଜ୍‌ ଟିକା ନେବାକୁ ବିଏମ୍‌ସି ହସ୍ପିଟାଲକୁ ଆସିଛି। – ଲିଙ୍ଗରାଜ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri