Posted inଜାତୀୟ

ଗୋଟିଏ ଡିଜିଟାଲ ଆଇଡିରେ ରହିବ ସମସ୍ତ ପରିଚୟପତ୍ର

ନୂଆଦିଲ୍ଲୀ,୩୦ା୧: ସମସ୍ତ ପ୍ରକାର ପରିଚୟପତ୍ର ପାଇଁ ଗୋଟିଏ ଡିଜିଟାଲ ୟୁନିକ୍‌ ଆଇଡି ରହିବ। ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି। ମନ୍ତ୍ରଣାଳୟ ଫେଡରେଟେଡ୍‌ ଡିଜିଟାଲ ଆଇଡେଣ୍ଟିଟ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ମନ୍ତ୍ରଣାଳୟ ଖୁବଶୀଘ୍ର ସାର୍ବଜନୀନ କରିବ ବୋଲି ଆଶା କରାଯାଉଛି। ଏନେଇ ମନ୍ତ୍ରଣାଳୟ ଫେବ୍ରୁୟାରୀ ୨୭ ପର୍ଯ୍ୟନ୍ତ ମତ ମାଗିବ। ତଦନୁସାରେ ନାଗରିକଙ୍କ ସମସ୍ତ ପରିଚୟପତ୍ରକୁ ଅନ୍ୟ ଆଇଡି ସହ ଯୋଡ଼ା ଯିବ। ଏହା ଗୋଟିଏ ଡିଜିଟାଲ ଆଇଡି ଜରିଆରେ ହୋଇପାରିବ। ଏଥିରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍‌ସ, ଆଧାର ଓ ପ୍ୟାନ କାର୍ଡକୁ ଲିଙ୍କ୍‌ କରାଯିବ।

ଫେଡେରାଲ ଡିଜିଟାଲ ପରିଚୟ ମଧ୍ୟ କେନ୍ଦ୍ରୀୟ ଏବଂ ରାଜ୍ୟ ସମ୍ବନ୍ଧୀୟ ଆଇଡି ତଥ୍ୟ ସଂରକ୍ଷଣ କରିବା ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବରେ କାର୍ଯ୍ୟ କରିବ। ଆଶା କରାଯାଉଥିବା ଏହି ଡିଜିଟାଲ ଆଇଡି କଓ୍ବୋସି କିମ୍ବା ଇକଓ୍ବୋଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣିବା) ପ୍ରକ୍ରିୟା ପାଇଁ ବ୍ୟବହୃତ ହୋଇପାରେ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରସ୍ତାବିତ ଯୋଜନା ଇଣ୍ଡିଆ ଏଣ୍ଟରପ୍ରାଇଜ ଆର୍କିଟେକ୍ଚର(IndEA) ୨.୦ ଅଧୀନରେ ହୋଇଛି, ଯାହା ଅନ୍‌ଲାଇନ ପରିଚୟ ପ୍ରକ୍ରିୟାକୁ ସହଜ କରିବା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକୁ ଆଣିବା ପାଇଁ ୨୦୧୭ରେ ପ୍ରଥମେ ଏହାର ଡିଜାଇନ କରାଯାଇଥିଲା।

ଫେଡେରାଲ ଡିଜିଟାଲ ପରିଚୟ ଉପରେ କିଏ କାମ କରିବ ।
ଏହି ପ୍ରସ୍ତାବକୁ ଆଗକୁ ବଢ଼ାଇବାକୁ ସରକାର ଏକ ସଂଶୋଧିତ ଢାଞ୍ଚାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେଉଁଠାରେ କେନ୍ଦ୍ର କିମ୍ବା ମନ୍ତ୍ରଣାଳୟ ଦ୍ୱାରା ଅଧିକ ବ୍ୟାପକ କାର୍ଯ୍ୟ କରାଯିବ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ‘InDEA Lite architecture pattern’ ଉପରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri