Posted inଖେଳ

ଅଲିମ୍ପିକ୍ସ ମହିଳା ବକ୍ସିଂ ପ୍ରି-କ୍ୱାର୍ଟରରେ ମେରୀ କମ୍‌

ଟୋକିଓ, ୨୬।୭(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀ କମ୍‌ ଟୋକିଓ ଅଲିମ୍ପିକ୍ସ ମହିଳା ୫୧ କେଜି ବିଭାଗ ବକ୍ସିଂରେ ପ୍ରଭାବୀ ପ୍ରଦର୍ଶନ ସହ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇରେ ସେ ଡୋମିନିକାନ ରିପବ୍ଲିକର ମିଗୁଇଲିନା ହେର୍ନାଣ୍ଡେଜ୍‌ ଗାର୍ସିଆଙ୍କୁ ପରାସ୍ତ କରିଛନ୍ତି। ତେବେ ପୁରୁଷ ୬୩ କେଜି ବିଭାଗରେ ମନୀଷ କୌଶିକଙ୍କ ଅଭିଯାନ ପ୍ରଥମ ରାଉଣ୍ଡରୁ ଶେଷ ହୋଇଛି।
୨୦୧୨ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ତଥା ଏକାଧିକ ଥର ଏସିଆନ ଚାମ୍ପିୟନ ୩୮ ବର୍ଷୀୟ ମେରୀ କମ୍‌ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସହଜରେ ୪-୧ରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେରୀ କମ୍‌ଙ୍କଠାରୁ ୧୫ ବର୍ଷ ସାନ ଗାର୍ସିଆ ପାନ୍‌ ଆମେରିକାନ୍‌ ଗେମ୍ସ ବ୍ରୋଞ୍ଜ ମେଡାଲିଷ୍ଟ ହୋଇଥିଲେ ହେଁ ଏଠାରେ ସଫଳ ମୁକାବିଲାରେ ବିଫଳ ହୋଇଥିଲେ। ମେରୀ କମ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ କୌଶଳ ଆଗରେ ଗାର୍ସିଆ ସମ୍ପୂର୍ଣ୍ଣ ହାର ମାନିଥିଲେ। ”କରୋନା ମହାମାରୀ ପାଇଁ ଗତ କିଛି ବର୍ଷ ଆମ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା। ଶଟ୍‌ ଡାଉନ୍‌ ପାଇଁ ଅନ୍ୟ ସମସ୍ତଙ୍କ ପରି ଆମେ ମଧ୍ୟ ଘରେ ବନ୍ଦ ହୋଇ ରହିଥିଲୁ। ମାତ୍ର ବକ୍ସରଙ୍କ ପାଇଁ ସବୁବେଳେ ଟ୍ରେନିଂ ପାର୍ଟନର ଆବଶ୍ୟକ ହୋଇଥାଏ“ ବୋଲି ମିକ୍ସଡ ଜୋନ୍‌ରେ ମେରୀ କମ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି। ୪ ସନ୍ତାନର ଜନନୀ ମେରୀ କମ୍‌ ପ୍ରି-କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ କଲମ୍ବିଆର ଇନ୍‌ଗ୍ରିଟ୍‌ ଭାଲେନ୍ସିଆଙ୍କୁ ଭେଟିବେ। ଭାଲେନ୍ସିଆ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୂର୍ବରୁ ମେରୀ କମ୍‌ ଓ ଭାଲେନ୍ସିଆଙ୍କ ମଧ୍ୟରେ ୨ ଥର ଲଢ଼େଇ ହୋଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାର୍ଟର ଫାଇନାଲ ସମେତ ୨ ଥର ଯାକ ମେରୀ କମ୍‌ ବିଜୟୀ ହୋଇଛନ୍ତି। ଅଲିମ୍ପିକ୍ସରେ ବ୍ରୋଞ୍ଜ(୨୦୧୨), ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୬ ଥର ବିଶ୍ୱ ଚାମ୍ପିୟନ ଆଦି ଅନେକ ପଦକ ମୋ ନିକଟରେ ରହିଛି। ତେବେ ସବୁବେଳେ ଭଲ ପ୍ରଦର୍ଶନ କରି ବିଜୟୀ ହେବା ସହଜ ନୁହେଁ। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମୋର ଲକ୍ଷ୍ୟ। ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରି ଏହା ହାସଲ କରିବାକୁ ଚେଷ୍ଟା କରିବି। ଏହା ସମ୍ଭବ ନ ହେଲେ ମଧ୍ୟ ମୁଁ ପୂର୍ବରୁ ପାଇଥିବା ପଦକକୁ ନେଇ ଖୁସି ଅନୁଭବ କରିବି।
ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ତଥା ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ମେଡାଲିଷ୍ଟ ମନୀଷ ବ୍ରିଟେନର ଲ୍ୟୁକ୍‌ ମ୍ୟାକକର୍ମାକଙ୍କଠାରୁ ସହଜରେ ୧-୪ରେ ପରାଜିତ ହୋଇଥିଲେ। ମନୀଷ ଆରମ୍ଭରୁ ଭଲ ଟକ୍କର ଦେଇଥିଲେ। ମାତ୍ର ଅନ୍ତିମ ୩ ମିନିଟରେ କାଉଣ୍ଟର ଆଟାକ୍‌ କରି ବ୍ରିଟେନ ବକ୍ସର ଫାଇଦାରେ ରହିଥିଲେ। ଲ୍ୟୁକ୍‌ ହେଉଛନ୍ତି ପୂର୍ବତନ ୟୁରୋପିଆନ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପ୍ୟାଟ୍‌ ମ୍ୟାକକର୍ମାକଙ୍କ ଯାଆଁଳା ଭାଇ। ପ୍ୟାଟ୍‌ ୬୯ କେଜି ଓ୍ବେଲ୍ଟରଓ୍ବେଟ କାଟେଗୋରିରେ ଜଣେ ରୌପ୍ୟ ପଦକ ବିଜେତା ମଧ୍ୟ। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ପ୍ୟାଟ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇ ସେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଅନ୍ୟତମ ଅଲିମ୍ପିକ୍‌ ପଦାର୍ପଣକାରୀ ଆଶିଷ କୁମାର (୭୫ କେଜି) ସୋମବାର ଅଭିଯାନ ଆରମ୍ଭ କରିବେ। ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବେ ଚାଇନାର ଇର୍ବେକ୍‌ ଟୋଉହେତା। ଚଳିତ ଅଲିମ୍ପିକ୍ସ ପାଇଁ ମୋଟ ୯ ଭାରତୀୟ ବକ୍ସର ଯୋଗ୍ୟତା ଅର୍ଜନ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ବିକାଶ କ୍ରିଷ୍ଣନ (୬୯ କେଜି) ଓ ମନୀଷ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri