Posted inଖେଳ

ଅଲିମ୍ପିକ୍ସ ମହିଳା ବକ୍ସିଂ: ପଦାର୍ପଣରେ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ,୩୧।୮(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସର ଲଭଲିନା ବୋରଗୋହେନ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଆସାମର ଏହି ତାରକା ମହିଳା ବକ୍ସର ୬୯ କେ.ଜି. ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ପୂର୍ବତନ ବିଶ୍ୱ ଚାମ୍ପିୟନ ଚାଇନିଜ ତାଇପେର ନିଏନ- ଚିନ ଚେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିସହ ସେ ବକ୍ସିଂରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିବା ସ୍ପଷ୍ଟ ହୋଇଛି।
୨୩ ବର୍ଷୀୟା ଲଭଲିନା ୩ ରାଉଣ୍ଡ ବିଶିଷ୍ଟ ବାଉଟ୍‌ରେ ୪-୧ ବ୍ୟବଧାନରେ ଚେନ୍‌ଙ୍କୁ ହରାଇଛନ୍ତି। ପ୍ରଥମ ରାଉଣ୍ଡରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଦ୍ୱିତୀୟ ରାଉଣ୍ଡରେ ଲଭଲିନା ଏକତରଫା ଭାବେ ଜିତିଥିଲେ। ତୃତୀୟ ରାଉଣ୍ଡରେ ତାଙ୍କୁ କେବଳ ଡିଫେନ୍ସ କରିବାର ଥିଲା। ଏହି ରାଉଣ୍ଡରେ ୪ଜଣ ଜଜ୍‌ ତାଙ୍କୁ ୧୦ ପଏଣ୍ଟ ଦେଇଥିଲେ। ଫଳରେ ସେ ବିଜୟୀ ହୋଇଥିଲେ। ସେମିଫାଇନାଲରେ ଲଭଲିନା ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ଏକନମ୍ବର ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କୁ ଭେଟିବେ। ବୁସେନାଜ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ବାଉଟ୍‌ରେ ୟୁକ୍ରେନର ଆନ୍ନା ଲିସେଙ୍କୋଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି। ଲଭଲିନା ବିଶ୍ୱ ର଼୍ୟାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ରହିଛନ୍ତି।
ଆସାମର ପ୍ରଥମ ମହିଳା ବକ୍ସର ଭାବେ ଲଭଲିନା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ସେ ପୂର୍ବରୁ ୨ଥର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ। କ୍ୱାର୍ଟରରେ ସେ ଧୈର୍ଯ୍ୟ ଓ ଶାନ୍ତ ସ୍ବଭାବ ଆଚରଣ କରି ଚେନ୍‌ଙ୍କୁ ଚକ୍‌ମା ଦେଇଥିଲେ। ପୂର୍ବରୁ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ରେ ଚେନ୍‌ ଲଭଲିନାଙ୍କୁ ହରାଇଥିଲେ। ଏବେ ଲଭଲିନା ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ୫ ଫୁଟ ୧୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଲଭଲିନା ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ବାଉଟ୍‌ର ଅନ୍ତିମ ୩ ମିନିଟ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କାଉଣ୍ଟର ଆଟାକ କରିବାକୁ ମନସ୍ଥ କରିଥିଲେ ମଧ୍ୟ ନିଜର ଡିଫେନ୍ସକୁ ଦୃଢ କରିଥିଲେ ଓ ଚେନ୍‌ଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ନିଜ ଉଚ୍ଚତାର ଫାଇଦା ଉଠାଇଥିଲେ ଲଭଲିନା। ପୂର୍ବରୁ ଆକ୍ରମଣାତ୍ମକ ଖେଳି ସେ ଚେନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେଣୁ ଏହି ମୁକାବିଲାରେ ସେ ଭିନ୍ନ ରଣନୀତି ଆପଣେଇଥିଲେ ବୋଲି ଜାତୀୟ ବକ୍ସିଂ କୋଚ୍‌ ମହମ୍ମଦ ଅଲି କମାର କହିଛନ୍ତି। ଧୈର୍ଯ୍ୟର ସହ ଛିଡା ହେବା ସହ ନିକଟକୁ ଆସିବାକୁ ଚେନ୍‌ଙ୍କୁ ସୁଯୋଗ ଦେବାକୁ ଲଭଲିନାଙ୍କୁ ପରାମର୍ଶ ଦିଆଯାଇଥିଲା। ସେ ଆଦୌ ଉତ୍ସାହିତ ହୋଇ ନ ଥିଲେ ଓ ନିଜର ରଣନୀତିକୁ ସଫଳତା ଭାବେ କାର୍ଯ୍ୟକାରୀ କରିଥିଲେ ବୋଲି କମାର କହିଛନ୍ତି।
ଲଭଲିନା ଗତବର୍ଷ କୋଭିଡ୍‌-୧୯ର ଶିକାର ହୋଇଥିଲେ। ଫଳରେ ୟୁରୋପରେ ଟ୍ରେନିଂ ନେବାରୁ ବଞ୍ଚିତ ହୋଇଥିଲେ। ମା’ ମାମୋନି ବୋରଗୋହେନଙ୍କ କିଡ୍‌ନୀ ପ୍ରତିରୋପଣ ହୋଇଥିଲା। ତାଙ୍କୁ ଦେଖିବାକୁ ହସ୍ପିଟାଲ ଯାଇଥିବା ବେଳେ ଲଭଲିନା ସଂକ୍ରମିତ ହୋଇଥିଲେ। ତାଙ୍କ ବାପା ଜଣେ ଛୋଟ ବ୍ୟବସାୟୀ। ବଡ଼ ଭଉଣୀ ମଧ୍ୟ ଜଣେ କିକ୍‌ ବକ୍ସର।
ଆସାମର ଗୋଲାଘାଟ ଜିଲାରେ ପ୍ରତିଭା ଅନ୍ବେଷଣ କରିବା ବେଳେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ ପଦୁମ ବୋରୋ ଲଭଲିନାଙ୍କୁ ଚିହ୍ନଟ କରିଥିଲେ। ଏହାପୂର୍ବରୁ ସେ ପ୍ରଥମେ ଜଣେ କିକ୍‌ ବକ୍ସର ଭାବେ ଖେଳ ଆରମ୍ଭ କରିଥିଲେ। କିନ୍ତୁ ବକ୍ସିଂକୁ ଆପଣାଇବା ପରେ ସେ ପଛକୁ ଫେରି ଚାହିଁନାହାନ୍ତି। ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପଦାର୍ପଣ କରି ବ୍ରୋଞ୍ଜ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୯ରେ ସେ ଆଉ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ମଧ୍ୟ ଦୁଇଥର ଏସିଆନ ଚାମ୍ପିୟଶନିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୋଲାଘାଟ ଜିଲାର ବାରୋ ମୁଖିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲଭଲିନା ନିଜର ସ୍ବପ୍ନ ପୂରଣ କରିବା ପାଇଁ ଗୁଆହାଟିକୁ ଯାଇଥିଲେ।
ପୂର୍ବରୁ ବକ୍ସିଂରେ ବିଜେନ୍ଦର ସି (୨୦୦୮) ଓ ଏମ୍‌ସି ମେରିକମ (୨୦୧୨) ଭାରତ ପାଇଁ ଅଲିମ୍ପିକ୍‌ ପଦକ ହାସଲ କରିଥିଲେ। ଉଭୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏବେ ଲଭଲିନା ଆହୁରି ଉନ୍ନତ ପ୍ରଦର୍ଶନ କରି ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଭାରତ ତରଫରୁ ଅନ୍ୟତମ ମହିଳା ବକ୍ସର ସମରନଜିତ କୌର ୬୦ କେ.ଜି. ବର୍ଗରେ ପ୍ରି- କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ସୁଡାପୋର୍ନ ସିସୋଣ୍ଡିଙ୍କଠାରୁ ୦-୫ରେ ପରାସ୍ତ ହୋଇ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri