ଏକଦା ଲତାଙ୍କୁ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ, ଦିଆଯାଇଥିଲା ସ୍ଲୋ-ପଏଜନ୍‌…

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବର ସମ୍ରାଜ୍ଞୀ। ଆଠ ଦଶକରେ ୨୫ ହଜାର ଗୀତ ଗାଇ ସମସ୍ତଙ୍କୁ ତାଙ୍କ ସ୍ବରରେ ନିଜ ଆଡ଼କୁ ଆକୃଷ୍ଟ କରିଥିଲେ ଲତା। ଶେଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ପରେ ଲତାଙ୍କର ଦେହାନ୍ତ ହୋଇଯାଇଛି । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପା ଥିଲେ ମହାନ ମରାଠୀ ସଙ୍ଗୀତକାର ଦିନାନାଥ ମଙ୍ଗେସ୍‌କର। ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ‘ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା । ୧୯୪୨ ମସିହାର ମଙ୍ଗେସ୍‌କର ପରିବାର ଉପରେ ହୋଇଥିଲା ଅକସ୍ମାତ ବଜ୍ରପାତ । ବାପା ଦୀନାନାଥଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା । ଏହି ସମୟରେ ପରିବାର ବୋଝ ଲତାଙ୍କ ଉପରେ ପଡିଥିଲା । ମାତ୍ର ୧୩ ବର୍ଷ ବୟସରେ ଲତା ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲେ । ଆରମ୍ଭ ହୋଇଥିଲା ସଂଘର୍ଷ ଓ ସଂଗୀତର ଗୋଟିଏ ଅଭୁଲା ଅଧ୍ୟାୟ । ନବଯୁଗ ଚିତ୍ରପଟ ମୁଭିଜର ମାଲିକ ତାଙ୍କୁ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେ । କ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦି ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ.। କିନ୍ତୁ ପରେ ସେ ପୁରା ସମୟ ପ୍ରଛଦପଟ୍ଟ ସଂଗୀତ ଗାୟନକୁ ଦେଇଥିଲେ । ୧୯୪୨ରେ ସେ ଗୋଟିଏ ମରାଠୀ ଫିଲ୍ମରେ ପ୍ରଥମ ଥର ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୀତ ଗାଇଥିଲେ। କିନ୍ତୁ ପରେ କୌଣସି କାରଣରୁ ଏଡିଟିଂ ବେଳେ ଏହି ଗୀତକୁ ହଟାଇ ଦିଆଯାଇଥିଲା । ୧୯୪୨ରେ ରିଲିଜ ହୋଇଥିଲା ମଙ୍ଗଲା ଗୌର ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଭାରତ ଲତାଙ୍କ ସ୍ବରକୁ ଶୁଣିବାକୁ ପାଇଥିଲା । ତେବେ ଲତାଙ୍କ ସଂଗୀତ ଯାତ୍ରା ସହଜ ନ ଥିଲା । କ୍ୟାରିୟର ଆରମ୍ଭରେ ତାଙ୍କୁ ଅନେକ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡିଥିଲା । ସ୍ବର ପତଳା କହି ଅନେକ ସଂଗୀତକାର ତାଙ୍କୁ ରିଜେକ୍ଟ କରିଥିଲେ । କିନ୍ତୁ ଦିନେ ଲତା ପାଲଟିଯାଇଥିଲେ ଭାରତର ସ୍ବର । ଭାରତର କୋକିଳକଣ୍ଠୀ ।
୧୯୪୮ ମସିହାରେ ଆସିଥିବା ଫିଲ୍ମ ମଜବୁରର ଗୀତ ଦିଲ ମେରା ତୋଡା କାହିଁକା ନା ଛୋଡା ଥିଲା ଲତାଙ୍କ ପ୍ରଥମ ହିଟ୍‌ । ୧୯୪୯ ମସିହାରେ ଆସିଥିବା ମହଲ ଫିଲ୍ମର ‘ଆୟେଗା ଆନେୱାଲା’ ପରଠାରୁ ଲତା ପଛକୁ ଫେରି ଚାହିଁ ନ ଥିଲେ । ଏହା ପରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସିନେମା ସଂଗୀତ ଜଗତରେ ଲତାଙ୍କ ରାଜୁତି ଚାଲିଥିଲା ।

ଏକଦା ତାଙ୍କୁ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ କରାଯାଇଥିଲେ।
ଲତା ଯେତେବେଳେ ନିଜ କ୍ୟାରିୟରର ଶୀର୍ଷରେ ଥିଲେ ସେତେବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା। ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକଦା ତାଙ୍କ ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଥିଲା । ଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରେ ଡାକ୍ତରୀ ଯାଞ୍ଚରୁ ତାଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡ଼ଯନ୍ତ୍ର କିଏ ରଚିଥିଲା ଓ କାହିଁକି ରଚିଥିଲା ତାହା ଆଜି ମଧ୍ୟ ଏକ ରହସ୍ୟ ।

ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?