ଦିନେ ଲୋକଙ୍କ ଘରଘର ବୁଲି ଲିପ୍‌ଷ୍ଟିକ୍‌, ନେଲ୍‌ପଲିସ ବିକ୍ରି କରୁଥିଲେ ଏହି ଅଭିନେତା, ଏବେ ସୁପରଷ୍ଟାର

ବଲିଉଡ୍‌ ଅଭିନେତା ଅର୍ଶଦ ୱାର୍ସି ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ମାତ୍ର ୧୪ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ପରେ ଅର୍ଶଦଙ୍କୁ ଅନେକ ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡ଼ିଥିଲା। ଜୀବନ ବିତାଇବା ପାଇଁ, ଅର୍ଶଦ ଦଶମ ପରେ ପଢ଼ା ସାରି ସବୁଧ୍ୟାନ ଟଙ୍କା ରୋଜଗାରରେ ଲଗାଇ ଦେଇଥିଲେ।

ପଢ଼ା ଛାଡିବା ପରେ ଅର୍ଶଦ ଜଣେ କସ୍‌ମେଟିକ କମ୍ପାନୀରେ ଡେଲିଭରି ବୟ ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଘରଘର ବୁଲି ଲିପ୍‌ଷ୍ଟିକ୍‌ ଓ ନେଲ୍‌ପଲିସ୍‌ ବିକ୍ରି କରୁଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ଏହି ସମୟରେ, ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବଢ଼ିବାକୁ ଲାଗିଲା। ଏହା ପରେ ସେ ନାଚିବା ଆରମ୍ଭ କଲେ। ନୃତ୍ୟ ପ୍ରତିଭା ତାଙ୍କୁ ଆକବର ସମିଙ୍କ ନୃତ୍ୟ ଦଳରେ ଯୋଗଦେବାରେ ସାହାଯ୍ୟ କଲା। ଏହି ସମୟରେ ସେ ୧୯୮୭ ଫିଲ୍ମ ‘ଠିକାନା’ ଏବଂ ‘କାଶ’ରୁ କୋରିଓଗ୍ରାଫିରେ ସୁଯୋଗ ପାଇଥିଲେ।

କୋରିଓଗ୍ରାଫିରେ ତାଙ୍କର ସଫଳତା ପରେ, ସେ ୧୯୯୬ ଫିଲ୍ମ ‘ତେରେ-ମେରେ ସପ୍‌ନେ ମେଁ’ରେ ଅଭିନେତା ଭାବରେ କାମ କରିବାର ସୁଯୋଗ ପାଇଲେ। ଅର୍ଶଦଙ୍କ ଭାଗ୍ୟ ମଧ୍ୟ ବଦଳିଗଲା। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସୁପର ହିଟ୍‌ ହୋଇଥିଲା। ସବୁଠୁ ବଡ କଥା ହେଉଛି ଜୟା ବଚ୍ଚନ ତାଙ୍କୁ ଏହି ଫିଲ୍ମରେ ଏକ ସୁଯୋଗ ଦେଇଥିଲେ। ଏହାପରେ ସେ କ୍ୟାରିୟରେ ଶୀର୍ଷକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସନ୍‌ଡେ ସେଲ୍ଫି

ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି ।...

ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି...

ବାହୁବଳୀ ୩ରେ ପୁଣି ପ୍ରଭାସଙ୍କୁ ଦେଖିବାକୁ ପାଇବେ ଦର୍ଶକ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ପାଇଁ ତାଙ୍କ ପ୍ରଶଂସକ ଉତ୍ସାହିତ ଥାନ୍ତି। ଦର୍ଶକଙ୍କ ଉତ୍ସାହ ବଢ଼ାଇବା ସହ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଆଉ ଏକ ଇସାରା...

ମୟୂରୀ ଗୋ ତୁମ…ମହ୍ଲାରେ ମେଘ ସାଜିଲି…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’। ଓଡ଼ିଆ ସିନେମା ଇତିହାସର ଏହି କାଳଜୟୀ ଗୀତକୁ ଗାଇଥିଲେ ମହମ୍ମଦ ରଫି।...

ଖୁସି ଖବର ଦେଲେ କାଜଲ

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନୂଆ ବର୍ଷରେ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ହେବ କାଜଲଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା...

ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ...

ପାଠ ପଢ଼ାଇବେ ୟାମି

କି କଥା, ୟାମି ପାଠ ପଢ଼ାଇବେ ! ତା’ ଅର୍ଥ କ’ଣ ଯେ ସେ ଅଭିନୟ ଛାଡି ଶିକ୍ଷକତା ଲାଇନ୍‌କୁ ଆପଣେଇବାକୁ ଯାଉଛନ୍ତି ? ହେଲେ...

ଦୀପିକାଙ୍କ ସ୍ଲିମ୍‌ ଟ୍ରିମ୍‌ ମିଶନ

ଦୀପିକା ପାଦୁକୋନ୍‌-ପୁଣି ସେ ସ୍ଲିମ୍‌ ଟ୍ରିମ ମିଶନରେ ବ୍ୟସ୍ତ। ଏହାକୁ ଅନେକ ସହଜରେ ହଜମ କରିପାରିବେ ନାହିଁ। କାରଣ ସେମିତି ଦେଖିବାକୁ ସେ ତ ପତଳୀ।...

Advertisement
Archives

Model This Week