ଓଲଟିଲା ଭ୍ୟାନ୍‌: ଜଣେ ମୃତ, ୧୫ ଗୁରୁତର

ଆର୍‌.ଉଦୟଗିରି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକ ଗୁଆର ଗାଁ ନିକଟରେ ମଙ୍ଗଳବାର ଏକ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଦିଲିସମଣି ରଇତ (୨୨)। ଆହତମାନଙ୍କୁ ପ୍ରଥମେ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରା.ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନାଧିକାରୀ ରବିନ୍ଦ୍ର କୁମାର ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ରେବିଡିଠାରୁ ଏକ ଭ୍ୟାନ୍‌ ନୂଆଗଡ଼ ଯାଉଥିଲା। ତେବେ ଗୁଆର ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ରେବିଡି ଗାଁର ଦିଲିସମଣି ରଇତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତରମାନେ ହେଲେ ଦୀପକ ରଇତ (୪), ପ୍ରବୀଣ ସେନ ମଣ୍ଡଳ (୧୭), ଅଭିରାମ ଦଳବେହେରା (୪୭), ମନିକା ରଇତ (୬), ଯାନିଏଲ ମଣ୍ଡଳ (୨୦), ମେଥି ମଣ୍ଡଳ (୫୦),
ପିତାସ ମଣ୍ଡଳ (୩୮), ପ୍ରବଞ୍ଜନୀ ମଣ୍ଡଳ(୨୧) ପ୍ରମୁଖ ବୋଲି ଜଣାପଡ଼ିଛି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିବା ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସତ୍ୟରଞ୍ଜନ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ପାଦ ଦେଲେ ପିଏଚ୍‌ଡି ଛାତ୍ର

ପଦ୍ମପୁର, ୨୪।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲୁଙ୍ଗା ଗ୍ରାମର ପିଏଚ୍‌ଡି ଛାତ୍ର ମାନସ କୁମାର ସାହୁ ୧୮ ନଂ. ଜୋନ୍‌ ପାଇଁ ଭାଜପା...

କ୍ରିଷ୍ଣାଗିରିରୁ ଫେରିଲେ ୧୪୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୨୪ା୫: କ୍ରିଷ୍ଣାଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହି ଟ୍ରେନରେ...

ଦୁର୍ଘଟଣାରେ ନାତୁଣୀ ମୃତ, ଜେଜେଙ୍କ ସହ ଡ୍ରାଇଭର ଗୁରୁତର

ରାୟଗଡ଼ା ଅଫିସ, ୫।୧୨ ରାୟଗଡ଼ା ଜିଲା ଗୁମ୍ମା ପଞ୍ଚାୟତ ପୁଞ୍ଜିପାଇ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଜେ...

ବିଦ୍ୟାଳୟରୁ ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ ଉଭାନ

ସଜନାଗଡ଼, ୩।୧(ଡି.ଏନ.ଏ.)-ବିନା ଅନୁମତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ରାଧାମାଧବ ଜୀଉ ହାଇସ୍କୁଲ ପରିସରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି...

ଶଟ୍‌ ସର୍କିଟରୁ ଜଳିଗଲା ଘର

ଲାଞ୍ଜିଗଡ଼,୬।୩(ଡି.ଏନ.ଏ): ବିଦ୍ୟୁତ୍‌ ଶଟ୍‌ ସର୍କିଟରୁ ନିଆଁ ଲାଗି ଜଣେ ମହିଳାଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ମହିଳାଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି।...

ପାଣି ପାଇଁ ଡହଳବିକଳ

ରାଜକନିକା,୨।୪(ଡି.ଏନ.ଏ): ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି। ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗାଁରେ ଥିବା...

କୃଷିଋଣ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ହରିଲୁଟ୍‌, କୁମ୍ଭାରପଡ଼ା ଥାନାରେ ଅଭିଯୋଗ

ପୁରୀ ଅଫିସ,୧୯।୧୨: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ କୃଷିଋଣ ସହାୟତା...

କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା

କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା...

Advertisement
Archives

Model This Week