ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୧ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ନଭେମ୍ବର ୧ ରବିବାରଠାରୁ କଟକଣା ଆରମ୍ଭ ହେଉଛି। ଏହି କଟକଣା ଆଗାମୀ ୭ ମାସ ଅର୍ଥାତ୍‌ ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ସମୁଦ୍ର ତଟାଞ୍ଚଳରୁ ୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ମାଛଧରା ବନ୍ଦ ସହିତ ଅନ୍ୟ କେତେକ କଟକଣା କାର୍ଯ୍ୟକାରୀ ହେବ। ଏ ନେଇ ବନ ବିଭାଗ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ ମଧ୍ୟ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ସିଡ୍ୟୁଲ ୧ରେ ଥିବା ଏହି ଜୀବର ସୁରକ୍ଷାକୁ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବନ ବିଭାଗର ସ୍ପିଡ୍‌ ବୋଟ୍‌ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହିତ ଭାବ ବିନିମୟରେ ଅଭାବ ଆଦି ବେଆଇନ ପ୍ରବେଶକୁ ସୁଯୋଗ ଦେବ। ସେହିପରି ତଟକ୍ଷୟ ଯୋଗୁ ପ୍ରଜନନ ସ୍ଥଳ କମିବା, ନିକଟସ୍ଥ ହୁଇଲର ଦ୍ୱୀପରୁ ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ହେବା ଅଲିଭ୍‌ ରିଡ୍‌ଲେଙ୍କ ପ୍ରଜନନକୁ ପ୍ରଭାବିତ କରିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେ ଏହି ଅଞ୍ଚଳକୁ ପ୍ରଜନନ ସ୍ଥଳ ଭାବେ ବାଛିବା ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ୧୪୩୫ ବର୍ଗ କିଲୋମିଟରର ଏହି କଇଁଛଙ୍କ ଅନ୍ତୁଡିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଥିବା ଆଇୟୁସିଏନର ରେଡ୍‌ ଡାଟାବୁକରେ ଉଲ୍ଲେଖ ହେଉଛି। ୧ ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣ ବୟସ୍କ ହେଉଥିବା ଆଇୟୁସିଏନ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାର ଏହି ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କିଲୋମିଟର ମଧ୍ୟରୁ ମାତ୍ର ୨୭ ବର୍ଗ କିଲୋମିଟର ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟର ଶିକାର ହେଉଛି। ବିଗତ ବର୍ଷଗୁଡିକରେ ନାଶୀ ୧ ଓ ୨, ବାବୁବାଲି, ଏକକୁଳା ଆଦି ସ୍ଥାନର ଆକାର କମିଛି। ପ୍ରଜନନ ସ୍ଥାନ ଅପେକ୍ଷା କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲର ଧରିବା ପାଇଁ ବନ ବିଭାଗ ନିକଟରେ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ୍‌ ନାହିଁ। ଜିଲାରେ ତନ୍ତିଆପାଳ, ଖରିନାସୀ ଓ ଜମ୍ବୁ ସାମୁଦ୍ରିକ ଥାନା ଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହିନୀ ସହିତ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ରାଜ୍ୟ ସରକାର ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ପ୍ରଚାର ପ୍ରସାର ପାଇଁ ଏହି ଜୀବକୁ ମାସ୍‌କଟ ଭାବେ ବ୍ୟବହାର କରୁଥିବା ବେଳେ ଇକୋ ଟୁରିଜମ ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଏହା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ବିରଳ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ଏକକୁଳା ସମୁଦ୍ରରେ ଏକ କ୍ୟାମ୍ପ ଅନବରତ ରହିବାକୁ ଥିବାବେଳେ ବାବୁବାଲି ଓ ଅଗରନାଶୀରେ କ୍ୟାମ୍ପ କରାଯାଇଛି। ଗତ କଟକଣା ସମୟରେ ସମୁଦ୍ର ମଧ୍ୟକୁ ବେଆଇନ ପ୍ରବେଶ କରିଥିବା ୭୦ ବୋଟ୍‌ ଓ ଟ୍ରଲର ଜବତ କରାଯାଇଥିବା ବେଳେ ୪୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଆସନ୍ତା ଦିନରେ କଟକଣାକୁ କଡାକଡି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri