Posted inଖେଳ

ରାଗରେ ଓ୍ବାସିମ୍‌ ଆକ୍ରମଙ୍କୁ ମାରିବା ଲାଗି ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ ଏହି କ୍ରିକେଟର; ଗୋଡ଼ ଧରି ଭୁଲ ମାଗିବା ପରେ…

ନୂଆଦିଲ୍ଲୀ,୧୩।୨: କ୍ରିକେଟ ଏକ ରୋମାଞ୍ଚକର ଖେଳ। ଏଥିରେ ଜଣେ ବ୍ୟାଟ୍ସମ୍ୟାନ୍‌ ବୋଲର୍‌ଙ୍କୁ ଜବାବ ଦେବାକୁ ସମସ୍ତ ପ୍ରୟାସ କରୁଥିବା ବେଳେ ବୋଲର୍‌ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା ଲାଗି ସମସ୍ତ ଶୈଳୀ ଆପଣାଇଥାନ୍ତି। ଚାପ ବଢ଼ାଇବା ଲାଗି ବୋଲର୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ କଟୁ କଥା କହିବାକୁ ପଛାଇ ନ ଥାନ୍ତି। ବେଳେବେଳେ ଅପଶବ୍ଦର ବ୍ୟବହାର ମଧ୍ୟ ହୋଇଥାଏ। ଏହାକୁ ସ୍ଲେଜିଂ ମଧ୍ୟ କୁହାଯାଏ। ତେବେ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ସ୍ଲେଜିଂ ଆରମ୍ଭ କରିଥାନ୍ତି, ଏହାଦ୍ୱାରା ବୋଲର୍‌ଙ୍କ ଉପରେ ପ୍ରଭାବ ପଡ଼ିଥାଏ। ଏଭଳି ଏକ ଅଭୂଲା ସ୍ଲେଜିଂ ଘଟଣା ବିଷୟରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଓ୍ବାସିମ୍‌ ଆକ୍ରମ କହିଥିଲେ।

ଏକଦା ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭ୍‌ ରିଚାର୍ଡସ୍‌ ଆକ୍ରମଙ୍କୁ ମାରିବା ଲାଗି ଡ୍ରେସିଂ ରୁମ୍‌ ବାହାରେ ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ। ଘଟଣାଟି ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୧୯୮୮ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ସମୟର। ମ୍ୟାଚ୍‌ ବେଳେ ସେ ଭିଭ୍‌ଙ୍କୁ ସ୍ଲେଜିଂ କରି ଅନେକ କଥା କହିଥିଲେ। ଆକ୍ରମଙ୍କୁ ଏପରି ନ କରିବାକୁ ଭିଭ୍‌ କହିଥିଲେ। ହେଲେ ସେ ଶୁଣି ନ ଥିଲେ। ପରେ ବେଶ୍‌ ରାଗି ଯାଇଥିଲେ ଭିଭ୍‌।

ଉକ୍ତ ମ୍ୟାଚ୍‌ର ଶେଷ ଓଭରରେ ବୋଲିଂ କରୁଥିଲେ ଆକ୍ରମ। ସେ ଭଲ ବୋଲିଂ କରୁଥିଲେ। ନିଜ ଗତି ବଢ଼ୁଥିବା ନେଇ ଆକ୍ରମଙ୍କୁ ହୃଦବୋଧ ହୋଇଥିଲା। ଅପରପକ୍ଷେ ବ୍ୟାଟିଂ କରୁଥିବା ଭିଭ୍‌ ମଧ୍ୟ ଆକ୍ରମଙ୍କୁ ବଲ୍‌କୁ ଖେଳିପାରୁ ନ ଥିଲେ। ସେଥିରୁ ଗୋଟିଏ ବଲ୍‌ ବାଉନ୍ସର ଥିଲା। ଏଥିରେ ଭିଭ୍‌ଙ୍କ ଟୋପି ଖସି ଯାଇଥିଲା। ଏହା ସେତେବେଳେ ବହୁତ ବଡ଼ କଥା ଥିଲା। ସେତେବେଳ ମ୍ୟାଚ୍‌ ରେଫରି ନ ଥିଲେ। ପରେ ଆକ୍ରମ ଭିଭ୍‌ଙ୍କ ପାଖକୁ ଯାଇ ଖଣ୍ଡି ଇଂରାଜିରେ ସ୍ଲେଜିଂ କରିଥିଲେ। ଭିଭ୍‌ ରାଗରେ ଚାହିଁଥିଲେ ଏବଂ ଥୁ କରିଦେଇଥିଲେ। ଆକ୍ରମ କିଛି ବୁଝିପାରି ନ ଥିଲେ। ସେ ଅଧିନାୟକ ଇମ୍ରାନ୍‌ ଖାନଙ୍କ ପାଖକୁ ଯାଇ ଭିଭ୍‌ କହୁଛନ୍ତି ତାଙ୍କୁ ଅପଶବ୍ଦ କହିଲେ ସେ ତାଙ୍କୁ ପିଟିବେ ବୋଲି କହିଥିଲେ। ଇମ୍‌ରାନ୍‌ କହିଥିଲେ ବାଉନ୍ସର ପକାଅ। ଏଭଳି କରି ସେ ଶେଷକୁ ଉଇକେଟ ନେଇଥିଲେ।

ଖେଳ ଶେଷ ହେବା ପରେ ଇମ୍‌ରାନଙ୍କ ସହ ଆକ୍ରମ ଡ୍ରେସିଂ ରୁମ୍‌ ଯାଇଥିଲେ। ଦୁଇଦଳର ଡ୍ରେସିଂ ରୁମ୍‌ ମୁହାଁମୁହିଁ ଥିଲା। ଆକ୍ରମ ଥକି ଯାଇଥିବା ହେତୁ ବିଶ୍ରାମ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ପଛରୁ କେହି ଡ୍ରେସିଂ ରୁମ୍‌ ବାହାରକୁ ଆସିବାକୁ କହିଥିଲେ। ଖାଲି ଦେହରେ ରିଚାର୍ଡସ୍‌ ଛିଡ଼ା ହୋଇଥିବା ସେ ଦେଖିଥିଲେ। ଭୟରେ ଇମରାନଙ୍କ ପଛରେ ଲୁଚିଥିଲେ ଆକ୍ରମ। ପତଳା ହୋଇଥିବା ହେତୁ ତାଙ୍କୁ ନ ଛାଡ଼ିବାକୁ କହିଥିଲେ। ହେଲେ ଇମରାନ୍‌ କହିଥିଲେ ନିଜ କିଳା ନିଜେ ସମ୍ଭାଳ। ଶେଷରେ ସେ ବାହାରକୁ ଯାଇ ତାଙ୍କର ଗୋଡ ଧରି କ୍ଷମା ମାଗିଥିଲେ। ଏହାପରେ ଭିଭ୍‌ ଆଗକୁ ଏଭଳି କଲେ ମାରିଦେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri