Posted inଖେଳ

ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା

ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ ସେ ଗତ କିଛିଦିନ ହେବ ସମାଲୋଚିତ ହୋଇ ଆସୁଥିଲେ ଓ ତାଙ୍କୁ ଦାୟିତ୍ୱ ଛାଡିବାକୁ ପଡିଛି। ସେ ଟୁଇଟର ଓ ଫେସ୍‌ବୁକ ଭଳି ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି।
ମୋତେ ଏହି ମାମଲାରେ ବହୁ ସଂଖ୍ୟାରେ ପରାମର୍ଶ ଓ ଉପଦେଶ ମିଳିଥିଲା। ଏହାକୁ ସମ୍ମାନ ସହିତ ଗ୍ରହଣ କରୁଛି। ଭବିଷ୍ୟତରେ କାର୍ଯ୍ୟକରିବା ଅବସରରେ ଓ ନିଜର ଚିନ୍ତାଧାରାରେ ଏଭଳି ତ୍ରୁଟିକୁ ନ ଦୋହରାଇବାକୁ ଚେଷ୍ଟା କରି ବି ବୋଲି ସେ ଉଲ୍ଲେଖ କରିଛନ୍ତି। ପିଲାଦିନେ କରିଥିବା ଭୁଲ ଓ ଏଭଳି ଆଚରଣ ପାଇଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି ପିଲାଦିନେ ସେ ନିଜର ଜଣେ ଦିବ୍ୟାଙ୍ଗ ସହପାଠୀଙ୍କୁ ଦୁର୍ବ୍ୟବହାର ଓ ପରିହାସ କରିଥିଲେ। କିଛିଦିନ ତଳେ ଓୟାମାଡା ଏ ସଂକ୍ରାନ୍ତରେ ଏକ ସାକ୍ଷାତକାର ଦେବା ଅବସରରେ ପିଲାଦିନର ଏହି ଘଟଣାକୁ ସ୍ବୀକାର କରିଥିଲେ। ୧୯୯୦ରେ ସେ ଜାପାନର ଏକ ମାଗାଜିନ୍‌କୁ ସାକ୍ଷାତକାର ଦେବା ବେଳେ ପିଲାବେଳର ଏହି ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହାପରେ ତାଙ୍କୁ ବିଭିନ୍ନ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଗଣମାଧ୍ୟରେ ବେଶ୍‌ ସମାଲୋଚନା କରାଯାଇଥିଲା ଓ ତାଙ୍କର ଇସ୍ତଫା ନେଇ ଦାବି ଜୋର ଧରିଥିଲା। ଶେଷରେ ଓୟାମାଡାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି।
ତେବେ ଏ ଘଟଣା ନେଇ ପଶ୍ଚାତ୍ତାପ କରିଥିବାରୁ ଓୟାମାଡା ଦାୟିତ୍ୱ ସମ୍ଭାଳିବା ଜାରି ରଖିବା ଉଚିତ ବୋଲି ଆୟୋଜକମାନେ କହିଥିଲେ। କିନ୍ତୁ ସେ ଇସ୍ତଫା ଦେବା ପରେ ଆୟୋଜକମାନେ ସହଜରେ ଏହାକୁ ଗ୍ରହଣ କରିପାରି ନାହାନ୍ତି। କ୍ଷମା ମାଗି ସାରିଥିବାରୁ ତାଙ୍କୁ ଦାୟିତ୍ୱରେ ରହିବାକୁ କୁହାଯାଇଥିଲା। ତେବେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବାର ୩ ଦିନ ପୂର୍ବରୁ ସେ ଇସ୍ତଫା ଦେବା ଠିକ୍‌ ନୁହେଁ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ଏଘଟଣାକୁ ଠିକ୍‌ ରୂପେ ପରିଚାଳନା କରାଯାଇପାରି ନାହିଁ ବୋଲି ଆୟୋଜକ କମିଟି ମୁଖ୍ୟ ସେଇକୋ ହାଶିମୋଟୋ କହିଛନ୍ତି।
ଅନ୍ୟପଟେ ଏହି ଅଲିମ୍ପିକ୍‌ ବିବିଧତା ଓ ସଦ୍‌ଭାବନା ଉପରେ ଆଧାରିତ ହୋଇଥିବାରୁ ଏଭଳି ଆଚରଣ ଗ୍ରହଣୀୟ ବୋଲି ଟୋକିଓ ଗଭର୍ନର ୟୁରିକୋ କୋଇକେ କହିଛନ୍ତି। ୫୨ ବର୍ଷୀୟ ଓୟାମାଡା ଗତ ସପ୍ତାହରେ ଏ ନେଇ ଅନ୍‌ଲାଇନରେ କ୍ଷମା ମାଗିଥିଲେ। ବର୍ତ୍ତମାନ ଓୟାମାଡାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଛି। ଜାପାନରେ ତାଙ୍କୁ ଜଣେ ଉଚ୍ଚକୋଟୀର ସଙ୍ଗୀତକାର ଭାବେ ଲୋକପ୍ରିୟତା ମିଳିଛି। ତାଙ୍କୁ ଆମେରିକୀୟ ରକ୍‌ ମ୍ୟୁଜିସିଆନ ବେକଙ୍କ ସହ ତୁଳନା କରାଯାଉଛି।
ଆସନ୍ତା ୨୩ରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଓୟାମାଡା କମ୍ପୋଜ କରିଥିତ୍ବା ସଙ୍ଗୀତକୁ ପରିବେଷଣ କରାଯିବ ନାହିଁ। ଏଥିସହିତ ପାରା ଅଲିମ୍ପିକ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ଆୟୋଜକ କମିଟି ମୁଖ୍ୟ କାର୍ଯନିର୍ବାହୀ ତୋଶିରୋ ମୁଟୋ କହିଛନ୍ତି। ଶୁକ୍ରବାର ବିନା ଦର୍ଶକରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବ। ପୂର୍ବରୁ ଲିଙ୍ଗଗତ ବୈଷମ୍ୟ ନେଇ ମନ୍ତବ୍ୟ ଦେଇଥିବାରୁ ଆୟୋଜକ କମିଟି ଅଧ୍ୟକ୍ଷ ପଦରୁ ୟୋଶିରୋ ମୋରି ଇସ୍ତଫା ଦେଇଥିଲେ। ସେହିପରି ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଜାପାନର ଜଣେ ଅଭିନେତ୍ରୀଙ୍କୁ ଘୁଷୁରି ଭଳି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିବାରୁ କ୍ରିଏଟିଭ ଡାଇରେକ୍ଟର ପଦରୁ ହିରୋଶି ସାସାକିଙ୍କୁ ଇସ୍ତଫା ଦେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri