ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ

ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି କରିଛନ୍ତି। କ’ଣ ଆପଣ ଆମ ଦେଶର ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବିଷୟରେ ଭାବି ଦେଇଛନ୍ତି କି? ସେ ନୁହେଁ। ତାଙ୍କ ପରେ ଆଉ ଜଣେ ଅଛନ୍ତି ଯିଏ କି, ଏସିଆର ମୋଷ୍ଟ ଏଲିଜିବୁଲ ବ୍ୟାଚଲର। ଆମେ କହୁଛୁ, ବୋରନେଓ ଦ୍ୱୀପର ଏକ ଛୋଟ ଦେଶ ବ୍ରୁନେଇର ରାଜକୁମାର ଅବଦୁଲ ମ୍ୟାଟେନଙ୍କ ବିଷୟରେ।

ବ୍ରୁନେଇର ରାଜଧାନୀ ବନ୍ଦର ସେରି ବେଗାଓ୍ବାନର ଏକ ମସଜିଦରେ ମ୍ୟାଟେନ ତାଙ୍କ ଫିଅନ୍ସେଙ୍କୁ ବିବାହ କରିଛନ୍ତି। ରାଜକୁମାରଙ୍କ ବିବାହ ପରେ ଗୁରୁବାର ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ସେ ୨୯ବର୍ଷିୟା ଅନିଶା ରୋଶନା ଇସା କାଲେବିକଙ୍କୁ ରୀତିନୀତିରେ ବିବାହ କରିଛନ୍ତି। ଏହି ଭବ୍ୟ ରାଜକୀୟ ବିବାହ ସମାରୋହ ଜାନୁଆରୀ ୧୬ରେ ଶେଷ ହେବ।

୩୨ବର୍ଷିୟ ରାଜକୁମାର ଅବଦୁଲ ନିଜର ବିଭିନ୍ନ ପ୍ରକାର ସଉକକୁ ନେଇ ଲୋକପ୍ରିୟ ଅଟନ୍ତି। ପୋଲୋ ଖେଳରେ ନିଜର ବିଭିନ୍ନ କୌଶଳ ଦେଖେଇବା ସହ ଏକ ପ୍ରଶିକ୍ଷକ ହେଲିକପ୍ଟର ପାଇଲଟ ମଧ୍ୟ ଅଟନ୍ତି। ସୋସିଆଲ ମିଡିଆରେ ତାଙ୍କର ଖୁବ୍‌ ଫ୍ୟାନ ଫଲୋଉଇଙ୍ଗ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ଲକ୍ଷ ଫଲୋଅର୍ସ ଥିବାବେଳେ ତାଙ୍କର ଗୋଟିଏ ପୋଷ୍ଟରେ ଯୁବତୀମାନେ ବିଭିନ୍ନ ପ୍ରକାର କମେଣ୍ଟସ ଦେଇଥାନ୍ତି।
ମ୍ୟାଟିନଙ୍କ ସ୍ତ୍ରୀ ଇସା, ସୁଲତାନଙ୍କ ବିଶେଷ ପରାମର୍ଶଦାତା ତଥା ରୋୟାଲ ବ୍ରୁନେଇ ଏଆରଲାଇନ୍ସ ଅଧ୍ୟକ୍ଷଙ୍କର ନାତୁଣୀ ଅଟନ୍ତି। ଇସା କଥିତ ରୂପେ ସିଲ୍କ କଲୋକ୍ଟିଭ ନାମକ ଏକ ଫ୍ୟାଶନ ବ୍ରାଣ୍ଡ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?