ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୨ ହଜାର ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୮ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୨୨ ହଜାର ୭୧୪ ରହିଛି। ୫୩୨ ଦିନ ପରେ ଏହା ସର୍ବନିମ୍ନ ରହିଛି।

ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୬ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୬୬୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୧୬ କୋଟି ୫୦ ଲକ୍ଷ ୫୫ ହଜାର ୨୧୦ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୩ ଲକ୍ଷ ୪୪ ହଜାର ୭୩୯ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୩ କୋଟି ୧୬ ଲକ୍ଷ ୪୯ ହଜାର ୩୭୮ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୭୪ ହଜାର ୯୯ ଜଣଙ୍କ ଦମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍‌ଆର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୯ ଲକ୍ଷ ୨୨ ହଜାର ୩୭ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ କୋଟି ୪୫ ଲକ୍ଷ ୧୦ ହଜାର ୪୧୩ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୬,୦୭୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୩୨ ରହିଛି। ସେହିପରି ରାଜ୍ୟରେ ଏହି ସମୟ ମଧ୍ୟରେ ୬,୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଚୋରା ଚାଲାଣ ମାମଲା: ଇଡି ହେପାଜତରେ ଟିଏମସି ନେତା

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଇଡି...

ମହଙ୍ଗା ମାଡକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମହଙ୍ଗା ମାଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଗାନ୍ଧୀ ପେଟ୍ରୋଲ,...

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପରାମର୍ଶ: ୩୦ ଯାଏ ଜାରି ରହୁ ଲକ୍‌ଡାଉନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଅନୁପାଳନ ହେବା ଆବଶ୍ୟକ। ଏଥିପାଇଁ ଲକ୍‌ଡାଉନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ କରୋନା ଭୂତାଣୁ...

ସ୍ତ୍ରୀ ଓ ବାପଘରର ୪ ଜଣଙ୍କୁ ଜାଳିଦେଲେ ସ୍ବାମୀ

ଚଣ୍ଡିଗଡ଼,୧୯ା୧୦: ସ୍ତ୍ରୀ ବାପଘରୁ ଫେରିବାକୁ ମନା କରିଦେବାରୁ ଉତ୍‌କ୍ଷିପ୍ତ ସ୍ବାମୀ ବର୍ବର କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ସମେତ ତାଙ୍କ ବାପଘରର ୪ ସଦସ୍ୟଙ୍କୁ ଜାଳିଦେଇଛନ୍ତି।...

ଜଲ୍ଲିକଟ୍ଟୁରେ ୬୦ ଆହତ, ପ୍ରଶାସନ ପକ୍ଷରୁ ୨୦୦୦ ପୋଲିସ ମୁତୟନ…

ଚେନ୍ନାଇ,୧୬।୧ : ମକର ସଂକ୍ରାନ୍ତି ପର୍ବ ସହିତ ଜଲ୍ଲିକଟ୍ଟୁ ମଧ୍ୟ ତାମିଲନାଡୁରେ ଆରମ୍ଭ ହୋଇଛିନ। ଏ ସମ୍ପର୍କରେ ପ୍ରଶାସନକୁ ମଧ୍ୟ ସତର୍କ କରାଯାଇଛି। ଏହି ଖେଳରେ...

କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।...

୧୭ ଦେଶରେ ଭାରତର ମ୍ୟୁଟାଣ୍ଟ

ଓ୍ବାଶିଂଟନ, ୨୯।୪(ଆଇଏଏନ୍‌ଏସ୍‌): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍‌ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)...

ବାତ୍ୟା ମାଣ୍ଡୋସ ପାଇଁ ବନ୍ଦ ରହିବ ୬ ଜିଲାର ସ୍କୁଲ, କଲେଜ

ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ,...

Advertisement
Archives

Model This Week