ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ ଚତୁର୍ଥୀ ପିଣ୍ଡ ପଡ଼ିବା ପୂର୍ବରୁ ନବବଧୂଙ୍କ ଏପରି କିଛି କଥା ମୁଣ୍ଡ ଘୂରାଇଦେଲା ବରପକ୍ଷଙ୍କ। ବିବାହ କରିଥିବା ଯୁବକଙ୍କ ସହ ନୁହେଁ ବରଂ ପୁରୁଣା ପ୍ରେମିକଙ୍କ ସହ ରହିବାକୁ ଜିଦ୍‌ ଧରିଥିଲେ ନବବଧୂ। ଶେଷରେ ଥାନା ଯାଏ କଥା ଯିବା ପରେ ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ଲେଖି ପୁରୁଣା ପ୍ରେମିକଙ୍କ ହାତ ଧରିଛନ୍ତି ନବବଧୂ। ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ତାଳଚେର ଥାନା ଅଞ୍ଚଳର ଜଣେ ଯୁବକଙ୍କ ବିବାହ ବଅଁରପାଳ ବ୍ଲକ ଅଞ୍ଚଳରେ ସମ୍ପନ୍ନ ହୋଇଥିଲା। ମନ୍ଦିରରେ ବିବାହ କାର୍ଯ୍ୟ ଶେଷ ହେବା ପରେ ବଅଁରପାଳ ଅଞ୍ଚଳର କନ୍ୟା ତାଳଚେରସ୍ଥିତ ଶାଶୁଘରକୁ ଆସିଥିଲେ। ୩ ଦିନ ଧରି ନବବଧୂ ଶାଶୁଘରେ ଠିକ୍‌ଠାକ୍‌ ଥିଲେ। ଶାଶୁଘର ଲୋକଙ୍କୁ ଭଲ ବ୍ୟବହାର ଦେଖାଇଥିଲେ। ଶୁକ୍ରବାର ଚତୁର୍ଥୀ ପିଣ୍ଡ ପଡ଼ିବାର ଥିଲା। ହେଲେ ଏହା ପୂର୍ବରୁ ନବବଧୂ ଜଣକ ଏହି ବିବାହ ତାଙ୍କ ଇଚ୍ଛା ଅନୁସାରେ ହୋଇନାହିଁ ବୋଲି ଶାଶୁଘର ଲୋକଙ୍କୁ କହିଥିଲେ। ତାଙ୍କ ମା’ ବାପା ଜୋରଜବରଦସ୍ତ ବିବାହ କରାଇଛନ୍ତି। ଏପରି କି ବିବାହ ନ କଲେ ବାପା ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ।

ତେଣୁ ବାଧ୍ୟବାଧକତାରେ ବିବାହ କରିଥିଲେ ମଧ୍ୟ ସେ ଖୁସି ନାହାନ୍ତି। ସେ କଦାପି ଏହି ବୈବାହିକ ଜୀବନ ଗଢ଼ି ପାରିବେ ନାହିଁ। ତାଙ୍କୁ ଅନୁଗୋଳ ସଦର ଅଞ୍ଚଳର ପ୍ରେମିକଙ୍କ ସହିତ ବିବାହ କରାଇ ଦିଆଯାଉ ବୋଲି ସ୍ବାମୀ ଓ ଶାଶୁଘର ଲୋକଙ୍କୁ କହିଥିଲେ। ଏପରି କଥା ଶୁଣି ବରପକ୍ଷ ତୁରନ୍ତ ନବବଧୂଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। ପରେ ଉଭୟ ପରିବାର ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ମଧ୍ୟ ନବବଧୂ ଉକ୍ତ କଥା ଦୋହରାଇଥିଲେ। ଅନୁଗୋଳ ସଦର ଅଞ୍ଚଳର ଜଣେ ଯୁବକଙ୍କୁ ସେ ୭/୮ବର୍ଷ ହେଲା ଭଲ ପାଉଛନ୍ତି। ତେଣୁ ସମ୍ପୃକ୍ତ ପ୍ରେମିକଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହିତ ବିବାହ କରିବାକୁ ଚାହଁୁଛନ୍ତି ବୋଲି ଜିଦ ଧରିଥିଲେ। ଏହାପରେ ଉଭୟ ପରିବାର, ମୁରବି, ସାହି ପଡ଼ିଶା ଓ ତାଳଚେର ପୋଲିସ ଉପସ୍ଥିତରେ ନବବଧୂ ଏକ ଚୁକ୍ତିନାମା ଲେଖି ତାଙ୍କ ପୁରୁଣା ପ୍ରେମିକଙ୍କ ପାଖକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଣସେଚିତ ଜମି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବରି; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ଚମ୍ପତ ରାୟଙ୍କୁ କ୍ଲିନ୍‌ଚିଟ୍‌: ପ୍ରସାଦ ଚୋରି ଘଟଣାରେ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳ (SIT)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବତନ ମହାସଚିବ ଚମ୍ପତ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ମନ ନିୟନ୍ତ୍ରଣ ରଖିଲେ ନିଶାକୁ ଦୂରେଇ ହେବ: ନିଶାମୁକ୍ତ ଭାରତ ଲକ୍ଷ୍ୟ

ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ନିଶାମୁକ୍ତ ଭାରତ’ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ଭିକ୍ଷା ମାଗି ପାରିବେନି ପାକିସ୍ତାନୀ, ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ପାକିସ୍ତାନ ହଜ ଏବଂ ଉମରା ପାଇଁ ସାଉଦି ଆରବକୁ ଯାଉଥିବା ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରିଛି। ପାକିସ୍ତାନୀ ଦୂତାବାସ ଭିକ୍ଷା ମାଗିବା,…

ବିଲକୁ ଯିବା ବାଟରେ ଗୋଡାଇ ଗୋଡାଇ କାମୁଡିଲା ମାଙ୍କଡ଼, ତଳେ ପଡିଯିବାରୁ…..

ଆନନ୍ଦପୁର,୧୮।୮(ସୁଶାନ୍ତ କୁମାର ସାହୁ): ମାଙ୍କଡ଼ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ହେଉଛନ୍ତି ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri