ଦେଶରେ ୪୦ ଓମିକ୍ରନ୍ ସନ୍ଦିଗ୍ଧଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀର ସବୁଠାରୁ ମାରାତ୍ମକ ରୂପ ଓମିକ୍ରନ୍ ଏବେ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଆମ ଦେଶରେ ବି ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଏମାନେ କର୍ନାଟକର ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ସଂକ୍ରମିତ ରହିଥିବା ସନ୍ଦେହ କରାଯାଉଛି । ଏବେ ଦେଶରେ ପାଖାପାଖି ୪୦ ଓମିକ୍ରନ୍ ସଂକ୍ରମିତ ସନ୍ଦିଗ୍ଧ ରହିଥିବା ଅନୁମାନ କରାଯାଇଛି । ଏବେ ରାଜସ୍ଥାନ ଓମିକ୍ରନର ହଟ୍ ସ୍ପଟ୍ ହୋଇପାରେ ବୋଲି କୁହାଯାଉଛି । କାରଣ ଏଠାରେ ଗୋଟିଏ ପରିବାରର ୪ ସଦସ୍ୟ କରୋନାରେ ପୀଡ଼ିତ ହୋଇଥିବା ବେଳେ ଏମାନଙ୍କ ସମ୍ପର୍କରେ ଆସିଥିବା ଆଉ ୫ଜଣଙ୍କ ରିପୋର୍ଟ ବି ପଜିଟିଭ ଆସିଛି । ବଡ କଥା ହେଲା ଏମାନେ ସମସ୍ତେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ରାଜସ୍ଥାନ ବ୍ୟତୀତ ଦେଶର ଆଉ କିଛି ସ୍ଥାନରେ ବି ଓମିକ୍ରନ୍ ସଂକ୍ରମିତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ମୁକାବିଲା କରିବାକୁ ଦେଶ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ତେବେ କର୍ନାଟକରେ ଆଉ ୧୦ ଓ ଆନ୍ଧ୍ରପ୍ରଦେଶରେ ୩୦ ଓମିକ୍ରନ୍ ସନ୍ଦିଗ୍ଧଙ୍କ ପତ୍ତା ମିଳୁ ନ ଥିବା କୁହାଯାଉଛି । ଅନେକ ଚେଷ୍ଟା ପରେ ବି ଏମାନଙ୍କର କୌଣସି ପତ୍ତା ମିଳୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ଭାଜପାର କୋର କମିଟି ବୈଠକ, ଉପନିର୍ବାଚନ ପାଇଁ ଦଳ କାହାକୁ କରିବ ପ୍ରାର୍ଥୀ ହେବ ଆଲୋଚନା

ଲକ୍ଷ୍ନୌ,୯।୧୧: ଡିସେମ୍ବର ୫ରେ ମେନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବୁଧବାର କୋର କମିଟି ବୈଠକ ବସିବ।...

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ...

ଛତିଶଗଡ଼ରେ ୫ ଯବାନ ସହିଦ

ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା...

ସୀମାରେ କୋକୁଆ ଭୟ: ଦୁଇମାସ ପାଇଁ ରୋଷେଇ ଗ୍ୟାସ୍‌ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ଶ୍ରୀନଗର,୨୮।୬: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ-ଚାଇନା ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଫଳରେ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ...

୩୬ ଘଣ୍ଟା ପରେ ମୁହଁ ଖୋଲିଲେ ସରକାର: ଜୁନ ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ୩୬ ଘଣ୍ଟା ପରେ ସରକାର ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯...

ନୂଆ ବର୍ଷରେ ଏହି ସୀମାନ୍ତ ରାଜ୍ୟଗୁଡ଼ିରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ଆଲର୍ଟ ଜାରି କଲା ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦିନକ ପରେ ପୁରୁଣା ବର୍ଷକୁ ବିଦାୟୀ ଦିଆଯାଇ ନୂଆବର୍ଷକୁ ସ୍ବାଗତ କରାଯିବ। ଇତିମଧ୍ୟରେ ଆତଙ୍କବାଦୀମାନେ ନୂଆ ବର୍ଷ ଅବସରରେ ଏକ ବଡ଼ ଷଡଯନ୍ତ୍ର ରଚିପାରନ୍ତି...

ସ୍ବାମୀ ଦେଖୁଥିଲେ ଅଶ୍ଲୀଳ ଭିଡିଓ, ସ୍ତ୍ରୀ ବିରୋଧ କରିବାରୁ…

ବେଙ୍ଗାଲୁରୁ,୩।୧୧: କର୍ନାଟକର ବେଙ୍ଗାଲୁରୁରେ ମହିଳା ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ଅଶ୍ଲୀଳ ଫିଲ୍ମ ଦେଖୁଥିବାବେଳେ ସ୍ତ୍ରୀ ମନା କରିବାରୁ ତାଙ୍କୁ ସଢା...

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ।...

Advertisement
Archives

Model This Week