Posted inଜାତୀୟ

ମଞ୍ଚ ଉପରେ ଚାନ୍ଦା ମାଗିଲେ ଓମପ୍ରକାଶ ରାଜଭର, ଦାତାଙ୍କର ଲାଗିଲା ଭିଡ

ସନ୍ଥକବିରନଗର,୨ ।୧୦: ଉତ୍ତର ପ୍ରଦେଶରେ ସୁହେଲଦେବ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏଥର ସେ ଖୋଲା ମଞ୍ଚରେ ଗାମୁଛା ପତାଇ ଚାନ୍ଦା ମାଗିଛନ୍ତି । ରାଜଭର ଶନିବାର ସନ୍ଧ୍ୟାରେ ସନ୍ଥକବିରନଗର ଜିଲାରେ ସାବଧାନ ରଥଯାତ୍ରା ନେଇ ପହଞ୍ଚିଥିଲେ । ଏଠାରେ ସେ ଘନଘଟା ବିଧାନସଭାର ଏକ ଘରୋଇ ସ୍କୁଲରେ ଜନସଭାରେ ଯୋଗ ଦେଇଥିଲେ । ଏହାପରେ ସେହିଠାରେ ସେ ମଞ୍ଚ ଉପରେ ଗାମୁଛା ପାତି ଚାନ୍ଦା ମାଗିଥିବା ଦେଖାଯାଇଥିଲା । ଚାନ୍ଦାରେ ସେ ଜନତାଙ୍କଠାରୁ ୧୦ ଟଙ୍କା ଡିମାଣ୍ଡ କରିଥିଲେ । ଦାତା ମଧ୍ୟ ହୃଦୟ ଖୋଲି ଦାନ ଦେଇଥିଲେ । ତେବେ ଦାନ ଦେବା ଲାଗି ଦାତାଙ୍କର ଲମ୍ବା ଲାଇନ ଲାଗିଥିଲା ।

ଗଣମାଧ୍ୟମ ସହ କଥା ହୋଇ ରାଜଭର କହିଛନ୍ତି ସାବଧାନ ରଥଯାତ୍ରା ଜରିଆରେ ଆମେ ଲୋକଙ୍କୁ ସାବଧାନ କରିବାକୁ ଆସିଛୁ । ଆମର ରଥଯାତ୍ରା ଲକ୍ଷ୍ନୌରୁ ନେଇ ୭୫ ଜିଲା ହୋଇ ଗାନ୍ଧୀ ମଇଦାଦରେ ଶେଷ ହେବ । ଶନିବାର ରାଜଭର ଏହି ସାବଧାନ ଯାତ୍ରା ନେଇ ଧନଘଟା ବିଧାନସଭା ଆସନର ହୈସର ବ୍ଲକରେ ପହଞ୍ଚିଥିଲେ । ସେଠାରେ ସେ ଲୋକଙ୍କୁ କହିଥିଲେ ଆପଣଙ୍କ ୧୦ ଟଙ୍କା ଆମକୁ ଆପଣଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବ । ଏହାସହ ସେ ଜନତାଙ୍କୁ କହିଥିଲେ ଯେତେବେଳେ କୌଣସି ଦଳ ଏଠାକୁ ଆସି ସଭା କରୁଛନ୍ତି ସେମାନଙ୍କୁ ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ କରନ୍ତୁ । ଆମର ଜନଗଣନା କାହିଁକି କରାଯାଉ ନାହିଁ ବୋଲି ବି ପ୍ରଶ୍ନ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri