Advertisement
Posted inଜାତୀୟ

ଗୁଜରାଟରେ ତୃତୀୟ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୪।୧୨: ଜିମ୍ବାଓ୍ବେରୁ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଗୁଜରାଟର ଜାମନଗରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି। ଏହା ଭାରତରେ ଚିହ୍ନଟ ହୋଇଥିବା ତୃତୀୟ ଓମିକ୍ରନ ମାମଲା।

ଜାମନଗରର ୭୨ ବର୍ଷୀୟ ବାସୀନ୍ଦାଙ୍କ କୋଭିଡ୍‌-୧୯ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କ ନମୁନାକୁ ଜେନମ ସିକ୍ୱେନ୍ସିଂ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟରୁ ଓମିକ୍ରନ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ଗୁଜରାଟର ସ୍ବାସ୍ଥ୍ୟ କମିଶନର ଜୟ ପ୍ରକାଶ ଶିଭାରେ।

“ଆମେ ତାଙ୍କୁ ଆଇସୋଲେଟ ରଖି ମନିଟର କରୁଛୁ। ସେ ରହୁଥିବା ସ୍ଥାନରେ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରସ୍ତୁତ କରାଯାଇଛି। ସେହି ସ୍ଥାନରେ ଆମେ ଟ୍ରେସିଂ ଓ ଲୋକଙ୍କ ଟେଷ୍ଟିଂ କରୁଛୁ” ବୋଲି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମନୋଜ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି...

ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା

ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ...

ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍‌: ଲୋକେ ଆତଙ୍କିତ

ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ...

ଭାରତୀୟ ଧୀବରଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଚଢ଼ାଉ, ୧୧୪ ଗିରଫ…

ଚେନ୍ନାଇ,୧୭।୧୧ : ଶ୍ରୀଲଙ୍କା ନୌସେନା ଭାରତୀୟ ଧୀବରଙ୍କ ଉପରେ ଚଢ଼ାଉ କରିଛି। ଏହି ସମୟରେ ଜଣେ ଭାରତୀୟ ଧୀବରଙ୍କ ଆଖିରେ ଆଘାତ ଲାଗିଛି। ଭାରତୀୟ ସାମୁଦ୍ରିକ...

ରମଜାନ୍‌ରେ ସେହରୀ ଏବଂ ଇଫତାର ସମୟ ଜଣାଇବା ପାଇଁ ରାୟସେନ୍‌ରେ ଫୁଟୁଛି ତୋପ

ଭୋପାଳ, ୨୭।୫: ମଧ୍ୟପ୍ରଦେଶ ରାୟସେନ ଦୁର୍ଗରେ ଏବେ ରମଜାନ୍‌ ମାସରେ ପ୍ରତିଦିନ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ତୋପ ଫୁଟୁଛି। ସ୍ଥାନୀୟ ରାୟସେନ୍‌ ଦୁର୍ଗରେ ୨...

ସାବଧାନ ! ଆସନ୍ତା ୧୨୫ ଦିନ ସତର୍କ ରହିବା ଜରୁରୀ, ଚେତାବନୀ ଦେଲେ ନୀତି ଆୟୋଗ…

ନୂଆଦିଲ୍ଲୀ,୧୭।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଲୋକଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇ ନାହିଁ। ଆସନ୍ତା ୧୨୫ ଦିନ...

ନଭେମ୍ବର ୧୧, ୧୨ରେ ଲାଗୁ ହେବନାହିଁ ଅଡ୍‌ ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୧୧: ଅଡ୍‌-ଇଭିନ ନମ୍ବରକୁ ନେଇ ଦିଲ୍ଲୀବାସିଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। କାରଣ ନଭେମ୍ବର ୧୧ ଓ ୧୨ରେ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ ତମ...

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦିଲ୍ଲୀ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ ଏକ ଧର୍ମାନ୍ତରୀକରଣ ଉତ୍ସବରେ ଯୋଗଦେଇ ବିବାଦ ଘେରକୁ ଆସିଥିବା ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ରବିବାର...

Advertisement
Archives

Model This Week