ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ୭ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୮ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୬ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୯୨ ହଜାର ୨୮୧ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୭୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୭ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୫ ହଜାର ୪୩୪ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୨ କୋଟି ୯୩ ଲକ୍ଷ ୮୪ ହଜାର ୨୩୦ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୮୯ ଲକ୍ଷ ୫୬ ହଜାର ୭୮୪ ଜଣଙ୍କୁ ଟିକାଦାନ କରାଯାଇଛି। ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୨୨ ହଜାର ୭୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଜିଲା ହସ୍ପିଟାଲ ହେବ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୪।୧୧(ପି.ଟି.): ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୨୦୨୭ ସୁଦ୍ଧା ୧୦୦ଟି ଜିଲା ହସ୍ପିଟାଲର ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ...

‘ନୀତୀଶ କୁମାରଙ୍କୁ ଧୋକା ଦେଇଛି ଭାଜପା’

ପାଟନା,୧୦।୮: ବିହାରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଭାଜପାକୁ କଡ଼ ଟାର୍ଗେଟ୍‌ କରିଛନ୍ତି। ଭାଜପା ନୀତୀଶ କୁମାରଙ୍କ ପ୍ରତି...

କର୍ନାଟକ କଂଗ୍ରେସକୁ ଝଟ୍‌କା: ଦଳର ହାତ ଛାଡ଼ିଲେ ୨୫ବର୍ଷର ସଦସ୍ୟ

ବେଙ୍ଗାଲୁରୁ,୧।୬: କର୍ନାଟକ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲାପ୍ପା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୨୫ ବର୍ଷରୁ କଂଗ୍ରେସରେ ଥିଲେ। ବ୍ରିଜେଶ...

ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ସଫଳତା : ୧୫ ବର୍ଷରେ ୪୧ କୋଟିରୁ ଅଧିକ ଦାରିଦ୍ର୍ୟ ରେଖାରୁ ବାହାର…

ନୂଆଦିଲ୍ଲୀ,୧୧।୭ : ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ପ୍ରମୁଖ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଗତ ୧୫ ବର୍ଷ ମଧ୍ୟରେ...

କମଲନାଥ ସରକାରଙ୍କୁ ବଞ୍ଚାଇଦେଲା କରୋନା

ଭୋପାଳ,୧୬।୩: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଯାହା ଅନୁମାନ କରାଯାଉଥିଲା ତାହାହିଁ ହେଲା। ଏବେ ସାରା ଦେଶରେ...

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ଜାପାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ଜାପାନର ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ଚାଇନା ସହିତ ଚାଲିଥିବା ବିବାଦକୁ ନେଇ ଭାରତ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମର୍ଥନ...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

Advertisement
Archives

Model This Week