ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର ସଜାଗ ଥିବା ବେଳେ ଚିକିତ୍ସା ଲାଗି ସମସ୍ତ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ହସ୍ପିଟାଲର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ । କେବଳ ମୁଣ୍ଡବିନ୍ଧା ଓ ଦେହ ଦରଜ ହୋଇଛି । ଏହା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ସୂଚନାଯୋଗ୍ୟ, ସଂକ୍ରମିତଙ୍କ ବୟସ ୩୩ ବର୍ଷ ହୋଇଥିବା ବେଳେ ସେ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିଲେ । ଡିସେମ୍ବର ୨ରେ ବିମାନନ୍ଦରରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏଲଏନ୍‌ଜେପି ହସ୍ପିଟାଲ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କର ଜିନୋମ ସିକ୍ୟୁଏନସିଂ କରାଯାଇଥିଲା ଓ ସେ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଲେ

ପାଟନା, ୩୦।୮: ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣଙ୍କ ହେଲେ...

ମୁଜଫରପୁର ଶେଲ୍‌ଟର ହୋମ୍‌ ମାମଲା: ୨୦ ଜାନୁୟାରୀକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ମୁଜଫରପୁର ଶେଲ୍‌ଟର ହୋମ୍‌ ବଳାତ୍କାର ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି...

ସଙ୍ଗରୋଧରୁ ବାହାରିବାର ୨ ଦିନ ପରେ କରୋନା ପଜିଟିଭ ଚିହ୍ନଟ: ନପଙ୍ଗ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ, ୧୬।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। କୋଲକାତାରୁ ଫେରି...

ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ...

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା...

ରାହୁଲଙ୍କ ଫୋନକୁ ଟ୍ୟାପ କଲେ କ’ଣ ମିଳିବ

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନକୁ ଟ୍ୟାପ କରିବାର କୌଣସି ଆବଶ୍ୟକତା ନାହିଁ। ପେଗାସସ୍‌ ଉପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା ବରିଷ୍ଠ କଂଗ୍ରେସ...

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

ଆସାମରେ ଏନ୍‌ଆର୍‌ସି ସମୟସୀମା ବୃଦ୍ଧି ପାଇଁ ଆବେଦନ କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୬।୭: ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି) ସମୟ ସୀମା ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ଏହି ଆବେଦନ...

Advertisement
Archives

Model This Week