ଓମିକ୍ରନ୍‌ ଆତଙ୍କ, ୧୦୯ ବିଦେଶ ଫେରନ୍ତା ନିଖୋଜ…

ମୁମ୍ବାଇ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁମ୍ବାଇରେ ଓମିକ୍ରନ ଭାରିଆଣ୍ଟରେ ଆଉ ଦୁଇଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ୍‌ ଆତଙ୍କ ଯୋଗୁ ମୁମ୍ବାଇକୁ ଆସିଥିବା ୧୦୯ ବିଦେଶ ଫେରନ୍ତା ନିଖୋଜ ହୋଇଯାଇଛନ୍ତିି। ସେମାନଙ୍କ ବିଷୟରେ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ।

ମୋଟ ୨୯୫ ବିଦେଶୀ ଯାତ୍ରୀ ମୁମ୍ବାଇ ଆସିଥିଲେ ବୋଲି କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ (କେଡିଏମସି) ମୁଖ୍ୟ ବିଜୟ ସୂର୍ଯ୍ୟବଂଶୀ କହିଛନ୍ତି। ନିଖୋଜ ହୋଇଥିବା ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନାହିଁ।

କେବଳ ଏତିକି ନୁହେଁ, ବିଦେଶରୁ ଆସିଥିବା ଯାତ୍ରୀମାନେ ସେମାନଙ୍କର ଯେଉଁ ଠିକଣା ଦେଇଥିଲେ, ବର୍ତ୍ତମାନ ସେଠାରେ ତାଲା ଝୁଲୁଛି। ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବିପଦପୂର୍ଣ୍ଣ ଦେଶରୁ ଭାରତକୁ ଆସୁଥିବା ଲୋକଙ୍କ ପାଇଁ ସାତ ଦିନ ଘରେ ରହିବା ପାଇଁ ଏକ ନିୟମ କରିଛନ୍ତି। ଏସବୁ ଲୋକମାନଙ୍କର ସାତ ଦିନ ପରେ ପୁନର୍ବାର କରୋନା ପରୀକ୍ଷା କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଶପଥ ନେଇପାରନ୍ତି ହେମନ୍ତ

ରାଞ୍ଚି,୨୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମେଣ୍ଟକୁ ବହୁମତ ମିଳିଛି। ବହୁମତ ମିଳିବା ପରେ ସରକାର...

୩ ପ୍ରସଙ୍ଗ ବନାମ ୫ ରାଜ୍ୟ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି। ଏସବୁ ରାଜ୍ୟରେ...

ଦେଶର ୧୦୫ ସ୍ଥାନରେ ସିବିଆଇ ଚଢ଼ାଉ..

ନୂଆଦିଲ୍ଲୀ,୪।୧୦ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି। ସିବିଆଇ ଦ୍ୱାରା ଦେଶର ୧୦୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସାଇବର...

ଝାରସୁଗୁଡ଼ାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ଯାଏ ସହର ଶଟ୍‌ଡାଉନ୍‌

ଝାରସୁଗୁଡ଼ା ଅଫିସ,୨୮ା୮: ଝାରସୁଗୁଡ଼ା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉ ଥିବାରୁ ଜିଲା ପ୍ରଶାସନ ଏହାକୁ...

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ

ବାରାଣସୀ,୧୭।୭: ଉତ୍ତର ପ୍ରଦେଶର ବାରାଣସୀରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାରାଣସୀର ବିରଦୋପୁରରେ ଏକ ମଠରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବୁଦ୍ଧିଶୁଦ୍ଧି...

ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ

ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ...

‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’

ପୁଣେ,୩୦।୧: ନିକଟରେ ବମ୍ବେ ହାଇକୋର୍ଟ ଏକ ଘରୋଇ ହିଂସାର ଶୁଣାଣି ସମୟରେ ଅଜବ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟ ଏହି...

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି...

Advertisement
Archives

Model This Week