Posted inଜାତୀୟ

୧୦ ଦକ୍ଷିଣ ଆଫ୍ରିକୀୟଙ୍କ ମିଳୁନି ପତ୍ତା

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଦେଶର ପ୍ରଥମ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଙ୍ଗାଲୁରୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ କର୍ନାଟକ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ନଭେମ୍ବର ୧୨ରୁ ୨୨ ମଧ୍ୟରେ ଦକ୍ଷିଣ ଆଫ୍ରିକୀୟମାନେ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣକଠାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଅନ୍ୟମାନଙ୍କୁ ଖୋଜି ବାହାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେମାନଙ୍କ ପରୀକ୍ଷା କରାଇବା ଜରୁରୀ ହୋଇଥିବା ବେଳେ ସେମାନେ କେଉଁଠି ଅଛନ୍ତି ଜଣାପଡ଼ୁନାହିଁ। ସେମାନେ ବିମାନବନ୍ଦରରେ ଯେଉଁ ଠିକଣା ଦେଇଥିଲେ ସେଠାରେ ସେମାନେ ନାହାନ୍ତି। ଏହା ବ୍ୟତୀତ ସେମାନଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଓମିକ୍ରନ୍‌ ବିପଦ ଥିବା ଦେଶରୁ ୫୭ ଜଣ କର୍ନାଟକ ଆସିଥିବା ଜଣାପଡ଼ିଛି। ଆଫ୍ରିକୀୟ ନାଗରିକଙ୍କୁ ଖୋଜି ବାହାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପୋଲିସ ସହାୟତା ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ଅଭିଯୋଗ ଶୁଣିଲେ ଜିଲାପାଳ ଆରକ୍ଷୀ ଅଧୀକ୍ଷକ: ସମସ୍ୟାର ମିଳିଲା ସମାଧାନ

ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri