ବୁଲା କୁକୁରଙ୍କ ଆହାର ପାଲଟିଛି ଅଲିଭ ରିଡ୍‌ଲେ କଇଁଛ

ପାରାଦୀପ ୨୧।୨(ଶରତ ରାଉତ): ପାରାଦୀପ ନିକଟସ୍ଥ ସମୁଦ୍ର କୂଳରେ ଏବେ କିଛି ଦିନ ହେଲା ମୃତ ଅଲିଭରିଡ୍‌ଲେ କଇଁଛ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଉକ୍ତ କଇଁଛଗୁଡ଼ିକୁ ବୁଲା କୁକୁର ଖାଉଛନ୍ତି। ଏପରିସ୍ଥିତି ଯୋଗୁ ବେଳାଭୂମିରେ ଦୁର୍ଗନ୍ଧ ହେଉଛି। ପ୍ରାୟ ୧୫ ଦିନ ହେଲା ଏଭଳି ସ୍ଥିତି ଲାଗିରହିଛି। ଅପରପକ୍ଷେ କଇଁଛ ମରିବାର କାରଣ ଏପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କାରଣ ଏପର୍ଯ୍ୟନ୍ତ କୌଣସି ମୃତ କଇଁଛଙ୍କ ବ୍ୟବଚ୍ଛେଦ ହୋଇପାରୁନାହିଁ। ପ୍ରାଣୀଧନ ଚିକିତ୍ସକମାନେ ଆନ୍ଦୋଳନ ଜାରି ରଖିଥିବାରୁ ଏପରି ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେଉଁ କଇଁଛଗୁଡିକ କୂଳରେ ମରିପଡ଼ିଛନ୍ତି, ସେଥିରେ କାହାର କ୍ଷତ ରହିଛି ତ କାହା ବେକରେ ଜାଲ ଲାଗିଛି।
ସୂଚନାଯୋଗ୍ୟ, ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ କଟକଣା ଜାରି କରାଯାଇଛି। ଏପରିକି ଭାରତରେ ପ୍ରତିବର୍ଷ ନଭେମ୍ବର ୧ ରୁ ପରବର୍ଷ ମେ ୩୧ ପର୍ଯ୍ୟନ୍ତ ଉପକୂଳରେ କଟକଣା ଜାରି କରାଯାଏ। ଅର୍ଥାତ୍‌ କୂଳଠାରୁ ୬ କି.ମି. ସମୁଦ୍ର ପର୍ଯ୍ୟନ୍ତ କୌଣସି ମାଛଧରା ବୋଟ୍‌ ମାଛ ଧରିବେ ନାହିଁ। ଏଥିସହ ଗହୀରମଥା, ଋ଼ଷିକୁଲ୍ୟା ମୁହାଣ, ବରୁଣେଇ ମୁହାଣ ଆଦି ଅଞ୍ଚଳରେ ବୋଟ ଯାତାୟାତ ଉପରେ ଅଙ୍କୁଶ ଲଗାଯାଇଛି। ଏହାସତ୍ତ୍ୱେ କିଛି ମାଛଧରା ବୋଟ ଓ ଛୋଟ ଡଙ୍ଗା ମାଧ୍ୟମରେ କଟକଣା ଅଞ୍ଚଳରେ ମାଛ ଧରାଯାଉଛି । ରାଜନଗର ବନଖଣ୍ଡ ପକ୍ଷରୁ ଅଧିକାଂଶ ସମୟରେ ବୋଟ ମଧ୍ୟ ଜବତ ହେଉଛି। ଫଳରେ ଶତାଧିକ ବିରଳ କଇଁଛ ମରୁଥିବା ଆଶଙ୍କା କରାଯାଉଛି। ଏବେ ସେହି ମୃତ କଇଁଛଗୁଡ଼ିକୁ କୁଜଙ୍ଗ ବନାଞ୍ଚଳ କର୍ମଚାରୀମାନେ ବାଲିରେ ଗାତ ଖୋଳି ପୋତି ଦେଉଛନ୍ତି। କଇଁଛ ମରିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କୁହନ୍ତି, ଆମେ ଯଥା ସମ୍ଭବ ପାଟ୍ରୋଲିଂ ଓ ସୁରକ୍ଷା ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛୁ। ତଥାପି କଇଁଛ ମରୁଛନ୍ତି। ଚଳିତ ବର୍ଷ ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବାରୁ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?