Posted inଖେଳ

ଅସହାୟ ଶିଶୁ ପାଇଁ ପଦକ ନିଲାମ କଲେ ଅଲିମ୍ପିକ୍ସ ପଦକଧାରୀ

ଓ୍ବାରଶ,୧୯।୮ : ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଏହା ଥିଲା ମାରିଆଙ୍କ ପ୍ରଥମ ପଦକ। ଦୂରାରୋଗରେ ପୀଡ଼ିତ ୮ ମାସର ଶିଶୁ ମିଲୋସେକ୍‌ ମାଲିସାଙ୍କ ଜୀବନ ବଞ୍ଚାଇ ଲାଗି ଅଲିମ୍ପିକ୍ସ ପଦକ ନିଲାମ କରିଛନ୍ତି ମାରିଆ।

ଗୁରୁତର ହୃଦୟ ରୋଗରେ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବା ପାଇଁ ଯଥାଶୀଘ୍ର ଅସ୍ତ୍ରୋପଚାର କରାଯିବା ଆବଶ୍ୟକ। ଅପରେଶନରେ ଜଟିଳତା ଥିବାରୁ ମନା କରି ଦେଇଛନ୍ତି ୟୁରୋପିଆନ ଦେଶମାନଙ୍କରେ ଥିବା ପ୍ରାୟ ହସ୍ପିଟାଲ। ଆମେରିକାରେ ଥିବା ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ଏହି ଅପରେଶନ ହୋଇପାରେ ବୋଲି ପରିବାରର ଲୋକେ ଆଶା କରୁଛନ୍ତି। ତେବେ ଏଥି ଲାଗି ଦରକାର ୩ ଲକ୍ଷ ୮୫ ହଜାର ଆମେରିକୀୟ ଡଲାର। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୨.୮୬ କୋଟିରୁ ଅଧିକ ଟଙ୍କା। କିନ୍ତୁ ପରିବାର ଲୋକେ ଏପର୍ଯ୍ୟନ୍ତ ମାତ୍ର ଅଧା ଅର୍ଥ ଯୋଗାଡ଼ କରିଛନ୍ତି।

ଏହା ଜାଣିବା ପରେ ୨୫ ବର୍ଷୀୟା ମାରିଆ ଏକ ଫେସବୁକ ପୋଷ୍ଟ ଜରିଆରେ ଅଲିମ୍ପିକ୍ସ ରୌପ୍ୟ ପଦକ ନିଲାମ କରିବାକୁ ଘୋଷଣା କରିଥିଲେ। ପଦକକୁ ନିଲାମ ପ୍ରକ୍ରିୟାରେ ୧.୨୫ ଲକ୍ଷ ଆମେରିକୀୟ ଡଲାରରେ ଜିତିଥିଲେ ପୋଲାଣ୍ଡର ସୁପରମାର୍କେଟର ମାଲିକ ଜବକା ପୋଲସ୍କା। ତେବେ ମାରିଆଙ୍କୁ ପଦକ ଫେରାଇବା ସହ ଜବକା ଶିଶୁର ଚିକିତ୍ସା ଲାଗି ଉପରୋକ୍ତ ରାଶି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଜ୍ଞାନନ୍ଦ-କାର୍ଲସେନ୍‌ ପ୍ରଥମ ଗେମ୍‌ ଡ୍ର

ବାକୁ (ଆଜରବୈଜାନ),୨୩ା୮ (ପି.ଟି.): ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନଙ୍କ ବିପକ୍ଷ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ନାମେଣ୍ଟ ଫାଇନାଲର ପ୍ରଥମ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ...

ଲାଥାମ, ୱିଲିୟମ୍ସନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଟମ୍‌ ଲାଥାମଙ୍କ ୧୪୫ ରନ୍‌ର ବିସ୍ଫୋରକ ବ୍ୟାଟିଂ ଏବଂ କେନ ୱିଲିୟମ୍ସନଙ୍କ ୯୪ ରନ୍‌ର ଅପରାଜିତ ଇନିଂସ୍‌ ବଲରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ...

ଶିଖର ଧାଓ୍ବନଙ୍କୁ ଶକ୍ତ ଚାପୁଡା ମାରିଲେ ବାପା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦଳର ଷ୍ଟାର୍‌ ଓପନର୍‌ ଶିଖର ଧାୱନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ଫଟୋ-ଭିଡିଓ ଶେୟାର୍‌ କରନ୍ତି। ପ୍ରଶଂସକମାନେ ମଧ୍ୟ ଏହାକୁ...

ପୁଣି ମ୍ୟାଚ୍‌ରେ ଦେଖିବାକୁ ମିଳିଲା ବଳିଦାନ ଚିହ୍ନ

ଲଣ୍ଡନ,୧୦।୬- ଆଇସିସି ନିର୍ଦ୍ଦେଶକ୍ରମେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଗ୍ଲୋଭ୍ସରୁ ବଳିଦାନ ଚିହ୍ନ ତଥା ଆର୍ମିର କୌଣସି ପ୍ରତୀକକୁ ହଟାଇ ଦେଇଛନ୍ତି।...

ଓମାନଠାରୁ ହାରି ଭାରତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌

ମସ୍କାଟ,୨୦।୧୧(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ଭାରତ ବାଦ୍‌ ପଡିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୧-୦ରେ ଓମାନଠାରୁ ପରାସ୍ତ ହେବା ପରେ...

ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁଥିଲେ ଏହି ମହାନ ଖେଳାଳି

ନୂଆଦିଲ୍ଲୀ, ୧୦।୬: ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବରାଜ ସିଂ (ଯୁବି)। ଅନେକ ଥର ମ୍ୟାଚ୍‌ ବିଜୟୀ...

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା...

Advertisement
Archives

Model This Week