ଫ୍ରାନ୍ସ-ଜର୍ମାନୀରେ ରେକର୍ଡ କରୁଛି କରୋନା

ପ୍ୟାରିସ/ବର୍ଲିନ,୨୧ ।୧: ବ୍ରିଟେନରେ ଓମିକ୍ରନ୍ ପିକ୍‌ରେ ପହଞ୍ଚି ଏବେ କମ୍ ହୋଇଯାଇଥିବା ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସତ । ହେଲେ ୟୁରୋପୀୟ ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ଫ୍ରାନ୍ସରେ ଲଗାତାର ଦ୍ୱିତୀୟ ଦିନରେ ୪ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୪.୩୬ ଲକ୍ଷ । ଏପଟେ ଜର୍ମାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧.୨୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ସେଠାକାର ପ୍ରଧାନମନ୍ତ୍ରୀ ଜେସିକା ଅର୍ଡର୍ନ କହିଛନ୍ତି ଯଦି ଏହାର ଗୋଷ୍ଠୀ ସଂକ୍ରମଣ ହେଲା ତେବେ ସାରା ଦେଶରେ ଲକଡାଉନ ହୋଇପାରେ ।
ଆମେରିକା ଓ ବ୍ରାଜିଲ ବି କରୋନା ମହାମାରୀ କବଳରେ ପଡି ଛଟପଟ ହେଉଛନ୍ତି । ଆମେରିକାରେ ଗତ ୨୪ ଘଣ୍ଟାରେ ୭ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ଦେଶରେ ପ୍ରତିଦିନ ପାଖାପାଖି ୨୦୦୦ ଲୋକଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହେଉଛି । ବ୍ରାଜିଲରେ ବି କରୋନାର ପ୍ରକୋପ କିଛି କମ୍ ନାହିଁ । ସେଠାରେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । ଏହା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି ବୋଲି କୁହାଯାଉଛି । ସେହିପରି ଦେଶରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ପ୍ରାୟ ୩୫୦ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ହସ୍ପିଟାଲରେ ବେଳକୁ ବେଳ ବେଡ୍‌ର ଘୋର ଅଭାବ ଦେଖାଦେଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କରୋନା ଯୋଗୁ ଆମେରିକା ଲୋକେ ଥକି ପଡିଲେଣି । ତଥାପି ସେମାନଙ୍କର ମନୋବଳ ଦୃଢ ଅଛି ବୋଲି ସେ କହିଛନ୍ତି । ଆମେରିକାରେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ କରୋନା ମହାମାରୀରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବିଜୟ, କୃଷ୍ଣ ସାଗରର ସ୍ନେକ୍‌ ଦ୍ୱୀପ ଖାଲି କଲେ ରୁଷିଆ ସୈନ୍ୟ…

କ୍ୱିଭ୍‌, ୧।୭ : ତିନି ମାସରୁ ଅଧିକ ସମୟ ଧରି ରୁଷିଆ ଆକ୍ରମଣ ସହ ସଂଗ୍ରାମ କରୁଥିବା ୟୁକ୍ରେନ କୃଷ୍ଣ ସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ...

ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ କ୍ୟୁବାର ନାମ ସାମିଲ

ୱାଶିଂଟନ,୧୨ ।୧: ଆମେରିକା ପୁଣିଥରେ କ୍ୟୁବାକୁ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ୱ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର...

ଶେଷ ହୋଇନି କରୋନା, ସତର୍କତା ଜରୁରୀ…

ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ...

ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକିୟାରେ ପରିବର୍ତ୍ତନ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୨୯।୪ : ଆମେରିକାର କେତେକ ଫେଡେରାଲ ଏଜେନ୍ସି କିଛି କମ୍ପାନୀ ଦ୍ୱାରା ଅପବ୍ୟବହାର ଏବଂ ଠକେଇର ସୂଚନା ପାଇବା ପରେ ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକ୍ରିୟାକୁ...

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ...

ମେ ୩୦’ରେ ପର୍ତ୍ତୁଗୀଜ ଲିଗ୍‌ ପୁଣି ଆରମ୍ଭ ହେବ

ଲିସ୍‌ବନ,୧।୫(ଏପି): କୋଭିଡ-୧୯ ସଂକ୍ରମଣ କାରଣରୁ ପର୍ତ୍ତୁଗୀଜ ଫୁଟବଲ ଲିଗ୍‌ ସ୍ଥଗିତ ରହିଥିଲା। ତେବେ ଏହା ପୁଣି ଆରମ୍ଭ ହେବ। ଏହି ଲିଗ୍‌ ମେ ୩୦ ତାରିଖରୁ...

ରେକର୍ଡ କଲା ଭାରତ, ପ୍ରତି ୪ ଜଣରେ ଜଣଙ୍କୁ ଟିକା…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ନୂଆ ରେକର୍ଡ କରିଛି। ଦେଶର ପ୍ରତି ୪ ଜଣରେ ଜଣଙ୍କୁ ଟିକାଦାନ କରାଯାଇଛି। ୨୪.୮...

ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ...

Advertisement
Archives

Model This Week