ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩୦ ହଜାର ୭୫୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୪୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୬୭ ହଜାର ୫୩୮ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୪ ଲକ୍ଷ ତଳେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୩ ଲକ୍ଷ ୩୨ ହଜାର ୯୧୮ ରେ ପହଞ୍ଚିିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୦ ହଜାର ୪୧୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୭ ଲକ୍ଷ ୫୪ ହଜାର ୩୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୧୯ ଲକ୍ଷ ୧୦ ହଜାର ୯୮୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୪ କୋଟି ୨୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୪ କୋଟି ୭୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୧୨,୨୨୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୨,୭୪୮, କର୍ନାଟକରେ ୧,୮୯୪, ରାଜସ୍ଥାନରେ ୧,୭୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମଧ୍ୟପ୍ରଦେଶରେ ୧,୩୮୮ ଏବଂ ତାମିଲନାଡୁରେ ୧,୩୧୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କେରଳକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ଉପରୁ ସୀମା ହଟିବ

ମୁମ୍ବାଇ, ୪ା୧୨:ନିଯୁକ୍ତି ଭିତ୍ତିକ ଗ୍ରୀନ୍‌କାର୍ଡ ଉପରେ ଥିବା ଦେଶର ସୀମା ହଟାଇବା ପାଇଁ ବୁଧବାର ଆମେରିକା ସିନେଟ୍‌ରେ ଏକ ବିଲ୍‌ ଗୃହୀତ ହୋଇଛି। ଉଚ୍ଚ କୁଶଳୀ...

ଚାରି-ପାଞ୍ଚ ଜଣ ଏବେ ଦେଶର ମାଲିକ: କଂଗ୍ରେସ

ନୂଆଦିଲ୍ଲୀ,୧୯ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି...

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫...

ଏନ୍‌କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍‌ପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା।...

ଅକ୍ଟୋବରରେ ୩୦% କମିଛି ସଂକ୍ରମଣ

ନୂଆଦିଲ୍ଲୀ,୨ା୧୧(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସକାଳ ସୁଦ୍ଧା ୮୧.୮୪ ଲକ୍ଷରେ ପହଞ୍ଚତ୍ଛି। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ନୂଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା...

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା...

ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା

ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ...

ମଣିପୁରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର: ସେନାକୁ ମିଳିଲା ଗୁପ୍ତ ସୂଚନା…

ଇମ୍ଫାଲ,୨୯।୫ : ମଣିପୁରରେ ପୁଣି ହିଂସାର ନିଆଁ ଜଳୁଛି। ସଦ୍ୟତମ ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨...

Advertisement
Archives

Model This Week