Posted inଜାତୀୟ

‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’

ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ରାଜଭର କହିଛନ୍ତି, ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ବିଭାଜନ ଭଳି ପରିସ୍ଥିତି ଉପୁଜି ନ ଥାନ୍ତା। ବାରାଣାସୀରେ ଏକ କାର୍ଯ୍ୟକ୍ରମରେ ରାଜଭାର ଏକଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଭାଜପାର ବରିଷ୍ଠ ନେତା ଏଲ.କେ ଆଡଭାନୀ ମଧ୍ୟ ଜିନ୍ନାଙ୍କ ପ୍ରଶଂସକ। ଭାବନ୍ତୁ କାହିଁକି ଅଟଳ ଜୀ ଏବଂ ଆଡଭାନୀ ଜୀ ମଧ୍ୟ ଜିନ୍ନାଙ୍କ ଧାରଣାକୁ ପ୍ରଶଂସା କରିଛନ୍ତି, ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତେବେ ଦେଶ ବିଭାଜିତ ହୋଇ ନ ଥାନ୍ତା।’
ସୂଚନାଯୋଗ୍ୟ ଯେ, ନିକଟରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ନେହେରୁଙ୍କ ଭଳି ସ୍ବାଧୀନତା ସଂଗ୍ରାମରେ ଜିନ୍ନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ

ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ...

ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…

ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଓମିକ୍ରନ୍ ଯୋଗୁଁ ଫେବୃୟାରୀରେ ଆସିବ କରୋନାର ତୃତୀୟ ଲହର: ଆଇଆଇଟି ବମ୍ବେ

ମୁମ୍ବାଇ,୭ ।୧୨: କରୋନା ମହାମାରୀର ତାଣ୍ଡବ ଧୀରେ ଧୀରେ କମି ଆସୁଥିବା ବେଳେ ପୁଣିଥରେ ଚିନ୍ତାରେ ପକାଇଛି ଓମିକ୍ରନ୍ ଭାରିଏଣ୍ଟ । ଏହାଯୋଗୁ ଦେଶରେ ବିପଦ...

ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି...

ସିଟ୍‌ ବେଲ୍ଟ ନ ବାନ୍ଧି ଦୁର୍ଘଟଣାରେ ୧୬,୩୯୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୧୨: ୨୦୨୧ ବର୍ଷରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସିଟ୍‌ ବେଲ୍ଟ ନ ବାନ୍ଧିବା କାରଣରୁ ୧୬,୩୯୭ ଜଣଙ୍କ ଜୀବନ ଯାଇଥିବା ସଡ଼କ ପରିବହନ ଓ ରାଜପଥ...

କରୋନା ସଂକ୍ରମିତ ପିଜା ଡେଲିଭରି ବୟଙ୍କ ପାଇଁ ୭୨ ଜଣ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୬।୪: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦ୍ୱିତୀୟରୁ ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଅନାଇ ରହିଛି। ରାଜଧାନୀ ଦିଲ୍ଲୀରେ...

ରାଜଧାନୀକୁ ପୁଣି ଫେରିଲା କରୋନା

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ସରକାର ଚିନ୍ତିତ ରହିଛନ୍ତିି। ରାଜଧାନୀ ଦିଲ୍ଲୀକୁ ପୁଣି କରୋନା ଫେରିଛି। ଏଠାରେ ଗତ...

Advertisement
Archives

Model This Week