Posted inଜାତୀୟ

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି ସନ୍ଦୀପ ସିଂ ନାନଗାଲ ଅମବିଆନ(୪୦)। ଘଟଣାର ତୁରନ୍ତ ପରେ ସନ୍ଦୀପଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ କହିବା ଅନୁଯାୟୀ, ନାକୋଦାରର ମାଲିଆନ ଖୁର୍ଦ ଗ୍ରାମରେ ଆୟୋଜିତ କବାଡ଼ି ଟୁର୍ନାମେଣ୍ଟ ଗ୍ରାଉଣ୍ଡରୁ ବାହାରିବା ପରେ ସନ୍ଦୀପଙ୍କ ଉପରେ ଗୁଳି ଚଳାଇଥିଲେ ୪ ଜଣ ଦୁବୃର୍ତ୍ତ। ସେମାନେ କବାଡ଼ି ଖେଳାଳିଙ୍କ ଉପରେ ୮ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ହତ୍ୟାକାଣ୍ଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ କିଛି ଲୋକ ଗଛ ପାଖରେ ଛିଡ଼ା ହୋଇ ଗୁଳି ଚଳାଉଥିବା ଦେଖିବାକୁ ମିଳୁଛି। ଜଳନ୍ଧର (ଗ୍ରାମୀଣ) ଡିଏସ୍‌ପି ଲଖଓ୍ବିନ୍ଦର ସିଂ କହିଛନ୍ତି, ମୃତ ଖେଳାଳି ଶାହକୋଟର ନାନଗଲ ଅମ୍ବିୟାନ ଗ୍ରାମର। ସେ ଇଂଲଣ୍ଡରେ ରୁହନ୍ତି ଏବଂ ଜଣେ ବ୍ରିଟିଶ ନାଗରିକ। ସେ ନିୟମିତ ଭାବେ ଗାଁରେ କବାଡି ଟୁର୍ନାମେଣ୍ଟ ଆୟୋଜନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ...

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’...

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ନ୍ୟାୟପାଳିକାରେ ମହିଳାଙ୍କୁ ମିଳୁ ୫୦% ସଂରକ୍ଷଣ

ନୂଆଦିଲ୍ଲୀ, ୨୭।୯: ନ୍ୟାୟପାଳିକାରେ ମହିଳାମାନଙ୍କ ନିମନ୍ତେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର ଆହ୍ବାନ...

ଭଗଓ୍ବନ୍ତଙ୍କ କ୍ୟାବିନେଟ ମନ୍ତ୍ରୀ ନେଲେ ଶପଥ

ଚଣ୍ଡିଗଡ଼,୧୯।୩: ପଞ୍ଜାବରେ ଆମ ଆଦମୀ ପାର୍ଟିର ବହୁମତରେ ବିଜୟ ହାସଲ ପରେ ମାର୍ଚ୍ଚ ୧୬ରେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଇତିମଧ୍ୟରେ...

ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ...

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ।...

Advertisement
Archives

Model This Week