ବଦଳିପାରେ ପୁରୁଣା ଚେହେରା

ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍‌ ଆଦ୍‌ମୀ ପାର୍ଟି ନେତା ଏବେ ଗାଁ ମୁହାଁ ହୋଇଛନ୍ତି। ଶାସକ ବିଜେଡିର ନେତା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କଥା କହୁଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତିରେ ବିଭିନ୍ନ କ୍ଷେତ୍ରରେ କିଭଳି ବିକାଶ ହୋଇପାରିଛି ତାହା ବଖାଣୁଛନ୍ତି। ସେହିପରି କଂଗ୍ରେସ ଅତାବିରା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛି। ୨୦୦୯ ପରଠାରୁ ଅତାବିରା ଆସନ ଥରେ କଂଗ୍ରେସ ଓ ଦୁଇ ଥର ବିଜେଡି ଦଖଲ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁରେ ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି।
ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ରାଜନେତିକ ପରିସ୍ଥିତି ଯାହା ଏଠାରେ ପୁରୁଣା ଲଢେଇରେ ବ୍ରେକ୍‌ ଲାଗିବା ସମ୍ଭାବନା ରହିଛି। ବିଜେଡି ଓ କଂଗ୍ରେସ ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳିଥିବା କୁହାଯାଉଥିବା ବେଳେ ଭାଜପାରେ କିନ୍ତୁ ମାଳ ମାଳ ଆଶାୟୀ। ଏହି ଦଳରେ ପ୍ରାର୍ଥୀ ଚୟନ ଦ୍ବନ୍ଦ୍ବ ଦୂର ହେଉନି। ଦଳ ଏଥର ନୂଆ ଚେହେରାକୁ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଏଭଳି ହେଲେ ବିଜେଡି ଓ କଂଗ୍ରେସରେ ମଧ୍ୟ ନୂତନ ଆଶାୟୀଙ୍କ ଆବିର୍ଭାବ ହେବା ସମ୍ଭାବନା ରହିଛି।
ବିଜେଡି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ କୁଆଡେ ବରଗଡ଼ ଲୋକସଭା କ୍ଷେତ୍ରରୁ ଏମ୍‌ପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ସ୍ନେହାଙ୍ଗିନୀଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କୁ ଦଳ ଅତାବିରାରେ ପ୍ରାର୍ଥୀ କରାଇବାକୁ ମସୁଧା କରୁଥିବା କୁହାଯାଉଛି। ଅତାବିରାରେ ପଞ୍ଚାୟତ ହେଉ କି ପୌର ନିର୍ବାଚନ ସବୁଥିରେ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଲଗାତର କାମ କରିଆସୁଛନ୍ତି ବିଧାୟିକା ଛୁରିଆ। ପଶ୍ଚିମ ଓଡ଼ିଶାରେ ନିଜର ରାଜନୈତିକ ଦବଦବା ଜାହିର କରିଆସିଥିବା ଛୁରିଆ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଅତାବିରାରେ ହ୍ୟାଟ୍ରିକ ବିଜୟ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ଯଦି ବରଗଡ଼ ଲୋକସଭା ଆସନରେ ଦଳ ପ୍ରାର୍ଥୀ କରେ ତେବେ ସବୁ ଗଣିତ ଓଲଟପାଲଟ ହେବା ସହ ତାଙ୍କ ହ୍ୟାଟ୍ରିକ ଆଶା ଧୂଳିସାତ୍‌ ହୋଇଯିବ ବୋଲି ସମର୍ଥକମାନେ କହୁଛନ୍ତି।
ସେପଟେ ଭାଜପାର ମିଳନ ସେଠ ୩ଥର ହାରିବା ପରେ ପୁଣି କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଠାରେ ମାଳ ମାଳ ଆଶାୟୀ ଗାଁ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି। ନିକଟରେ ପ୍ରଶାସନିକ କାର୍ଯ୍ୟରୁ ଅବସର ନେଇ ରଞ୍ଜନ ସେଟ ଭାଜପାରେ ଯୋଗଦେଇ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ପୂର୍ବରୁ କୁଶ କୁମ୍ଭାର ମଧ୍ୟ ପୋଲିସ ଚାକିରି କାର୍ଯ୍ୟ ଛାଡି ଭାଜପା ପାଇଁ ଅତାବିରାରେ କାମ କରୁଛନ୍ତି। ଅନ୍ୟପଟେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ସଂଘ ନେତା ଉର୍କୁଲୁ ତାଣ୍ଡି ଟିକେଟ ଆଶାୟୀ ହୋଇ ୫ବର୍ଷରୁ ଅଧିକ ସମୟ ହେଲା ଦଳୀୟ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ଏପରି ଆହୁରି ଅନେକ ଆଶାୟୀ ଦଳ ପାଇଁ ଚିନ୍ତା ବଢାଇଛନ୍ତି। ତେବେ ଦଳ କାହାକୁ ଭରସା କରିବ ସେ ନେଇ ଚିନ୍ତାରେ ପଡିଛି। ସେହିପରି ଅତାବିରାରେ ବର୍ତ୍ତମାନ ବରଗଡ଼ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଏକମାତ୍ର ଦାବିଦାର ଥିବା କୁହାଯାଉଛି। କିନ୍ତୁ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କଲେ କଂଗ୍ରେସ ମଧ୍ୟ ଏ ନେଇ ଚିନ୍ତା କରିପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୯ରେ ବିଜେଡିର ଭୋଟ ହାର ୪.୦୬ ଶତକଡା ବୃଦ୍ଧି ହୋଇଥିଲା। ଦଳୀୟ ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ୮୪ହଜାର ୧୦ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାଜପାର ଭୋଟ୍‌ ହାର ୧୪.୧୫ ପ୍ରତିଶତ ବଢିଥିଲା ଏବଂ ଦଳୀୟ ପ୍ରାର୍ଥୀ ମିଳନ ସେଠ୍‌ ୬୧ହଜାର ୬୧୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ତେବେ କଂଗ୍ରେସର ଭୋଟ୍‌ ହାର ୧୫.୯୪ ଶତକଡା ହ୍ରାସ ପାଇବାରୁ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ ହଜାର ୫୧୧ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri