ବିଶ୍ୱରେ କରୋନାରୁ ସୁସ୍ଥ ହେଲେ ଏକ କୋଟି ଲୋକ

ନୂଆଦିଲ୍ଲୀ, ୨୭।୭: କରୋନା ଭାଇରସ୍‌ଜନିତ ସ୍ଥିତି ବିଶ୍ୱରେ ବର୍ତ୍ତମାନ ସାରା ବିଶ୍ୱରେ ଗମ୍ଭୀର ରୂପ ଧାରଣ କରିଛି। କେତୋଟି ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି। ଏହି ଦେଶଗୁଡ଼ିକ ମଧ୍ୟରେ ଆମେରିକାର, ବ୍ରାଜିଲ, ଭାରତ, ରୁଷିଆ, ଦକ୍ଷିଣ ଆଫ୍ରିକା ଭଳି ଦେଶ ରହିଛନ୍ତି। ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ହେଉଛି ବର୍ତ୍ତମାନ ସାରା ବିଶ୍ୱରେ ଏକ କୋଟି ଲୋକ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଓ୍ବାଲର୍‌ଡମିଟର (ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା) ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱରେ ଏକ କୋଟି ୬୪ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ କୋଟି ୯୨ ହଜାର ୪୪୬ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ସେହିଭଳି ୬ ଲକ୍ଷ ୫୩ ହଜାର ୨୯୪ ଜଣ ଲୋକଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ଭାଇରସ୍‌। ଅପରପକ୍ଷରେ ଏବେ ମଧ୍ୟ ୫୭ ଲକ୍ଷ ୩୫ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଚେତନ କଲା ପ୍ରଶାସନ

ଦିଗପହଣ୍ଡି,୬ା୪(ଡି.ଏନ୍‌.ଏ.): ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳଗୁଡିକରେ ଶଟଡାଉନ ସମୟରେ ବିନା କାରଣରେ କେହି ବ୍ୟକ୍ତି ଘରୁ ବାହାରିଲେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି ପକ୍ଷରୁ...

୧୮ ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ନୂଆଦିଲ୍ଲୀ, ୨୭ା୩: ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଥିବାବେଳେ ପଶ୍ଚିମବଙ୍ଗର ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଲକ୍‌ଡାଉନ: ଅନ୍‌ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି

ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ...

ଉପବାସରେ କୁଟୀରଶିଳ୍ପ କାରିଗର

କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍‌ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ...

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର...

୬ ମାସର ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି...

ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ...

କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଜାପାନ ପ୍ରସ୍ତୁତ କଲା ଟିଏକେ-୮୮୮ ଔଷଧ

ଟୋକିଓ,୨୩।୩: କରୋନା ସଂକ୍ରମଣ ଯୋଗୁ ସାରା ଦୁନିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ କିପରି ରୋକା ଯିବ ସେ ନେଇ ଆମେରିକା ଏବଂ ଚାଇନା...

Coronavirus Update


Archives

Model This Week

Why Dharitri