Posted inଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ୨୬ ବର୍ଷୀୟା ସିନ୍ଧୁ ଗୁରୁବାର ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ଷଷ୍ଠ ସିଡ୍‌ ମାନ୍ୟତା ପାଇଥିବା ସିନ୍ଧୁ ୧୩ତମ ସିଡ୍‌ ବ୍ଲିଚ୍‌ଫେଲ୍ଟଙ୍କୁ ମାତ୍ର ୪୧ ମିନିଟ୍‌ରେ ୨୧-୧୫, ୨୧-୧୩ରେ ହରାଇ ଅଗ୍ରଗତି କରିଛନ୍ତି।
ପ୍ରଥମ ଗେମ୍‌ରେ ଭଲ ଆରମ୍ଭ କରିଥିଲି। କୋଚ୍‌ଙ୍କ ପରାମର୍ଶ କ୍ରମେ ରଣନୀତି ବଦଳାଇଥିଲି ଓ ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲି। ଦ୍ୱିତୀୟ ଗେମ୍‌ରେ ମଧ୍ୟ ଭଲ ଖେଳିଥିଲି। ଅଗ୍ରଣୀ ବଜାୟ ରଖିବା ସହ ବିଜୟୀ ହୋଇଥିଲି ବୋଲି ମ୍ୟାଚ୍‌ ପରେ ସିନ୍ଧୁ କହିଛନ୍ତି। ସିନ୍ଧୁ ଏବେ ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନର ଅକେନ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୟାମାଗୁଚି କୋରିଆର କିମ୍‌ ଗାଏଉନଙ୍କୁ ୨୧-୧୭, ୨୧-୧୮ରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ୟାମାଗୁଚିଙ୍କୁ ପୂର୍ବରୁ ସିନ୍ଧୁ ୧୧ଥର ହରାଇଥିବା ବେଳେ ତାଙ୍କଠାରୁ ୭ ଥର ପରାସ୍ତ ହୋଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ସିନ୍ଧୁ ତାଙ୍କୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ହରାଇଥିଲେ।
ବ୍ଲିଚ୍‌ଫେଲ୍ଟଙ୍କ ବିପକ୍ଷରେ ସିନ୍ଧୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରି ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ମଝିରେ ଅବଶ୍ୟ ବ୍ଲିଚ୍‌ଫେଲ୍ଟ ଛୋଟିଆ ପ୍ରତ୍ୟାବର୍ତ୍ତନ କରିବାକୁ ସଫଳ ହୋଇଥିଲେ। ବୁଧବାର ସିନ୍ଧୁ ବିଶ୍ୱର ୩୪ ନମ୍ବର ଖେଳାଳି ହଂକଂର ଏନ୍‌ୟାଇ ଚେଉଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ ଓ ଗ୍ରୁପ୍‌ ଜେ’ର ଶୀର୍ଷକୁ ଉଠିଥିଲେ। ଏକମାତ୍ର ଭାରତୀୟ ଭାବେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ପଦକ ଆଶା ବଜାୟ ରଖିଛନ୍ତି। ପୂର୍ବରୁ ବି. ସାଇ ପ୍ରଣୀଥ ପୁରୁଷ ସିଙ୍ଗଲ୍ସରେ ପରାସ୍ତ ହୋଇ ବିଦାୟ ନେଇ ସାରିଛନ୍ତି। ସେ ନେଦରଲାଣ୍ଡ୍ସର ମାର୍କ କାଲିଜୋଉଙ୍କଠାରୁ ଗ୍ରୁପ୍‌ ଡି’ରେ ପରାସ୍ତ ହୋଇଥିଲେ। ସେହିପରି ମଙ୍ଗଳବାର ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଗ୍ରୁପ୍‌ରେ ଦୁଇଟି ମ୍ୟାଚ୍‌ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?