Posted inଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ୨୬ ବର୍ଷୀୟା ସିନ୍ଧୁ ଗୁରୁବାର ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ଷଷ୍ଠ ସିଡ୍‌ ମାନ୍ୟତା ପାଇଥିବା ସିନ୍ଧୁ ୧୩ତମ ସିଡ୍‌ ବ୍ଲିଚ୍‌ଫେଲ୍ଟଙ୍କୁ ମାତ୍ର ୪୧ ମିନିଟ୍‌ରେ ୨୧-୧୫, ୨୧-୧୩ରେ ହରାଇ ଅଗ୍ରଗତି କରିଛନ୍ତି।
ପ୍ରଥମ ଗେମ୍‌ରେ ଭଲ ଆରମ୍ଭ କରିଥିଲି। କୋଚ୍‌ଙ୍କ ପରାମର୍ଶ କ୍ରମେ ରଣନୀତି ବଦଳାଇଥିଲି ଓ ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲି। ଦ୍ୱିତୀୟ ଗେମ୍‌ରେ ମଧ୍ୟ ଭଲ ଖେଳିଥିଲି। ଅଗ୍ରଣୀ ବଜାୟ ରଖିବା ସହ ବିଜୟୀ ହୋଇଥିଲି ବୋଲି ମ୍ୟାଚ୍‌ ପରେ ସିନ୍ଧୁ କହିଛନ୍ତି। ସିନ୍ଧୁ ଏବେ ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନର ଅକେନ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୟାମାଗୁଚି କୋରିଆର କିମ୍‌ ଗାଏଉନଙ୍କୁ ୨୧-୧୭, ୨୧-୧୮ରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ୟାମାଗୁଚିଙ୍କୁ ପୂର୍ବରୁ ସିନ୍ଧୁ ୧୧ଥର ହରାଇଥିବା ବେଳେ ତାଙ୍କଠାରୁ ୭ ଥର ପରାସ୍ତ ହୋଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ସିନ୍ଧୁ ତାଙ୍କୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ହରାଇଥିଲେ।
ବ୍ଲିଚ୍‌ଫେଲ୍ଟଙ୍କ ବିପକ୍ଷରେ ସିନ୍ଧୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରି ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ମଝିରେ ଅବଶ୍ୟ ବ୍ଲିଚ୍‌ଫେଲ୍ଟ ଛୋଟିଆ ପ୍ରତ୍ୟାବର୍ତ୍ତନ କରିବାକୁ ସଫଳ ହୋଇଥିଲେ। ବୁଧବାର ସିନ୍ଧୁ ବିଶ୍ୱର ୩୪ ନମ୍ବର ଖେଳାଳି ହଂକଂର ଏନ୍‌ୟାଇ ଚେଉଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ ଓ ଗ୍ରୁପ୍‌ ଜେ’ର ଶୀର୍ଷକୁ ଉଠିଥିଲେ। ଏକମାତ୍ର ଭାରତୀୟ ଭାବେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ପଦକ ଆଶା ବଜାୟ ରଖିଛନ୍ତି। ପୂର୍ବରୁ ବି. ସାଇ ପ୍ରଣୀଥ ପୁରୁଷ ସିଙ୍ଗଲ୍ସରେ ପରାସ୍ତ ହୋଇ ବିଦାୟ ନେଇ ସାରିଛନ୍ତି। ସେ ନେଦରଲାଣ୍ଡ୍ସର ମାର୍କ କାଲିଜୋଉଙ୍କଠାରୁ ଗ୍ରୁପ୍‌ ଡି’ରେ ପରାସ୍ତ ହୋଇଥିଲେ। ସେହିପରି ମଙ୍ଗଳବାର ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଗ୍ରୁପ୍‌ରେ ଦୁଇଟି ମ୍ୟାଚ୍‌ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ

ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ...

ସୁଲିଭାନ୍‌ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ

ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍‌ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍‌...

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।...

ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର

କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ...

କୋଭିଡ୍‌-୧୯: ଟୁର୍‌ ଅଫ୍‌ ବ୍ରିଟେନ ବାତିଲ

ଲଣ୍ଡନ,୧୪।୫(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ବାତିଲ କରାଯାଇଛି। ବ୍ରିଟେନର ବହୁ ପର୍ଯ୍ୟାୟ ବିଶିଷ୍ଟ ସାଇକ୍ଲିଂ ରେସ୍‌ ‘ଟୁର୍‌ ଅଫ୍‌ ବ୍ରିଟେନ’...

ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର

ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ...

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦...

୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ...

Advertisement
Archives

Model This Week