ପୁରୁଷୋତ୍ତମପାଲିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୪ ଆକ୍ରାନ୍ତ

ଅମରପାଲି,୧୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲିରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଶନିବାର ରାତିରେ ଆଉ ୩ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପାଲି ଗ୍ରାମର ଦେବରାଜ ବେହେରା(୬୪)।

ଗତ ବୁଧବାର ମୃତକ ଜଣକ ଝାଡ଼ାବାନ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ମଧ୍ୟ ଝାଡ଼ା ବାନ୍ତି ନ କମିବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ଗାଁରେ ପ୍ରାୟ ୧୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ଆକ୍ରନ୍ତମାନେ ହେଲେ ସେହି ଗ୍ରାମର ନିମାଇଁ ବେହେରା(୩୫), ବାସନ୍ତୀ ବେହେରା(୨୮), ଜଲି ବେହେରା(୭), ସପ୍ତେଶ୍ବରୀ ଗାଇଗରିଆ(୬୨), ଚକ୍ରଧର ଗାଇଗରିଆ (୪୨), ମୃତ୍ୟୁଞ୍ଜୟ ବେହେରା(୧୭),ଯାଜ୍ଞସେନୀ ଚୌଧୁରୀ(୫),ଉଜାଲା ଚୌଧୁରୀ(୧୦), ପ୍ରାଣବନ୍ଧୁ ଚୌଧୁରୀ(୫୨), ପ୍ରଭଞ୍ଜନ ଚୌଧୁରୀ(୨୨) ଓ ସୁଶାନ୍ତ ଚୌଧୁରୀ(୫୫)ବୋଲି ଜଣାପଡ଼ିଛି।

ଉକ୍ତ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହେବା ପରେ ଗାଁ ଲୋକଙ୍କୁ ମୃତ୍ୟୁ ଭୟ ଘାରିଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତିର ମୃତ୍ୟୁ ହେବା ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗ ବେଶ୍‌ ତତ୍ପରତା ପ୍ରକାଶ କରିଛି। ମୁର୍ଷୁଣ୍ଢି ଉପସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିବାନନ୍ଦ ଚାଉଳିଆଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଆୟୁଷ ଡାକ୍ତର ନିରୂପମା ମହାପାତ୍ର,ସ୍ବାସ୍ଥ୍ୟକର୍ମୀ ସଞ୍ଜୁ ମଲ୍ଲିକ, ଆଶାକର୍ମୀ ଯଶୋବନ୍ତୀ ଚନ୍ଦ ଓ ଅଙ୍ଗନଓ୍ବାଡି କର୍ମୀ ଆରତୀ ଦେହୁରୀ ଗାଁ ରେ ଘର ଘର ବୁଲି ସଚେତନ କରୁଛନ୍ତି।
ଲୋକଙ୍କୁ ଓଆର୍‌ଏସ୍‌ ଓ ଔଷଧ ବଣ୍ଟନ କରାଯାଉଛି। ବ୍ଲିଚିଂ ପାଉଡର ପକାଇ ଲୋକଙ୍କୁ ବିଶୁଦ୍ଧ ପାଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଘର ଘର ଯାଇ ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଉଛନ୍ତି।

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ.ସଞ୍ଜୟ ମହାପାତ୍ରଙ୍କୁ ପରାଚିବାରୁ ଗ୍ରାମକୁ ମେଡିକାଲ ଟିମ୍‌ ଯାଇ ଚିକିତ୍ସା କରୁଛନ୍ତି। ବିଭାଗ ପ୍ରସ୍ତୁତ ରହିଛି। ଘଟଣା ଉପରେ ବିଭାଗର ତିକ୍ଷଣ ନଜର ରହିଛି ବୋଲି କହିବା ସହିତ ଗ୍ରାମରେ ଏବେ ଝାଡାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପ୍ରକାଶ କରିଛନ୍ତି। ଖବର ପାଇ ଆକ୍ରାନ୍ତଙ୍କୁ ଭେଟି ସମସ୍ୟା ବୁଝି ଚିକିତ୍ସା ବ୍ୟବସ୍ଥା କରିବା ସହିତ ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଜନପ୍ରତିନିଧି। ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପିଇଓ ଗୌର ଚରଣ ସାହୁ ପ୍ରମୁଖ ପୁରୁଷୋତ୍ତମପାଲିକୁ ଯାଇ ଆକ୍ରାନ୍ତଙ୍କ ସ୍ଥିତି ଦେଖି ମେଡିକାଲ ଟିମ୍‌କୁ ଡାକି ଚିକିତ୍ସା ବ୍ୟାବସ୍ଥା କରାଇଥିଲେ। ଏହା ସହିତ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri