Posted inଖେଳ

ଅଲିମ୍ପିକ୍ସ ପୁରୁଷ ହକି: ଅନ୍ତିମ ପୁଲ୍‌ ମ୍ୟାଚରେ ଜାପାନକୁ ହରାଇଲା ଭାରତ

ଟୋକିଓ,୩୧।୭: ଅଲିମ୍ପିକ୍ସ ପୁରୁଷ ହକି ଇଭେଣ୍ଟରେ ଭାରତ ପୁଲ୍‌-ଏ’ରେ ତା’ର ଅନ୍ତିମ ମ୍ୟାଚ୍‌ରେ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଥିବା ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ପ୍ରଭାବବିସ୍ତାର କରି ଖେଳିବା ସହ ଆୟୋଜକ ଜାପାନକୁ ଚକ୍‌ମା ଦେଇଛି। ଏଥିସହ ପୁଲ୍‌- ଏ’ରେ ଭାରତ ୫ଟି ମ୍ୟାଚ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ୫ ମ୍ୟାଚ୍‌ ଖେଳି ୭ ପଏଣ୍ଟ ହାସଲ କରି ତୃତୀୟ, ସ୍ପେନ୍‌ ୫ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟରକୁ ଉଠିଛନ୍ତି। ତେବେ ନ୍ୟୁଜିଲାଣ୍ଡ ୪ ଓ ଜାପାନ ୧ ପଏଣ୍ଟ ପାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହି ବିଦାୟ ନେଇଛନ୍ତି। ଭାରତ ତା’ର ଏକମାତ୍ର ପରାଜୟ ଅଷ୍ଟ୍ରେଲିଆଠାରୁ ବରଣ କରିଥିଲା। ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ପ୍ରତ୍ୟେକ ପୁଲ୍‌ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲକୁ ଉଠିବାର ନିୟମ ରହିଛି। ଭାରତ ଏଥିସହ ୪୯ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହୋଇଛି। ପୂର୍ବରୁ ୧୯୭୨ ଅଲିମ୍ପିକ୍ସରେ ଭାରତ ପୁଲ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ ଜିତିଥିଲା। ଏହି ଅଲିମ୍ପିକ୍ସରେ ଭାରତ ୭ରୁ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ପାଖାପାଖି ୫ ଦଶନ୍ଧି ପରେ ଭାରତ ଏହି ସଫଳତାକୁ ଦୋହରାଇବାରେ ସଫଳ ହୋଇଛି।
ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ତରଫରୁ ଗୁରଜନ୍ତ ସିଂ ୧୭ ଓ ୫୬ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ହରମନପ୍ରୀତ ୧୩ତମ, ଶମସେର ସିଂ ୩୪ ଓ ନୀଳକାନ୍ତ ଶର୍ମା ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଏଥିସହ ପୂର୍ବରୁ ୮ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ଅପରପକ୍ଷରେ ଜାପାନ ତରଫରୁ କେଣ୍ଟା ତନାକା ୧୯, କୋଟା ଓ୍ବାଟାନେବ ୩୩ ଓ କାଜୁମା ମୁରାଟା ୫୯ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ଜାପାନ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲା।
ବିଜୟଧାରା ବଜାୟ ରଖିବାକୁ ଭାରତ ପ୍ରୟାସ କରିଥିଲା। ଫଳସ୍ବରୂପ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଓ ଜାପାନ ଡିଫେନ୍ସକୁ ଭେଦ କରିଥିଲା। ଏହା ସତ୍ତ୍ୱେ ବାରମ୍ବାର ସୁଯୋଗ ପାଇଥିଲେ ମଧ୍ୟ ଭାରତ ପ୍ରଥମ ୧୦ ମିନିଟ୍‌ରେ ଗୋଲ ଦେଇପାରି ନ ଥିଲା। ଜାପାନ ପ୍ରଥମେ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ହରମନପ୍ରୀତ ଭାରତକୁ ଅଗ୍ରଣୀ କରାଇଥିଲେ। ଭାରତୀୟ ଡିଫେନ୍ସରେ ମଧ୍ୟ କେତୋଟି ତ୍ରୁଟି ଦେଖିବାକୁ ମିଳିଥିଲା। ତେବେ ଶେଷରେ ଏହି ବିଜୟ ଭାରତ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri