ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା ନ ମିଳିବାରୁ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି। ବାର୍ଦ୍ଧକ୍ୟ ଭତ୍ତା ପାଉଥିବା କନ୍ତାରୁ ୮୩ ବର୍ଷ ଅତିକ୍ରାନ୍ତ କରିଥିବାରୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ପାଉଥିଲେ। ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଜରିଆରେ ପୂର୍ବରୁ ତାଙ୍କ ଜମା ଖାତାକୁ ଭତ୍ତା ଅର୍ଥରାଶି ନିୟମିତ ଭାବେ ଆସୁଥିବା ବେଳେ କିଛି ମାସ ହେଲା ସେ ପଞ୍ଚାୟତ କାର୍ଯ୍ୟାଳୟ ଜରିଆରେ ଏହି ଭତ୍ତା ଟଙ୍କା ପାଉଥିଲେ। ଗତ ଫେବୃଆରୀ ମାସ ଠାରୁ ଜୁଲାଇ ପର୍ଯ୍ୟନ୍ତ ୭ ମାସର ଭତ୍ତା ଟଙ୍କା ତାଙ୍କୁ ମିଳିନଥିବାରୁ ତାଙ୍କ ଜୀବିକାନିର୍ବାହ କରିବା କଷ୍ଟକର ହୋଇପଡିଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିୟମ ଅନୁଯାୟୀ ଯେଉଁ ହିତାଧିକାରୀଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିପାରିବେ ନାହିଁ ସେମାନଙ୍କୁ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରିବେ। ଭୀଷ୍ମଗିରି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ବୃଦ୍ଧ କନ୍ତାରୁଙ୍କୁ ଗତ୭ ମାସ ହେଲା ଭତ୍ତା ଟଙ୍କା ପ୍ରଦାନ କରିନାହାନ୍ତି । ଭୀଷ୍ମଗିରି ପଞ୍ଚାୟତକୁ ସରପଞ୍ଚ ଗାୟତ୍ରୀ ବ୍ରହ୍ମା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ଯାଉନଥିବା କାରଣରୁ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ଉଭୟଙ୍କ ଦେଖା ମିଳୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ପୂର୍ବରୁ ବୈଷୟିକ ତ୍ରୁଟି କାରଣରୁ ରାଜ୍ୟସାରା ଭତ୍ତା ଟଙ୍କା ଉଠାଣ ରେ ସମସ୍ୟା ରହିଥିଲା। ଗତ ଜୁଲାଇ ୧୮ ତାରିଖରେ ଭତ୍ତା ଟଙ୍କା ମିଳୁନଥିବା ନେଇ କନ୍ତାରୁ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ଲିଖିତ ଭାବେ ଜଣାଇଥିଲେ। ବିଡ଼ିଓ ତାଙ୍କୁ ବ୍ଲକ କାର୍ଯ୍ୟାଳୟ ଚ୍ୟାମ୍ବରକୁ ଡକାଇ ସମସ୍ତ ନଥି ପତ୍ର ନେଇ ଦେଖିବା ପରେ ସବୁ ଠିକ ଥିବା କହିଥିଲେ। ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ଜୁଲାଇ ୨୦ ତାରିଖରେ ଗତ ଫେବୃଆରୀ ଠାରୁ ଜୁନ ମାସ ଯାଏଁ ୬ ମାସର ତାଙ୍କ ଭତ୍ତା ଟଙ୍କା ଉଠାଣ କରାଯାଇଥିଲା।ସେ ଭତ୍ତା ଟଙ୍କା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଦୌ ଆସିନଥିଲେ। ପରେ ସେ ଏନେଇ ଥାନାରେ ଏତଲା ଦେବା କଥା ବିଡ଼ିଓଙ୍କୁ ଜଣାଇଥିଲେ। ବିଡ଼ିଓ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ସହ ଏନେଇ ସବିଶେଷ କଥା ହୋଇଥିଲେ। କନ୍ତାରୁଙ୍କୁ ତୁରନ୍ତ ଭତ୍ତା ଟଙ୍କା ତାଙ୍କୁ ପ୍ରଦାନ ନିମନ୍ତେ ବିଡ଼ିଓ କହିବାରୁ ଗୁରୁବାର ତାଙ୍କ ଭୀଷ୍ମଗିରି ଗ୍ରାମ ଜଳସେଚନ କାର୍ଯ୍ୟାଳୟ ନିକଟ ଘରକୁ ଯାଇଥିଲେ। ସେ ଭତ୍ତା ଟଙ୍କା ନଗଦ ଅର୍ଥରାଶି ଗ୍ରହଣ କରିବାକୁ ସିଧା ସଳଖ ମନାକରିଦେଇଥିଲେ। ତାଙ୍କୁ ବ୍ୟାଙ୍କ ଜମାଖାତା ଦ୍ୱାରା ଭତ୍ତା ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ତେବେ ବୃଦ୍ଧ ଜଣକ ଭତ୍ତା ଟଙ୍କା ପାଇବାରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନିକ ହଟଚମଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ଆଜିର ରାଶିଫଳ: ସିଂହ ରାଶିରେ ବୁଧଙ୍କ ଗୋଚର, ଅଚାନକ ଏହି ୫ ରାଶିକୁ ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ କେବଳ ଏକ ଅତ୍ୟନ୍ତ ଶୁଭ ଗ୍ରହ ନୁହେଁ, ବରଂ ବୁଦ୍ଧି, ବାଣୀ, ତର୍କ, ବ୍ୟାପାର, ସଂଯୋଗ ଓ କୌଶଳର କାରକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri