Posted inଖେଳ

ରାଗରେ ଓ୍ବାସିମ୍‌ ଆକ୍ରମଙ୍କୁ ମାରିବା ଲାଗି ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ ଏହି କ୍ରିକେଟର; ଗୋଡ଼ ଧରି ଭୁଲ ମାଗିବା ପରେ…

ନୂଆଦିଲ୍ଲୀ,୧୩।୨: କ୍ରିକେଟ ଏକ ରୋମାଞ୍ଚକର ଖେଳ। ଏଥିରେ ଜଣେ ବ୍ୟାଟ୍ସମ୍ୟାନ୍‌ ବୋଲର୍‌ଙ୍କୁ ଜବାବ ଦେବାକୁ ସମସ୍ତ ପ୍ରୟାସ କରୁଥିବା ବେଳେ ବୋଲର୍‌ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା ଲାଗି ସମସ୍ତ ଶୈଳୀ ଆପଣାଇଥାନ୍ତି। ଚାପ ବଢ଼ାଇବା ଲାଗି ବୋଲର୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ କଟୁ କଥା କହିବାକୁ ପଛାଇ ନ ଥାନ୍ତି। ବେଳେବେଳେ ଅପଶବ୍ଦର ବ୍ୟବହାର ମଧ୍ୟ ହୋଇଥାଏ। ଏହାକୁ ସ୍ଲେଜିଂ ମଧ୍ୟ କୁହାଯାଏ। ତେବେ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ସ୍ଲେଜିଂ ଆରମ୍ଭ କରିଥାନ୍ତି, ଏହାଦ୍ୱାରା ବୋଲର୍‌ଙ୍କ ଉପରେ ପ୍ରଭାବ ପଡ଼ିଥାଏ। ଏଭଳି ଏକ ଅଭୂଲା ସ୍ଲେଜିଂ ଘଟଣା ବିଷୟରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଓ୍ବାସିମ୍‌ ଆକ୍ରମ କହିଥିଲେ।

ଏକଦା ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭ୍‌ ରିଚାର୍ଡସ୍‌ ଆକ୍ରମଙ୍କୁ ମାରିବା ଲାଗି ଡ୍ରେସିଂ ରୁମ୍‌ ବାହାରେ ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ। ଘଟଣାଟି ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୧୯୮୮ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ସମୟର। ମ୍ୟାଚ୍‌ ବେଳେ ସେ ଭିଭ୍‌ଙ୍କୁ ସ୍ଲେଜିଂ କରି ଅନେକ କଥା କହିଥିଲେ। ଆକ୍ରମଙ୍କୁ ଏପରି ନ କରିବାକୁ ଭିଭ୍‌ କହିଥିଲେ। ହେଲେ ସେ ଶୁଣି ନ ଥିଲେ। ପରେ ବେଶ୍‌ ରାଗି ଯାଇଥିଲେ ଭିଭ୍‌।

ଉକ୍ତ ମ୍ୟାଚ୍‌ର ଶେଷ ଓଭରରେ ବୋଲିଂ କରୁଥିଲେ ଆକ୍ରମ। ସେ ଭଲ ବୋଲିଂ କରୁଥିଲେ। ନିଜ ଗତି ବଢ଼ୁଥିବା ନେଇ ଆକ୍ରମଙ୍କୁ ହୃଦବୋଧ ହୋଇଥିଲା। ଅପରପକ୍ଷେ ବ୍ୟାଟିଂ କରୁଥିବା ଭିଭ୍‌ ମଧ୍ୟ ଆକ୍ରମଙ୍କୁ ବଲ୍‌କୁ ଖେଳିପାରୁ ନ ଥିଲେ। ସେଥିରୁ ଗୋଟିଏ ବଲ୍‌ ବାଉନ୍ସର ଥିଲା। ଏଥିରେ ଭିଭ୍‌ଙ୍କ ଟୋପି ଖସି ଯାଇଥିଲା। ଏହା ସେତେବେଳେ ବହୁତ ବଡ଼ କଥା ଥିଲା। ସେତେବେଳ ମ୍ୟାଚ୍‌ ରେଫରି ନ ଥିଲେ। ପରେ ଆକ୍ରମ ଭିଭ୍‌ଙ୍କ ପାଖକୁ ଯାଇ ଖଣ୍ଡି ଇଂରାଜିରେ ସ୍ଲେଜିଂ କରିଥିଲେ। ଭିଭ୍‌ ରାଗରେ ଚାହିଁଥିଲେ ଏବଂ ଥୁ କରିଦେଇଥିଲେ। ଆକ୍ରମ କିଛି ବୁଝିପାରି ନ ଥିଲେ। ସେ ଅଧିନାୟକ ଇମ୍ରାନ୍‌ ଖାନଙ୍କ ପାଖକୁ ଯାଇ ଭିଭ୍‌ କହୁଛନ୍ତି ତାଙ୍କୁ ଅପଶବ୍ଦ କହିଲେ ସେ ତାଙ୍କୁ ପିଟିବେ ବୋଲି କହିଥିଲେ। ଇମ୍‌ରାନ୍‌ କହିଥିଲେ ବାଉନ୍ସର ପକାଅ। ଏଭଳି କରି ସେ ଶେଷକୁ ଉଇକେଟ ନେଇଥିଲେ।

ଖେଳ ଶେଷ ହେବା ପରେ ଇମ୍‌ରାନଙ୍କ ସହ ଆକ୍ରମ ଡ୍ରେସିଂ ରୁମ୍‌ ଯାଇଥିଲେ। ଦୁଇଦଳର ଡ୍ରେସିଂ ରୁମ୍‌ ମୁହାଁମୁହିଁ ଥିଲା। ଆକ୍ରମ ଥକି ଯାଇଥିବା ହେତୁ ବିଶ୍ରାମ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ପଛରୁ କେହି ଡ୍ରେସିଂ ରୁମ୍‌ ବାହାରକୁ ଆସିବାକୁ କହିଥିଲେ। ଖାଲି ଦେହରେ ରିଚାର୍ଡସ୍‌ ଛିଡ଼ା ହୋଇଥିବା ସେ ଦେଖିଥିଲେ। ଭୟରେ ଇମରାନଙ୍କ ପଛରେ ଲୁଚିଥିଲେ ଆକ୍ରମ। ପତଳା ହୋଇଥିବା ହେତୁ ତାଙ୍କୁ ନ ଛାଡ଼ିବାକୁ କହିଥିଲେ। ହେଲେ ଇମରାନ୍‌ କହିଥିଲେ ନିଜ କିଳା ନିଜେ ସମ୍ଭାଳ। ଶେଷରେ ସେ ବାହାରକୁ ଯାଇ ତାଙ୍କର ଗୋଡ ଧରି କ୍ଷମା ମାଗିଥିଲେ। ଏହାପରେ ଭିଭ୍‌ ଆଗକୁ ଏଭଳି କଲେ ମାରିଦେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଫର୍‌ଙ୍କ ନାମରେ ଆଉ ଏକ ରଣ୍‌ଜୀ ରେକର୍ଡ

ନାଗପୁର, ୪।୨- ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର୍‌ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ରେ ଆଉ ଏକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ରଣ୍‌ଜୀ ଟ୍ରଫି ଇତିହାସରେ...

ଇଂଲଣ୍ଡ ୪୯, ଓ୍ବେଷ୍ଟଇଣ୍ଡିଜ ୫୭

ମାଞ୍ଚେଷ୍ଟର, ୬।୭: କରୋନା ଭାଇରସ ସଂକ୍ରମଣ ଜନିତ ୩ ମାସର ବ୍ରେକ୍‌ ପରେ ଇଂଲଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୮ ତାରିଖରୁ...

ସ୍ବିଟେକ୍‌-ଜାବେର ଫାଇନାଲ

ନ୍ୟୁୟର୍କ,୧୦ା୯: ୟୁଏସ୍‌ ଓପନ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର ଇଗା ସ୍ବିଟେକ୍‌ ଓ ଟ୍ୟୁନିସିଆର ଓନ୍ସ ଜାବେର। କ୍ରମାଗତ ଦ୍ୱିତୀୟ...

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି...

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ...

ରୁଷିଆକୁ ଅର୍ଥ ଦଣ୍ଡ ଦେଲା ବିଶ୍ୱ ଆଥ୍‌ଲେଟିକ୍ସ

ମୋନାକୋ,୧୩।୩(ଏଏଫ୍‌ପି)- ବିଶ୍ୱ ଆଥ୍‌ଲେଟିକ୍ସ ଗୁରୁବାର ରୁଷିଆ ଟ୍ରାକ୍‌ ଓ ଫିଲ୍ଡ ଫେଡେରେଶନକୁ ଡୋପ ନିୟମ ଭଙ୍ଗ କରିବା ଲାଗି ୧୦ ମିଲିୟନ ଅର୍ଥ ଦଣ୍ଡରେ ଦଣ୍ଡିତ...

ଆଇପିଏଲ ଖେଳାଳି ନିଲାମରେ ଓଡ଼ିଶାର ୬

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- କରୋନା କଟକଣା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୩ତମ ସଂସ୍କରଣର ସ୍ମୃତି ମନରେ ତାଜା...

ପୂର୍ବତନ ପେସାଦାର ଗଲ୍ଫର ସାଣ୍ଡର୍ସଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩।୪ (ଏଏଫ୍‌ପି): ଆମେରିକୀୟ ପେସାଦାର ଗଲ୍ଫର ଡଗ୍‌ ସାଣ୍ଡର୍ସ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ହଷ୍ଟନ୍‌ରେ ରବିବାର ସକାଳେ ସେ ପରଲୋକ ଗମନ...

Advertisement
Archives

Model This Week