ନୂଆଦିଲ୍ଲୀ, ୬।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦ ଛୁଇଁଛି।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭ ରହିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୫ରେ ପହଞ୍ଚିଛି।
ରାଜସ୍ଥାନରେ ୨୩୬, କେରଳରେ ୨୩୪, କର୍ନାଟକରେ ୨୨୬, ଗୁଜୁରାଟରେ ୨୦୪, ତାମିଲନାଡୁରେ ୧୨୧, ତେଲେଙ୍ଗାନାରେ ୯୪, ହରିୟାଣାରେ ୭୧, ଓଡ଼ିଶାରେ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶରେ ୩୧, ଆନ୍ଧ୍ରପ୍ରଦେଶରେ ୨୮, ପଶ୍ଚିମବଙ୍ଗରେ ୨୦, ମଧ୍ୟପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୮, ଗୋଆରେ ୫, ମେଘାଳୟ ୫, ଜମ୍ମୁ-କଶ୍ମୀରରେ ୩, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ୍ ନିକୋବରରେ ୨, ପଞ୍ଜାବରେ ୨, ଆସାମରେ ୨, ପୁଡୁଚେରୀରେ ୨,ହିମାଚଳପ୍ରଦେଶରେ ୧, ଲଦାଖରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
୯୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।