Posted inଜାତୀୟ

ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ

ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି । କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡ ପ୍ରଧାନମନ୍ତ୍ରୀଙ୍କ ସଂସ୍ଥା ସହ ଜଡିତ । ସେଥିପାଇଁ ଏହା ଅଧିକ ଉପଯୁକ୍ତ ହେବ ନାହିଁ । ସେ କହିଛନ୍ତି ଯଦି ଏହି ଫଣ୍ଡ ସମସ୍ତଙ୍କ ବିଶ୍ୱାସ ସ୍ଥାନରେ ଆଇନ ମାଧ୍ୟମରେ ଗଠନ କରାଯାଇଥାଆନ୍ତା ତେବେ ଏହା ଅଧିକ ଉପଯୁକ୍ତ ହୋଇଥାଆନ୍ତା । ମନିଷଙ୍କ ଏଭଳି ଉକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡର ବିରୋଧ କେବଳ ବିରୋଧ କରିବା ନାଁରେ କରାଯାଉଛି । ଯେମିତି କଂଗ୍ରେସ ଇଭିଏମ୍‌କୁ ନେଇ ବିରୋଧ କରୁଥିଲା ଆଉ ପରେ ଅଧିକାଂଶ ନିର୍ବାଚନରେ ହାରିଥିଲା । କଂଗ୍ରେସ ଲଗାତାର ଜନ-ଧନ ଯୋଜନା, ବିମୁଦ୍ରିକରଣ, ତିନ ତଲାକ ଓ ଜିଏସ୍‌ଟିକୁ ଖରାପ ବୋଲି କହୁଥିଲା । କାରଣ ତାକୁ ସବୁଥିରେ ତ୍ରୁଟି ଦେଖାଯାଉଛି ବୋଲି ଅନୁରାଗ କହିଥିଲେ । ହେଲେ କଂଗ୍ରେସର ନିଜର ଉଦ୍ଦେଶ୍ୟ ଯେ ତ୍ରୁଟିପୂର୍ଣ୍ଣ ଏହା ସେ ଭୁଲ ଯାଉଛି । ଅନୁରାଗ କହିଥିଲେ ପିଏମ୍ କେୟାର୍ସ ଫଣ୍ଡ ଏକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଯାହାର ଗଠନ ଭାରତୀୟଙ୍କ ପାଇଁ କରାଯାଇଛି । ହେଲେ ଆପଣ ନେହେରୁ-ଗାନ୍ଧୀ ପରିବାର ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି । ନେହେରୁ ଓ ସୋନିଆ ଗାନ୍ଧୀ ନ୍ୟାଶନାଲ ରିଲିଫ ଫଣ୍ଡର ସଦସ୍ୟ ଅଛନ୍ତି । ଏହା ଉପରେ ଆଲୋଚନା ହେବା କରୁରୀ । ଅନୁରାଗ ଆହୁରି ମଧ୍ୟ କହିଛନ୍ତି ନେହେରୁ ୧୯୪୮ରେ ଏକ ଆଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ ଗଠନ କରିବାକୁ ହେଲେ ଏହାର ପଞ୍ଜିକରଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri