ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି । ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କୀୟମାନେ ମୃତଦେହକୁ କାନ୍ଧ ଦେଲେନାହିଁ। ମୁହଁମୋଡି ଯେ ଯାହା ବାଟରେ ଚାଲିଗଲେ। ଏହାକୁ ନେଇ ସାହିବାସିନ୍ଦା ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଇଥିବାବେଳେ ଶେଷରେ ଥାନା ଆଇଆଇସି କୁଳମଣି ସେଠି ଓ ସାହିର ଯୁବଗୋଷ୍ଠିଙ୍କ ସହାୟତାରେ ବୁଧବାର ମୃତଦେହ ସତ୍କାର କରାଯାଇଛି। ଏଭଳି କାର୍ଯ୍ୟରେ ଥାନା ଆଇଆଇସିଙ୍କ ସହାୟତାର ମହାନତାକୁ ନେଇ ଜନସାଧାରଣ ସାଧୁବାଦ ଜଣାଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ଇନ୍ଦିରା ପଟ୍ଟନାୟକ (୭୫) ।ଘଟଣାରୁ ଜାଣିବାକୁ ମିଳିଛି ଯେ, ଦୀର୍ଘ ୪୦ ବର୍ଷ ତଳେ କୁକୁଡାଖଣ୍ଡି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକ ପୁରୁଷୋତ୍ତମପୁରକୁ ଶିକ୍ଷକତା କରିବାକୁ ଆସି ରଥସାହିରେ ଘରଦ୍ବାର କରି ପତ୍ନୀ ଇନ୍ଦିରାଙ୍କ ସମେତ ଦୁଇପୁଅ ଶୁଶାନ୍ତ (୫୫) ଓ ପ୍ରଶାନ୍ତ(୫୨)ଙ୍କୁ ନେଇ ବସବାସ କରୁଥିଲେ। ଇତି ମଧ୍ୟରେ ଦୁଇପୁଅ ମାନସିକ ବିକାରଗ୍ରସ୍ତ ହୋଇପଡିଥିବା ବେଳେ ଚନ୍ଦ୍ରଶେଖରଙ୍କ ଗତ ବର୍ଷେ ତଳେ ମୃତ୍ୟୁ ଘଟିଥିଲା । ବୃଦ୍ଧା ଇନ୍ଦିରା ବହୁକଷ୍ଟରେ ମାନସିକ ବିକାରଗ୍ରସ୍ତ ଦୁଇପୁଅଙ୍କୁ ନେଇ ଚଳାଉଥିବା ବେଳେ ସେ କୌଣସି କାରଣରୁ ମୃତ୍ୟୁବରଣ କରି ଘରେ ପଡିରହିଥିଲେ। ହେଲେ ସାହି ପଡିଶା ଜାଣିପାରି ନଥିବା ବେଳେ ମୃତଦେହଟି ପଚିସଢି ମଙ୍ଗଳବାର ଘରୁ ଦୁର୍ଗନ୍ଧ ଆସିବାରୁ ସାହିପଡିଶା ଲୋକେ ସନ୍ଦେହ କରି ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ହେଲେ ବୃଦ୍ଧା ଇନ୍ଦିରାଙ୍କ ୪ ଯାଆ,ପୁତୁରା ଓ ସମ୍ପର୍କୀୟମାନେ କୁକୁଡାଖଣ୍ଡି ଗ୍ରାମରୁ ଆସିଥିବା ବେଳେ ମୃତଦେହକୁ ନେଇ ସତ୍କାର କରିବା ବଦଳରେ ମୁହଁ ମୋଡି ଲୁଚି ଚାଲିଯାଇଥିଲେ । ଶେଷରେ ରଥସାହିର ଯୁବଗୋଷ୍ଠୀ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ଆଇଆଇସି କୁଳମଣି ସେଠୀଙ୍କୁ ଜଣାଇ ସହଯୋଗ ଲୋଡିଥିଲେ। ତହସିଲଦାର ଓ ଆଇଆଇସି ଘଟଣାସ୍ଥଳକୁ ଆସି ଏହାକୁ ଗୁରୁତର ସହ ନେଇ ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ୧୯/୨୬ ପ୍ରକାରେ ପୁରୁଷୋତ୍ତମପୁର ଗୋଷ୍ଠି ସ୍ବାସ୍ବ୍ୟକେନ୍ଦ୍ରକୁଆଣି ବ୍ୟବଚ୍ଛେଦ କରାଇଥିଲେ। ଏହାପରେ ସାହିର ଯୁବଗୋଷ୍ଠୀ ମୃତଦେହକୁ ସତ୍କାର କରିଥିଲେ । ହେଲେ ଦୁଇପୁଅ ମାନସିକ ବିକାରଗ୍ରସ୍ତ ହୋଇଥିବା ହେତୁ ଏମାନେ ବଞ୍ଚିବା ଲାଗି ସରକାର ଓ ଜିଲାପ୍ରଶାସନ ସହାୟତାର ହାତ ବଢାଇ ଏମାନଙ୍କୁ ଥଇଥାନ ଲାଗି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

 

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?