ଉତ୍କଳ ଦିବସରେ ମନେ ପଡ଼ନ୍ତି ଓଡ଼ିଆ ବରପୁତ୍ର…

ଭୁବନେଶ୍ୱର,୧ା୪: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିନ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ  ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଆସୁଛି। ଓଡ଼ିଆ ବୀରମାନଙ୍କ ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଏବଂ ପରିଶ୍ରମ ପରେ ୧୯୩୬  ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହି ଦିନଟି ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିନ।

ଓଡ଼ିଶା ଗଠନରେ ଯେଉଁ ଓଡ଼ିଆ ବରପୁତ୍ରମାନଙ୍କ ଅବଦାନ ରହିଥିଲା ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୂସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ସ୍ବଭାବ କବି ଗଙ୍ଗାଧର ମେହେର ରହିଛନ୍ତି। ଏମାନେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ବହୁ ପରିଶ୍ରମ କରିଥିଲେ। ସେମାନଙ୍କର ଉଦ୍ୟମ ଶେଷରେ ସଫଳ ହୋଇଥିଲା। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ରାଜ୍ୟ ଗଠନରେ ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତେ ମନେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri