Posted inଜାତୀୟ

ଅଡୁଆରେ କମଲନାଥ: ‘ଆଇଟମ’ ବୟାନକୁ ନେଇ ରିପୋର୍ଟ ମାଗିଲେ ମହିଳା କମିଶନ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ମନ୍ତ୍ରୀ ଇର୍ମତି ଦେବୀଙ୍କୁ ଆଇଟମ ବୋଲି କହି ଅଡୁଆରେ ପଡି ଯାଇଛନ୍ତି । ଯଦିଓ ସେ ଏକ ପ୍ରକାର ଏଥିପାଇଁ କ୍ଷମା ମାଗି ସାରିଲେଣି ତଥାପି ଅଡୁଆ ତାଙ୍କ ପିଛା ଛାଡୁନି । ଭାଜପା ପ୍ରତି ମୁହୂର୍ତ୍ତରେ ଏହି ଟିପ୍ପଣିକୁ ନେଇ ତାଙ୍କୁ ଘେରୁଥିବା ବେଳେ ନିର୍ବାଚନ କମିଶନ ମଧ୍ୟ ଏ ସମ୍ପର୍କରେ କମଲନାଥଙ୍କୁ ରିପୋର୍ଟ ମାଗିଛନ୍ତି । ଏହାପରେ ଏବେ ମହିଳା କମିଶନ ମଧ୍ୟ କଂଗ୍ରେସକୁ କମଲନାଥଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିବା ବେଳେ ପ୍ରଶ୍ନ କରିଛି ସେ ଆଇଟମ କ’ଣ । ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ମଙ୍ଗଳବାର କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ନିଶ୍ଚିତ ଭାବେ ଭୁଲ୍ । କମଲନାଥ କହିଛନ୍ତି ଯେ ସେ ଏକ ସୂଚିରେ ଏହା ପଢିଥିଲେ । ତେବେ ସେ ସୂଚିରେ କେଉଁଠି ମନ୍ତ୍ରୀଙ୍କ ନାଁ ଥିଲା ଓ ସେ କେଉଁଭଳି ଆଇଟମ ବୋଲି ରେଖା ଶର୍ମା ପ୍ରଶ୍ନ କରିଛନ୍ତି । ଆଉ କମଲନାଥ କ୍ଷମା ମାଗିବା ପରିବର୍ତ୍ତେ ବେକାର ସ୍ପଷ୍ଟି କରଣ ଦେଉଛନ୍ତି ତେଣୁ ଦଳ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ରେଖା ଶର୍ମା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟ ସଂଗଠନଗୁଡ଼ିକ ସହ ସମନ୍ବୟ ରକ୍ଷା କରି ମାନବୀୟ ସହାୟତା ଯୋଗାଇବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ...

୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ...

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ବଢ଼ିବ

ନୂଆଦିଲ୍ଲୀ,୨୩ା୫: ଟେଲିଭିଜନ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ଘଣ୍ଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବଢ଼ାଇବା ପାଇଁ ସରକାର ଆଗ୍ରହୀ ଥିବା...

ପୁଣି କରୋନା ଆକ୍ରାନ୍ତ ହେଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ।...

ଛାତ୍ରୀଛାତ୍ରଙ୍କ ଶ୍ରେଷ୍ଠ ସହର ବେଙ୍ଗାଲୁରୁ

ଲଣ୍ଡନ, ୧ା୮(ପି.ଟି.): ଲଣ୍ଡନ କ୍ରମାଗତ ଭାବେ ଛାତ୍ରୀଛାତ୍ରଙ୍କ ଲାଗି ଦ୍ୱିତୀୟ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ସହର ହେବାର ମାନ୍ୟତା ଲାଭ କରିଛି। ଏହା ପଛକୁ...

ଆରଏସଏସ କାର୍ଯ୍ୟାଳୟ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୭।୫: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ)ର କାର୍ଯ୍ୟାଳୟକୁ ବୋମା ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଭଳି ଧମକ ମିଳିବା ପରେ ଲକ୍ଷ୍ନୌରେ ଏକ...

ରାଜନାଥ-ଅଷ୍ଟିନ୍‌ ସାକ୍ଷାତ୍‌: ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି

ନୂଆଦିଲ୍ଲୀ,୨୦।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଜେମ୍ସ୍‌ ଅଷ୍ଟିନ୍‌ ଏବଂ ଭାରତୀୟ ପ୍ରତିପକ୍ଷ ରାଜନାଥ ସଇଠଙ୍କ ମଧ୍ୟରେ ବିଜ୍ଞାନ ଭବନଠାରେ ସାକ୍ଷାତ୍‌ ହୋଇଛି। ଏହି ଅବସରରେ...

Advertisement
Archives

Model This Week