ବଦଳିପାରେ ପୁରୁଣା ଚେହେରା

ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍‌ ଆଦ୍‌ମୀ ପାର୍ଟି ନେତା ଏବେ ଗାଁ ମୁହାଁ ହୋଇଛନ୍ତି। ଶାସକ ବିଜେଡିର ନେତା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କଥା କହୁଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତିରେ ବିଭିନ୍ନ କ୍ଷେତ୍ରରେ କିଭଳି ବିକାଶ ହୋଇପାରିଛି ତାହା ବଖାଣୁଛନ୍ତି। ସେହିପରି କଂଗ୍ରେସ ଅତାବିରା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛି। ୨୦୦୯ ପରଠାରୁ ଅତାବିରା ଆସନ ଥରେ କଂଗ୍ରେସ ଓ ଦୁଇ ଥର ବିଜେଡି ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁରେ ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି।
ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ରାଜନେତିକ ପରିସ୍ଥିତି ଯାହା ଏଠାରେ ପୁରୁଣା ଲଢେଇରେ ବ୍ରେକ୍‌ ଲାଗିବା ସମ୍ଭାବନା ରହିଛି। ବିଜେଡି ଓ କଂଗ୍ରେସ ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳିଥିବା କୁହାଯାଉଥିବା ବେଳେ ଭାଜପାରେ କିନ୍ତୁ ମାଳ ମାଳ ଆଶାୟୀ। ଏହି ଦଳରେ ପ୍ରାର୍ଥୀ ଚୟନ ଦ୍ବନ୍ଦ୍ବ ଦୂର ହେଉନି। ଦଳ ଏଥର ନୂଆ ଚେହେରାକୁ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଏଭଳି ହେଲେ ବିଜେଡି ଓ କଂଗ୍ରେସରେ ମଧ୍ୟ ନୂତନ ଆଶାୟୀଙ୍କ ଆବିର୍ଭାବ ହେବା ସମ୍ଭାବନା ରହିଛି।
ବିଜେଡି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ କୁଆଡେ ବରଗଡ଼ ଲୋକସଭା କ୍ଷେତ୍ରରୁ ଏମ୍‌ପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ସ୍ନେହାଙ୍ଗିନୀଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କୁ ଦଳ ଅତାବିରାରେ ପ୍ରାର୍ଥୀ କରାଇବାକୁ ମସୁଧା କରୁଥିବା କୁହାଯାଉଛି। ଅତାବିରାରେ ପଞ୍ଚାୟତ ହେଉ କି ପୌର ନିର୍ବାଚନ ସବୁଥିରେ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଲଗାତର କାମ କରିଆସୁଛନ୍ତି ବିଧାୟିକା ଛୁରିଆ। ପଶ୍ଚିମ ଓଡ଼ିଶାରେ ନିଜର ରାଜନୈତିକ ଦବଦବା ଜାହିର କରିଆସିଥିବା ଛୁରିଆ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଅତାବିରାରେ ହ୍ୟାଟ୍ରିକ ବିଜୟ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ଯଦି ବରଗଡ଼ ଲୋକସଭା ଆସନରେ ଦଳ ପ୍ରାର୍ଥୀ କରେ ତେବେ ସବୁ ଗଣିତ ଓଲଟପାଲଟ ହେବା ସହ ତାଙ୍କ ହ୍ୟାଟ୍ରିକ ଆଶା ଧୂଳିସାତ୍‌ ହୋଇଯିବ ବୋଲି ସମର୍ଥକମାନେ କହୁଛନ୍ତି।
ସେପଟେ ଭାଜପାର ମିଳନ ସେଠ ୩ଥର ହାରିବା ପରେ ପୁଣି କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଠାରେ ମାଳ ମାଳ ଆଶାୟୀ ଗାଁ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି। ନିକଟରେ ପ୍ରଶାସନିକ କାର୍ଯ୍ୟରୁ ଅବସର ନେଇ ରଞ୍ଜନ ସେଟ ଭାଜପାରେ ଯୋଗଦେଇ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ପୂର୍ବରୁ କୁଶ କୁମ୍ଭାର ମଧ୍ୟ ପୋଲିସ ଚାକିରି କାର୍ଯ୍ୟ ଛାଡି ଭାଜପା ପାଇଁ ଅତାବିରାରେ କାମ କରୁଛନ୍ତି। ଅନ୍ୟପଟେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ସଂଘ ନେତା ଉର୍କୁଲୁ ତାଣ୍ଡି ଟିକେଟ ଆଶାୟୀ ହୋଇ ୫ବର୍ଷରୁ ଅଧିକ ସମୟ ହେଲା ଦଳୀୟ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ଏପରି ଆହୁରି ଅନେକ ଆଶାୟୀ ଦଳ ପାଇଁ ଚିନ୍ତା ବଢାଇଛନ୍ତି। ତେବେ ଦଳ କାହାକୁ ଭରସା କରିବ ସେ ନେଇ ଚିନ୍ତାରେ ପଡିଛି। ସେହିପରି ଅତାବିରାରେ ବର୍ତ୍ତମାନ ବରଗଡ଼ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଏକମାତ୍ର ଦାବିଦାର ଥିବା କୁହାଯାଉଛି। କିନ୍ତୁ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କଲେ କଂଗ୍ରେସ ମଧ୍ୟ ଏ ନେଇ ଚିନ୍ତା କରିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୯ରେ ବିଜେଡିର ଭୋଟ ହାର ୪.୦୬ ଶତକଡା ବୃଦ୍ଧି ହୋଇଥିଲା। ଦଳୀୟ ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ୮୪ହଜାର ୧୦ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାଜପାର ଭୋଟ୍‌ ହାର ୧୪.୧୫ ପ୍ରତିଶତ ବଢିଥିଲା ଏବଂ ଦଳୀୟ ପ୍ରାର୍ଥୀ ମିଳନ ସେଠ୍‌ ୬୧ହଜାର ୬୧୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ତେବେ କଂଗ୍ରେସର ଭୋଟ୍‌ ହାର ୧୫.୯୪ ଶତକଡା ହ୍ରାସ ପାଇବାରୁ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ ହଜାର ୫୧୧ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?