ଘର ଗୋଟିଏ, ବିଲ୍‌ ଆସୁଛି ଦୁଇଟି

ନନ୍ଦପୁର, ୧।୧୦(ଶଙ୍କର ପୂଜାରୀ)ଟିପିଏସ୍‌ଓଡିଏଲ୍‌ର ଅଜବ ନୀତି ନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ଓ ବିଦ୍ୟୁତ୍‌ ମିଟର ଗୋଟିଏ ଥିବା ବେଳେ ପରିବାରର ସ୍ବାମୀ ସ୍ତ୍ରୀଙ୍କ ନିକଟକୁ ଅଲଗା ଅଲଗା ଦୁଇଟି ଲେଖାଏ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ବିଲ୍‌ରେ ସ୍ବାମୀଙ୍କ ଅଲଗା ଓ ସ୍ତ୍ରୀଙ୍କ ଅଲଗା ବିଦ୍ୟୁତ୍‌ ଉପଭୋକ୍ତା ନମ୍ବର ଓ ମିଟର ନମ୍ବର ପଡ଼ିଥିବାରୁ ଏନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଇଛି। ଏଭଳି ବିଲ୍‌ ଜଣେ କି ଦୁଇ ଜଣଙ୍କର ନୁହେଁ ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ଗାଲଗାଣ୍ଡା ଗ୍ରାମରେ ଥିବା ୧୧୭ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଦୁଇଟି ଲେଖାଏ ବିଲ୍‌ ପ୍ରଦାନ କରାଯାଇଥିବା ଗ୍ରାମର ୱାର୍ଡସଭ୍ୟା ପୂର୍ଣ୍ଣିମା ଖରା ଜୟରାମ ଖରା ବଳରାମ ଖରା, ଶିବ ଗୁଞ୍ଜିଆ, ସୋମନାଥ ଖରା, ତ୍ରିନାଥ ହନ୍ତାଳ, ଭଗବାନ ବୁରୁଡ଼ି, ବଳରାମ ପୂଜାରୀ, ଲକ୍ଷ୍ମୀ ଖିଲ, ପର୍ଶୁରାମ ପାଙ୍ଗି ପ୍ରମୁଖ ଅଭିଯୋଗ କରିଛନ୍ତି।
ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ଦୁର୍ଗମ ଗାଲଗାଣ୍ଡା ଗ୍ରାମରେ ୧୨୦ ପରିବାର ବସବାସ କରନ୍ତି। ସେଥିରୁ ୧୧୭ ପରିବାର ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସମସ୍ତଙ୍କ ଘରେ ମିଟର ଓ ସମସ୍ତେ ମାସିକ ବିଦ୍ୟୁତ୍‌ ଦେୟ ପ୍ରଦାନ କରୁଛନ୍ତି। ମାତ୍ର ଚଳିତ ମାସରେ ଆସିଥିବା ବିଦ୍ୟୁତ୍‌ ବିଲରେ ଏପରି ତ୍ରୁଟି ଦେଖାଦେଇଛି। ପରିବାରର ସ୍ବାମୀ ସ୍ତ୍ରୀଙ୍କୁ ଅଲଗା ଅଲଗା କରାଯାଇ ଗୋଟିଏ ମିଟର ପିଛା ଦୁଇଟି ଲେଖାଏ ବିଲ୍‌ ପ୍ରଦାନ କରାଯାଇଛି। ଗ୍ରାମର ପର୍ଶୁରାମ ପାଙ୍ଗୀ ଓ ସ୍ତ୍ରୀ ମଇନା ପାଙ୍ଗୀ, ତ୍ରିନାଥ ହନ୍ତାଳ ଓ ସ୍ତ୍ରୀ ସୀତାମା ହନ୍ତାଳ, ଧନଶ୍ୟାମ ପୂଜାରୀ ଓ ସ୍ତ୍ରୀ କାଲିମା ପୂଜାରୀ, ସୋମନାଥ ଖରା ଓ ସ୍ତ୍ରୀ ବିମଳା ଖରାଙ୍କ ନାମରେ ଦୁଇଟି ଲେଖାଏ ବିଲ୍‌ ଆସିଛି। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସୁନାବେଡା ଟିପିଏସ୍‌ଓଡିଏଲ୍‌ ସହକାରୀ ଯନ୍ତ୍ରୀ ବିଶିକେଶନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri