Posted inଖେଳ

ଅଲିମ୍ପିକ୍ସ ମହିଳା ବକ୍ସିଂ ପ୍ରି-କ୍ୱାର୍ଟରରେ ମେରୀ କମ୍‌

ଟୋକିଓ, ୨୬।୭(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀ କମ୍‌ ଟୋକିଓ ଅଲିମ୍ପିକ୍ସ ମହିଳା ୫୧ କେଜି ବିଭାଗ ବକ୍ସିଂରେ ପ୍ରଭାବୀ ପ୍ରଦର୍ଶନ ସହ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇରେ ସେ ଡୋମିନିକାନ ରିପବ୍ଲିକର ମିଗୁଇଲିନା ହେର୍ନାଣ୍ଡେଜ୍‌ ଗାର୍ସିଆଙ୍କୁ ପରାସ୍ତ କରିଛନ୍ତି। ତେବେ ପୁରୁଷ ୬୩ କେଜି ବିଭାଗରେ ମନୀଷ କୌଶିକଙ୍କ ଅଭିଯାନ ପ୍ରଥମ ରାଉଣ୍ଡରୁ ଶେଷ ହୋଇଛି।
୨୦୧୨ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ତଥା ଏକାଧିକ ଥର ଏସିଆନ ଚାମ୍ପିୟନ ୩୮ ବର୍ଷୀୟ ମେରୀ କମ୍‌ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସହଜରେ ୪-୧ରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେରୀ କମ୍‌ଙ୍କଠାରୁ ୧୫ ବର୍ଷ ସାନ ଗାର୍ସିଆ ପାନ୍‌ ଆମେରିକାନ୍‌ ଗେମ୍ସ ବ୍ରୋଞ୍ଜ ମେଡାଲିଷ୍ଟ ହୋଇଥିଲେ ହେଁ ଏଠାରେ ସଫଳ ମୁକାବିଲାରେ ବିଫଳ ହୋଇଥିଲେ। ମେରୀ କମ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ କୌଶଳ ଆଗରେ ଗାର୍ସିଆ ସମ୍ପୂର୍ଣ୍ଣ ହାର ମାନିଥିଲେ। ”କରୋନା ମହାମାରୀ ପାଇଁ ଗତ କିଛି ବର୍ଷ ଆମ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା। ଶଟ୍‌ ଡାଉନ୍‌ ପାଇଁ ଅନ୍ୟ ସମସ୍ତଙ୍କ ପରି ଆମେ ମଧ୍ୟ ଘରେ ବନ୍ଦ ହୋଇ ରହିଥିଲୁ। ମାତ୍ର ବକ୍ସରଙ୍କ ପାଇଁ ସବୁବେଳେ ଟ୍ରେନିଂ ପାର୍ଟନର ଆବଶ୍ୟକ ହୋଇଥାଏ“ ବୋଲି ମିକ୍ସଡ ଜୋନ୍‌ରେ ମେରୀ କମ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି। ୪ ସନ୍ତାନର ଜନନୀ ମେରୀ କମ୍‌ ପ୍ରି-କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ କଲମ୍ବିଆର ଇନ୍‌ଗ୍ରିଟ୍‌ ଭାଲେନ୍ସିଆଙ୍କୁ ଭେଟିବେ। ଭାଲେନ୍ସିଆ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୂର୍ବରୁ ମେରୀ କମ୍‌ ଓ ଭାଲେନ୍ସିଆଙ୍କ ମଧ୍ୟରେ ୨ ଥର ଲଢ଼େଇ ହୋଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାର୍ଟର ଫାଇନାଲ ସମେତ ୨ ଥର ଯାକ ମେରୀ କମ୍‌ ବିଜୟୀ ହୋଇଛନ୍ତି। ଅଲିମ୍ପିକ୍ସରେ ବ୍ରୋଞ୍ଜ(୨୦୧୨), ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ୬ ଥର ବିଶ୍ୱ ଚାମ୍ପିୟନ ଆଦି ଅନେକ ପଦକ ମୋ ନିକଟରେ ରହିଛି। ତେବେ ସବୁବେଳେ ଭଲ ପ୍ରଦର୍ଶନ କରି ବିଜୟୀ ହେବା ସହଜ ନୁହେଁ। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମୋର ଲକ୍ଷ୍ୟ। ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରି ଏହା ହାସଲ କରିବାକୁ ଚେଷ୍ଟା କରିବି। ଏହା ସମ୍ଭବ ନ ହେଲେ ମଧ୍ୟ ମୁଁ ପୂର୍ବରୁ ପାଇଥିବା ପଦକକୁ ନେଇ ଖୁସି ଅନୁଭବ କରିବି।
ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ତଥା ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ମେଡାଲିଷ୍ଟ ମନୀଷ ବ୍ରିଟେନର ଲ୍ୟୁକ୍‌ ମ୍ୟାକକର୍ମାକଙ୍କଠାରୁ ସହଜରେ ୧-୪ରେ ପରାଜିତ ହୋଇଥିଲେ। ମନୀଷ ଆରମ୍ଭରୁ ଭଲ ଟକ୍କର ଦେଇଥିଲେ। ମାତ୍ର ଅନ୍ତିମ ୩ ମିନିଟରେ କାଉଣ୍ଟର ଆଟାକ୍‌ କରି ବ୍ରିଟେନ ବକ୍ସର ଫାଇଦାରେ ରହିଥିଲେ। ଲ୍ୟୁକ୍‌ ହେଉଛନ୍ତି ପୂର୍ବତନ ୟୁରୋପିଆନ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପ୍ୟାଟ୍‌ ମ୍ୟାକକର୍ମାକଙ୍କ ଯାଆଁଳା ଭାଇ। ପ୍ୟାଟ୍‌ ୬୯ କେଜି ଓ୍ବେଲ୍ଟରଓ୍ବେଟ କାଟେଗୋରିରେ ଜଣେ ରୌପ୍ୟ ପଦକ ବିଜେତା ମଧ୍ୟ। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ପ୍ୟାଟ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇ ସେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଅନ୍ୟତମ ଅଲିମ୍ପିକ୍‌ ପଦାର୍ପଣକାରୀ ଆଶିଷ କୁମାର (୭୫ କେଜି) ସୋମବାର ଅଭିଯାନ ଆରମ୍ଭ କରିବେ। ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେବେ ଚାଇନାର ଇର୍ବେକ୍‌ ଟୋଉହେତା। ଚଳିତ ଅଲିମ୍ପିକ୍ସ ପାଇଁ ମୋଟ ୯ ଭାରତୀୟ ବକ୍ସର ଯୋଗ୍ୟତା ଅର୍ଜନ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ବିକାଶ କ୍ରିଷ୍ଣନ (୬୯ କେଜି) ଓ ମନୀଷ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?