Posted inଖେଳ

ଅସହାୟ ଶିଶୁ ପାଇଁ ପଦକ ନିଲାମ କଲେ ଅଲିମ୍ପିକ୍ସ ପଦକଧାରୀ

ଓ୍ବାରଶ,୧୯।୮ : ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଏହା ଥିଲା ମାରିଆଙ୍କ ପ୍ରଥମ ପଦକ। ଦୂରାରୋଗରେ ପୀଡ଼ିତ ୮ ମାସର ଶିଶୁ ମିଲୋସେକ୍‌ ମାଲିସାଙ୍କ ଜୀବନ ବଞ୍ଚାଇ ଲାଗି ଅଲିମ୍ପିକ୍ସ ପଦକ ନିଲାମ କରିଛନ୍ତି ମାରିଆ।

ଗୁରୁତର ହୃଦୟ ରୋଗରେ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବା ପାଇଁ ଯଥାଶୀଘ୍ର ଅସ୍ତ୍ରୋପଚାର କରାଯିବା ଆବଶ୍ୟକ। ଅପରେଶନରେ ଜଟିଳତା ଥିବାରୁ ମନା କରି ଦେଇଛନ୍ତି ୟୁରୋପିଆନ ଦେଶମାନଙ୍କରେ ଥିବା ପ୍ରାୟ ହସ୍ପିଟାଲ। ଆମେରିକାରେ ଥିବା ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ଏହି ଅପରେଶନ ହୋଇପାରେ ବୋଲି ପରିବାରର ଲୋକେ ଆଶା କରୁଛନ୍ତି। ତେବେ ଏଥି ଲାଗି ଦରକାର ୩ ଲକ୍ଷ ୮୫ ହଜାର ଆମେରିକୀୟ ଡଲାର। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୨.୮୬ କୋଟିରୁ ଅଧିକ ଟଙ୍କା। କିନ୍ତୁ ପରିବାର ଲୋକେ ଏପର୍ଯ୍ୟନ୍ତ ମାତ୍ର ଅଧା ଅର୍ଥ ଯୋଗାଡ଼ କରିଛନ୍ତି।

ଏହା ଜାଣିବା ପରେ ୨୫ ବର୍ଷୀୟା ମାରିଆ ଏକ ଫେସବୁକ ପୋଷ୍ଟ ଜରିଆରେ ଅଲିମ୍ପିକ୍ସ ରୌପ୍ୟ ପଦକ ନିଲାମ କରିବାକୁ ଘୋଷଣା କରିଥିଲେ। ପଦକକୁ ନିଲାମ ପ୍ରକ୍ରିୟାରେ ୧.୨୫ ଲକ୍ଷ ଆମେରିକୀୟ ଡଲାରରେ ଜିତିଥିଲେ ପୋଲାଣ୍ଡର ସୁପରମାର୍କେଟର ମାଲିକ ଜବକା ପୋଲସ୍କା। ତେବେ ମାରିଆଙ୍କୁ ପଦକ ଫେରାଇବା ସହ ଜବକା ଶିଶୁର ଚିକିତ୍ସା ଲାଗି ଉପରୋକ୍ତ ରାଶି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri