ବୃଦ୍ଧ ଓ ଯୁବ ବାବା

ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ ଏକ ନୂଆ ପିିଢ଼ିର ବାବାଙ୍କୁ ଦେଖିବା ଓ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମିଳୁଛି। ଏହି ବାବାମାନେ ଯୁବକ। ଦେଖିବାକୁ ହୁଷ୍ଟପୁଷ୍ଟ ଓ ସୁନ୍ଦର । ସେମାନେ ଠିକ୍‌ ଭାବେ ପୋଷାକ ପିନ୍ଧୁଛନ୍ତି, ଠିକ୍‌ ବିଷୟ କହୁଛନ୍ତି । ସେମାନେ ମଧ୍ୟ ମିଡିଆ ସହ ଜଡ଼ିତ ହେବା ବିଷୟରେ ଭଲ ଭାବେ ଜାଣନ୍ତି। ଏହି ଯୁବ ବାବାମାନେ ଏବେ ବଳିଷ୍ଠ, ଅଲୌକିକି ଶକ୍ତି ତଥା ଶ୍ମଶ୍ରୁଧାରୀ ବୃଦ୍ଧ ବାବାଙ୍କ ପ୍ରଭାବକୁ ଧୀରେ ଧୀରେ ହ୍ରାସ କରିବାରେ ଲାଗିଛନ୍ତି। ପ୍ରକୃତ ବାବା କିଏ ବର୍ତ୍ତମାନ ଲୋକେ ସନ୍ଦେହରେ ପଡ଼ିଲେଣି ଏବଂ ଏହାକୁ ନେଇ ଉଭୟ ଗୋଷ୍ଠୀର ବାବାଙ୍କ ପକ୍ଷରୁ ଜୋର୍‌ଦାର ଯୁକ୍ତି ଚାଲିଛି। ଏପରିକି ଶ୍ମଶ୍ରୁଧାରୀ ବୃଦ୍ଧ ବାବାରୁ ଯୁବ ଓ ସୁନ୍ଦର ନୂଆ ବାବାକୁ ପରିବର୍ତ୍ତନ ହେବା ବିଷୟ ହିନ୍ଦୁ ଦେବଦେବୀଙ୍କ ସହ ଜଡ଼ିତ ସିଦ୍ଧାନ୍ତ ବା ଛବିରେ ପ୍ରତିଫଳିତ ହୁଏ। ପୁରୁଣା ଛବିରେ ବହୁ ସମୟରେ ଦେବତାଙ୍କୁ ଶକ୍ତିଶାଳୀ, କଠୋର ଓ କ୍ରୋଧୀ ପୁରୁଷ ଭାବେ ବର୍ଣ୍ଣନା କରାଯାଇଛି। ଅଳ୍ପ କିଛି ଛବି ଦେବତାଙ୍କୁ ଯଥା ରାଧା, କୃଷ୍ଣ ଭଳି ପିଲା କିମ୍ବା ଦୁର୍ଗା ଭାବେ ଚିତ୍ରଣ କରିଛି। ଏମାନେ ସମସ୍ତେ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ। ଏଥିରୁ ଜଣାଯାଏ ଯେ, ଆମେ ଜଣେ ଶକ୍ତିଶାଳୀ ତଥା ଖଳ ପୁରୁଷ ବଦଳରେ ଜଣେ କୋମଳ ହୃଦୟଧାରୀ ଓ ପ୍ରେମୀ ପୁରୁଷଙ୍କୁ ଚାହଁୁ। ସମ୍ଭବତଃ ଲୋକେ ଶକ୍ତିଶାଳୀ ଗଣେଶଙ୍କୁ ନେଇ କ୍ଲାନ୍ତ ହୋଇଗଲେଣି ଏବଂ ସମସ୍ତଙ୍କ ପାଇଁ ସୁଖ ଆଣିପାରିଥିବା ଆକର୍ଷଣୀୟ କୁନି ଗଣେଶ ଫେରି ଆସିବାକୁ ଚାହଁୁଛନ୍ତି।
ପୁରାଣରେ, ଋଷି କିମ୍ବା ସନ୍ନ୍ୟାସୀମାନେ ସବୁପ୍ରକାର ରୂପ ଓ ଆକାରରେ ସାମ୍ନାକୁ ଆସିଛନ୍ତି। ଜଣେ ସନ୍ନ୍ୟାସୀ ପିଲା, ଯୁବକ କିମ୍ବା ବୃଦ୍ଧ ହୋଇପାରନ୍ତି। ଏହି ସିଦ୍ଧାନ୍ତ ମଧ୍ୟ ଦେବତାଙ୍କ କ୍ଷେତ୍ରରେ ହୋଇପାରେ। ବିଶେଷକରି ସପ୍ତଋଷିମାନେ ଆକାଶରେ ଦାଢ଼ିଧାରୀ ବୃଦ୍ଧ ଭାବେ ଦୃଶ୍ୟମାନ ହୋଇଥାନ୍ତି। ନବନାଥମାନଙ୍କୁ ସବୁବେଳେ ଜଙ୍ଗଲରେ ବୁଲୁଥିବା ଦାଢ଼ିଧାରୀ ସନ୍ଥ ଭାବେ ଦର୍ଶାଯାଇଛି। ରାମାୟଣ ଓ ମହାଭାରତର କାବ୍ୟର ରଚୟିତା ଯଥାକ୍ରମେ ଶ୍ମଶ୍ରୁଧାରୀ ବାଲ୍ମୀକି ଓ ବ୍ୟାସଙ୍କ ଭଳି ବ୍ରହ୍ମାଙ୍କୁ ସର୍ବଦା ଦେଖାଯାଏ। ଏମାନଙ୍କୁ ଦାଢ଼ିଧାରୀ ବୃଦ୍ଧ ଭାବେ ଚିତ୍ରଣ କରାଯାଇଛି। ଅଗସ୍ତ୍ୟ ଋଷିଙ୍କୁ ବେଳେବେଳେ ଜଣେ ପେଟୁଆ ଓ ଗେଡ଼ା ଭାବେ ଦେଖାଯାଇଥିଲେ ମଧ୍ୟ ଅଧିକାଂଶ ଋଷି ହେଉଛନ୍ତି ଡେଙ୍ଗା, ସୁସ୍ଥ ଓ ପତଳା ଏବଂ ସେମାନଙ୍କର ଆକର୍ଷଣୀୟ ଯୋଗୀ ଶରୀର ରହିଛି। ପୁରାଣରେ ମଧ୍ୟ କ୍ରୋଧୀ ଦୁର୍ବାସା ଏବଂ ଶାନ୍ତ ଦତ୍ତାତ୍ରେୟ ଋଷିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି।
ଶିଶୁ ବା ବାଳକ ଋଷିଙ୍କ କଥା ଦେଖିଲେ, ଉପନିଷଦରେ ୪ଜଣ ଶିଶୁ ଋଷି ସନତକୁମାରଙ୍କ ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳେ। ଏଥିରେ ନାରଦଙ୍କ କଥା ଅଛି, ଯିଏ କି ହାତରେ ବୀଣା ଓ ଝାଞ୍ଜ ଧରି ସବୁବେଳେ ଚୁଗୁଲି କରନ୍ତି ଓ ସମସ୍ୟା ସୃଷ୍ଟି କରିବା ପାଇଁ ସବୁଠିକୁ ଯାଆନ୍ତି। ଉପନିଷଦରେ ବ୍ୟାସଙ୍କ ପୁତ୍ର ଶୁଆ ମସ୍ତକଧାରୀ ଶୁକ ମୁନିଙ୍କ ବିଷୟରେ ବର୍ଣ୍ଣନା ରହିଛି। ସେ ଅତ୍ୟନ୍ତ ସରଳ ଓ ଯାହା ଶୁଣନ୍ତି ସବୁ ମନେରଖିପାରନ୍ତି। ନାଥ ପରମ୍ପରାରେ ଥିବା ହିମାଚଳର ମୟୂରାସୀନ ବାଳକ ନାଥ ବୃଦ୍ଧ ଗୋଷ୍ଠୀର ନବନାଥ ବିଶେଷକରି ଗୋରଖନାଥଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତି।
ଦେବତାଙ୍କ ମଧ୍ୟରେ ହିନ୍ଦୁତ୍ୱ ଧାରାରେ ଉଗ୍ର ଶିବ, ତାନ୍ତ୍ରିକ ପରମ୍ପରାରେ ଭୈରବ ଏବଂ ବେଙ୍ଗଲର ପେଟୁ ବୁଦ୍ଧବାବା ଥିବାବେଳେ କଶ୍ମୀରରେ ବାଳକ ବଟୁକ ଭୈରବ ରହିଛନ୍ତି। ବିଷ୍ଣୁ ବାଳକ ରୂପୀ ବାମନ ଅବତାର ରୂପ ଧାରଣ କରିଥିଲେ ଏବଂ ପରେ ମହାକାୟ ଭାବେ ପ୍ରକଟ ହୋଇଥିଲେ। ସେ ହେଉଛନ୍ତି କ୍ରୋଧୀ ଯୋଦ୍ଧା ଯୋଗୀ ପର୍ଶୁରାମ ଏବଂ ସେ ବି ହେଉଛନ୍ତି ବାଳକ କୃଷ୍ଣ, ଯିଏ ସମଗ୍ର ବିଶ୍ୱକୁ ମୁଖରେ ଧାରଣ କରିପାରନ୍ତି। ଗୀତଗୋବିନ୍ଦରେ ସେହି କୁନି ଶିଶୁ କୃଷ୍ଣ ଯେତେବେଳେ ଗୋପାଳଙ୍କ ଗହଣରେ ଏକୁଟିଆ ରହିଛନ୍ତି ସେତେବେଳେ ସେ ଜଣେ ସୁନ୍ଦର ବାଳକ ଭାବେ ନିଜକୁ ପ୍ରକଟ କରିଛନ୍ତି । ସେତେବେଳେ ଗାଁର ଲୋକେ ତାଙ୍କର ଏଭଳି ରୂପ ଧାରଣ ସମ୍ପର୍କରେ ଜାଣିପାରି ନ ଥିଲେ।
ରାମଙ୍କୁ ମଧ୍ୟ ଜଣେ ବାଳକ କିମ୍ବା କୃଷ୍ଣଙ୍କ ଭଳି ଛୋଟ ପିଲା ଭାବେ ଅଧିକ ଦର୍ଶାଯାଇଥିବା ଆମେ ଦେଖିବାକୁ ପାଉ, ଯାହାଙ୍କ ପାଖରେ ତାଙ୍କ ପରିବାର କିମ୍ବା ମାତାପିତା ରହିନାହାନ୍ତି। ତାଙ୍କ ପାଖରେ କେବଳ ୨ଜଣ ସେବକ ହନୁମାନ ଓ ଗରୁଡ଼ ଏବଂ ଅନେକ ଆଦର୍ଶ ବ୍ୟକ୍ତି ରହିଛନ୍ତି। ତାଙ୍କ ଖେଳନା ଅସ୍ତ୍ରଶସ୍ତ୍ରଗୁଡ଼ିକ ଏବେ ଯୁଦ୍ଧ ଉପରେ ଆଧାରିତ ଭିଡିଓ ଗେମ୍‌ରେ ଦେଖିବାକୁ ମିଳେ, ଯେଉଁଥିରେ ପିିଲାମାନେ ଅତ୍ୟଧିକ ସମୟ କଟାଉଛନ୍ତି। ପ୍ରାୟତଃ ଏମାନେ ଜେନ୍‌ ଜେଡ୍‌ (୧୩-୨୮ ବର୍ଷ ବୟସ)ର ଭାବନକୁ ଧରି ରଖିଛନ୍ତି। ତେବେ ଏହା ଉପରେ ଏତେ ଗୁରୁତ୍ୱ ଦିଆଯାଉନାହିଁ କି ଚିନ୍ତା ପ୍ରକଟ କରାଯାଉନାହିଁ।
ହିନ୍ଦୁଧର୍ମର ବୈଶ୍ୱିକ ଦୃଷ୍ଟିକୋଣକୁ ଦେଖିଲେ, ଏଥିରେ ଯେକୌଣସି ବୟସର ଜଣେ ଋଷି ହୋଇପାରିଥିବା ଦେଖାଯାଏ। ତେବେ କେବଳ ଅଭିଜ୍ଞତା ଦ୍ୱାରା ଜ୍ଞାନ ଆହରଣ କରାଯାଏ ନାହିଁ। ବିଶ୍ୱରେ ଜଣେ ବାଳକ ସବୁ ଜ୍ଞାନର ଅଧିକାରୀ ହୋଇପାରୁଥିବାବେଳେ ଜଣେ ବୃଦ୍ଧ ବା ବୟସ୍କ ବ୍ୟକ୍ତି ସବୁଠୁ ଅଜ୍ଞ ଓ ଭ୍ରମିତ ହୋଇପାରନ୍ତି। ହିନ୍ଦୁ ପୁରାଣରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦେବତା ଉଭୟ ଜଣେ ଶିଶୁ ଓ ବୟସ୍କ ପୁରୁଷ କିମ୍ବା ବୃଦ୍ଧ ହୋଇପାରନ୍ତି ଏବଂ ସମାନ ପ୍ରକାର ବିଚାର ମଧ୍ୟ ଦେବୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ଦେବୀମାନେ ଯୌବନ ପୂର୍ବ କନ୍ୟାବସ୍ଥା ( କମଳା), ଯୁବତୀ (ଷୋଡ଼ଶୀ)ଠାରୁ ଆରମ୍ଭକରି ବୟସ୍କା (ମାତଙ୍ଗୀ) ଏବଂ ବୃଦ୍ଧା (ଧୁମାବତୀ) ଏକ ପୂର୍ଣ୍ଣ ଆୟୁବର୍ଗକୁ ଧାରଣ କରିଥାନ୍ତି।
ଖ୍ରୀଷ୍ଟଧର୍ମରେ ଈଶ୍ୱର ଜଣେ ବୃଦ୍ଧ ଭାବେ ରହିଛନ୍ତି। ଯିଶୁଙ୍କୁ ତାଙ୍କ ମାଆଙ୍କ କୋଳରେ ଜଣେ ଶିଶୁ ଭାବେ ଦେଖାଯାଇଥାଏ ଏବଂ ଜଣେ କ୍ରୁଶବିଦ୍ଧ ଯୁବକ ଭାବେ ବି ଦୃଶ୍ୟମାନ ହୋଇଥାନ୍ତି। ଇସ୍‌ଲାମ୍‌ିକ ସୁଫି କବିତାରେ, ଈଶ୍ୱରଙ୍କୁ ଲମ୍ବା କୁଞ୍ଚୁକୁଞ୍ଚିଆ କେଶଧାରୀ ତଥା ଠିକ୍‌ ଭାବେ ଟୋପି ପିନ୍ଧି ନ ଥିବା ଜଣେ ମେଷପାଳକ ବାଳକ ଭାବେ ପରୋକ୍ଷରେ ସଙ୍କେତ ଦିଆଯାଇଛି। ଗ୍ରୀକ୍‌ ପୁରାଣଗୁଡ଼ିକରେ ମଧ୍ୟ ଏରୋସ୍‌ଙ୍କ ଭଳି ବାଳକ ରୂପୀ ଈଶ୍ୱର, ଆପୋଲୋଙ୍କ ଭଳି ଯୁବକ, ବୟସ୍କ ଆରିସ୍‌ ଏବଂ ବୃଦ୍ଧ ଜିଉସ୍‌ଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଦେବୀଙ୍କୁ ଯବତୀ (ପରସେଫୋନ), ବୟସ୍କା (ହେରା) ଏବଂ ବୃଦ୍ଧା (ହେକାଟେ) ଭାବେ ଦର୍ଶାଯାଇଛି। ଆଧ୍ୟାତ୍ମିକ ସନ୍ତୋଷ ଆମକୁ ବେଳେବେଳେ ଯୁବକ ଏବଂ ବେଳେବେଳେ ବୃଦ୍ଧ ଅବସ୍ଥାରୁ ମିଳିଥାଏ। ତେବେ ଆମେ ନିଜକୁ କେତେ ବୃଦ୍ଧା କିମ୍ବା ଯୁବକ ଅନୁଭବ କରୁଛୁ ତାହା ଉପରେ ଏହା ନିର୍ଭରକରେ ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri