Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା:ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର

ଚେନ୍ନାଇ, ୧୫ା୩ (ପି.ଟି.)- ତାମିଲନାଡୁର ସି.ଏ. ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର ଭାବେ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟିମ୍‌ ଇଭେଣ୍ଟ କ୍ୱାର୍ଟରଫାଇନାଲରେ ଆୟୋଜକ ଦଳର ପରାଜୟ ଦ୍ୱାରା ଦକ୍ଷିଣ କୋରିଆର ସେମିଫାଇନାଲ ପ୍ରବେଶ ଯୋଗୁ ଏହି ସାବ୍ରେ ଫେନ୍‌ସର ହଙ୍ଗେରୀ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିଥିଲେ। ଭବାନୀ ଦେବୀ ଆଡଜଷ୍ଟେଡ୍‌ ଅଫିସିଆଲ ର଼୍ୟାଙ୍କିଙ୍ଗ (ଏଓଆର) ପଦ୍ଧତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୧ ଏପ୍ରିଲ ୫ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଏସିଆ ଓ ଓସିନିଆରୁ ବ୍ୟକ୍ତିଗତ ଇଭେଣ୍ଟ ପାଇଁ ଗୋଟିଏ ଗୋଟିଏ କୋଟା ରହିଛି। ର଼୍ୟାଙ୍କିଙ୍ଗର ୪୫ତମ ସ୍ଥାନରେ ରହିଥିବା ଭବାନୀ ଦେବୀ ର଼୍ୟାଙ୍କିଙ୍ଗ ଭିତ୍ତିରେ ଥିବା ଦୁଇଟି ସ୍ଥାନରୁ ଗୋଟିଏ ସ୍ଥାନ ହାସଲ କରିଛନ୍ତି। ଏପ୍ରିଲ ୫ରେ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇବା ମାତ୍ରେ ଏହି ୨୭ ବର୍ଷୀୟା ଫେନସରଙ୍କ ନାମ ସ୍ପଷ୍ଟ ହେବ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଭବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଇତିହାସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ ସହ ମିଳିଛି ଦୁଇଟି ପଦକ। ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ...

ଆଜି ଭାରତ ପାଇଁ ‘କର ବା ମର’ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଦୁବାଇ,୩୧।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ବିରୋଧରେ ରବିବାର ‘କର ବା ମର’ ମୁକାବିଲା ଖେଳିବେ। ସୁପର -୧୨...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ର ବୃହତ୍‌ ବିଜୟ

କୋଚି,୨।୨(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସି ଘରୋଇ କେରଳ...

ଇତିହାସ ରଚିଲେ ମିଥାଲି

ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ...

ଆଉ ଏକ କ୍ରିକେଟ୍‌ ଟିମ୍‌ର ମାଲିକ ହେଲେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏବଂ କାରାବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଆମେରିକାର ଟି-୨୦ ଲିଗ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ...

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ...

ପୁରୁଷ ଦଳକୁ ଅଲିମ୍ପିକ୍ସ ଟିକେଟ

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ଓ ପୁରୁଷ ହକି ଦଳ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଗାମୀ ଅଲିମ୍ପିକ୍ସ ଟୋକିଓଠାରେ ୨୦୨୦...

ଜୁନ୍‌ ୬ରୁ ଅଷ୍ଟ୍ରେଲିଆରେ କ୍ଲବ କ୍ରିକେଟ ଆରମ୍ଭ ହେବ

ମେଲବୋର୍ନ,୧୭।୫ (ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଅସମୟରେ ବନ୍ଦ କରାଯାଇଥିବା ପ୍ରତିଯୋଗିତାମୂଳକ କ୍ରିକେଟ ପୁଣି ଥରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ୍‌ ଯୋଗୁ...

Advertisement
Archives

Model This Week