Posted inଖେଳ

ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍‌) ଶନିବାର ସ୍ପଷ୍ଟ କରିଛି। ୨୦୧୭ ବିଶ୍ୱ ଓ୍ବେଟ୍‌ଲିଫ୍ଟିଂ ଚାମ୍ପିୟନ ଚାନୁ ଗତ ଏପ୍ରିଲରେ ତାସ୍‌କେଣ୍ଟଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ କ୍ଲିନ ଓ ଜର୍କରେ ବିଶ୍ୱ ରେକର୍ଡ କରିବା ସହ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ମଣିପୁରର ଏହି ୨୬ ବର୍ଷୀୟ ଭାରୋତ୍ତୋଳିକା ଆଇଡବ୍ଲ୍ୟୁଏଫ୍‌ର ଆବ୍‌ସଲ୍ୟୁଟ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଷ୍ଟାଣ୍ଡିଂଭିତ୍ତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଚାନୁ ୪୯କେଜି କାଟେଗୋରିରେ ୪୧୩୩,୬୧୭୨ ପଏଣ୍ଟ ଅର୍ଜନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚାନୁ ପୂର୍ବରୁ ର଼୍ୟାଙ୍କିଙ୍ଗ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ଉତ୍ତର କୋରିଆ ଅଲିମ୍ପିକ୍ସରୁ ଓହରିଯିବା ଯୋଗୁ ସେ ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ମହିଳା ୪୯କେଜି କାଟେଗୋରିରେ ଚାଇନାର ହୋଉ ଝିହୁଇ ୪୯୨୬,୪୪୨୨ ପଏଣ୍ଟ ସହ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛନ୍ତି। ଚାନୁ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗ ୬୭କେଜି କାଟେଗୋରି ର଼୍ୟାଙ୍କିଙ୍ଗ ତାଲିକାର ୧୨ତମ ତାଲିକାରେ ରହିଥିବା ଭାରତର ଜେରେମି ଲାଲରିନୁଙ୍ଗା କୋରିଆର ହାକ୍‌ ମିୟଙ୍ଗମକ୍‌ଠାରୁ କଣ୍ଟିନେଣ୍ଟାଲ କୋଟା ହରାଇଛନ୍ତି। କିନ୍ତୁ ଏହି ୧୮ବର୍ଷୀୟ ଭାରୋତ୍ତୋଳଙ୍କ ପାଇଁ ତଥାପି ସୁଯୋଗ ରହିଛି। ଚୂଡ଼ାନ୍ତ ତାଲିକା ଜୁନ୍‌ ୨୫ରେ ପ୍ରକାଶ ପାଇବ। ଆଇଡବ୍ଲ୍ୟୁଏଫ୍‌ ନିୟମାନୁସାରେ ୧୪ଟି ଓଜନ କାଟେଗୋରିରୁ ପ୍ରତିଟି କାଟେଗୋରିରେ ଶ୍ରେଷ୍ଠ ୮ ଲିଫ୍ଟରଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri