Posted inଖେଳ

ଓସାକା ସଡ଼କରେ ଅଲିମ୍ପିକ ମଶାଲ ରାଲି ବାତିଲ

ଟୋକିଓ,୮।୪(ଏପି): କୋଭିଡ୍‌-୧୯ ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଟୋକିଓ ଅଲିମ୍ପିକ୍ସର ମଶାଲ ରାଲି ପ୍ରଭାବିତ ହୋଇଛି। ଓସାକା ସହରର ସଡକରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ ମଶାଲ ରାଲିକୁ ବାତିଲ କରାଯାଇଛି। ଫଳରେ ଅଲିମ୍ପିକ୍ସ ଆୟୋଜକଙ୍କୁ ଶକ୍ତ ଝଟକା ଲାଗିଛି।
ଫୁକୁଶିମାର ଉତ୍ତରପୂର୍ବାଞ୍ଚଳରେ ଦୁଇ ସପ୍ତାହ ତଳେ ମଶାଲ ରାଲି ଆରମ୍ଭ ହୋଇଥିଲା। ଆଗାମୀ ୪ ମାସ ମଧ୍ୟରେ ୧୦ ହଜାର ରନରଙ୍କୁ ନେଇ ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ଜୁଲାଇ ୨୩ରେ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ଓ ଏହି ମେଗା ଇଭେଣ୍ଟ ପାଇଁ ଆଉ ମାତ୍ର ୧୦୦ଦିନ ବାକି ରହିଛି।
ଓସାକାର ସଡକରେ ରାଲି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ରାଲିକୁ ସର୍ବସାଧାରଣ ସଡକରେ ଆୟୋଜନ ନ କରି ଏକ୍ସପୋ ୭୦ କମେମୋରେଟିଭ୍‌ ପାର୍କରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସମସ୍ତ ମଶାଲଧାରୀ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ତେବେ ପାର୍କ ଭିତରକୁ କୌଣସି ଦର୍ଶକଙ୍କୁ ଛଡାଯିବ ନାହିଁ।
ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ସାରା ବିଶ୍ୱର ୨୦୦ଟି ଦେଶରୁ ୧୫,୪୦୦ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଏମାନଙ୍କ ସହ ୧୦ ହଜାର ଅଫିସିଆଲ, ଜଜ୍‌, ଗଣମାଧ୍ୟମ ଓ ବ୍ରଡ୍‌କାଷ୍ଟର ପ୍ରତିନିଧି ମଧ୍ୟ ଜାପାନ ଆସିବେ। ବିଦେଶରୁ କୌଣସି ପ୍ରଶଂସକଙ୍କୁ ଜାପାନ ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ତେବେ କେତେ ସଂଖ୍ୟାରେ ସ୍ଥାନୀୟ ଦର୍ଶନ ଏହି ଇଭେଣ୍ଟରେ ଉପସ୍ଥିତ ରହିବେ ସେ ନେଇ କିଛି କୁହାଯାଇନାହିଁ। ମହାମାରୀକୁ ଦୃଷ୍ଟିରେ ରଖି ସବୁପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍‌ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ...

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି।...

ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା,୧୩।୧: ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ...

ବିଶ୍ୱଚାମ୍ପିୟନଶିପ୍‌ ଟିମ୍‌ରେ ମେରୀକମ୍‌, ଲଭ୍‌ଲିନା

ନୂଆଦିଲ୍ଲୀ, ୮।୮ (ପି.ଟି.)- ଛ’ଥର ବିଶ୍ୱବିଜୟିନୀ ଏମ୍‌.ସି. ମେରୀକମ୍‌ ଓ ଲଭ୍‌ଲିନା ବୋରଗୋହିନ ଆଗାମୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ମନୋନୀତ...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ...

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ...

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର...

ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ପୁରାନ, ଆଲେନ, ଥୋମାସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୯।୭(ପି.ଟି.)- ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ପକ୍ଷରୁ ମଙ୍ଗଳବାର ନୂତନ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା...

Advertisement
Archives

Model This Week