ଆରମ୍ଭ ହେଲା ଅଲିଭ ରିଡ୍‌ଲେଙ୍କ ମିଳନ

ଗଞ୍ଜାମ,୧୬।୧୨(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ଚଳିତଥର ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସମୁଦ୍ର ମଧ୍ୟରେ ପ୍ରାୟ ୨୦ କି.ମି. ଦୂରରେ କାଁଭାଁ କଇଁଛଙ୍କ ମିଳନ ଚାଲୁଥିବା ବନ ବିଭାଗର ପାଟ୍ରୋଲିଂ ବେଳେ ଦେଖାଯାଇଥିଲା । ଏବେ ଦଳ ଦଳ କଇଁଛଙ୍କ ମିଳନ ଚାଲିଛି ବୋଲି ଡିଏଫଓ ଅମ୍ଲାନ ନାୟକ କହିଛନ୍ତି। ସମୁଦ୍ରରେ ଘଣ୍ଟାଘଣ୍ଟା ଧରି ଏହି ମେଟିଙ୍ଗ ଦେଖାଦେବ। ଏହା ପରେ ସମୁଦ୍ର ଉପକୂଳରେ ଦକ୍ଷିଣା ପବନ ବହିଲେ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। କଇଁଛଙ୍କ ମିଳନ ଲାଗି ଉତ୍ତର ଦିଗରେ ଥିବା ପ୍ରୟୋଗି ଏବଂ ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ସମୁଦ୍ର ଅଞ୍ଚଳକୁ ବନ ବିଭାଗ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଣ୍ଡାଦାନ ସ୍ଥାନଗୁଡିକ ବ୍ୟାରିକେଡ୍‌ କରାଯାଇଛି। ସେହିପରି କଇଁଛଙ୍କ ମିଳନ ଓ ଗଣ ଅଣ୍ଡାଦାନରେ ବାଧା ନ ଉପୁଜିବା ଲାଗି ବିଭିନ୍ନ ସ୍ଥାନରେ କୋଷ୍ଟଗାର୍ଡ ନିୟୋଜିତ ହୋଇଛନ୍ତି। ଜାନୁୟାରୀ ଶେଷ ସପ୍ତାହ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସ୍ଥାନୀୟ ପରିବେଶବିତ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର

ଚମ୍ପୁଆ,୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ସଶାଙ୍ଗ ଗ୍ରାମ ନିକଟରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ରାସ୍ତକଡ଼ରେ ଏକ ନବଜାତ...

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ...

ଧାରଣାରେ ଅଲଚିକି ଭାଷା ଶିକ୍ଷକ

ବାରିପଦା ଅଫିସ,୧୮ା୧୦: ନିୟମିତ ଶିକ୍ଷକର ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲାରେ ଠିକା ନିଯୁକ୍ତିପ୍ରାପ୍ତ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ୬ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା...

କାଠଗଡ଼ାରେ ରଥଯାତ୍ରା ଭାଗ୍ୟ, ରାୟ ଅପେକ୍ଷାରେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୨।୬:  ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ରଥ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ବାଗତ କରିଛନ୍ତି। ହେଲେ...

ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ

ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍‌ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର...

କେନ୍ଦ୍ରାପଡ଼ାରେ ଚକ୍ରାକାର ଧଳା ମାଛିର ଆତଙ୍କ

କେନ୍ଦ୍ରାପଡ଼ା ଅଫିସ, ୩ା୧୦: ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖା ଦେଉଥିଲା। ଏବେ କଦଳୀ ଗଛରୁ ଆରମ୍ଭ କରି ପନିପରିବା ଗଛରେ ଏହି...

ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ

ଛତ୍ରପୁର,୧୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...

ଆସୁନି ଟୋକନ, ଅଭାବୀ ବିକ୍ରିକୁ ପ୍ରୋତ୍ସାହନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲାର ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ଜାରି ରହିଛି। ମଣ୍ଡି ଖୋଲା ରହିଥିବାବେଳେ ଚାଷୀଙ୍କ ପାଖରେ ଅମଳ ଧାନ...

Advertisement
Archives

Model This Week