ପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥା

ଓଡ଼ିଶାର ଘରେ ଘରେ ପରିଚିତ ସାଲେପୁରସ୍ଥିତ ବିକଳାନନ୍ଦ କରଙ୍କ ରସଗୋଲା। ଦିନେ ଏକ ବରଗଛ ତଳେ ରସଗୋଲା ଓ ବରା ଡାଲମା ବିକୁଥଲେ ବିକଳାନନ୍ଦ। ମେଳା ମହୋତ୍ସବ ହେଲେ ସେ ସେଠାରେ ପହଞ୍ଚତ୍ୟାଉଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା କଳା ତାଙ୍କୁ ବେଶ୍‌ ଜଣାଥିଲା। ସେତେବେଳେ ବିଜୁଳି ଆଲୁଅ ବା ବ୍ୟାଟେରି ଆଲୋକ ଖୁବ୍‌ କମ୍‌ ଦେଖିବାକୁ ମିଳୁଥିଲା। ତେଣୁ ସେ ବେପାରକୁ ବାହାରିବାବେଳେ ସାଥିରେ ଏକ ଲାଇଟ୍‌ ନେଇଯାଉଥିଲେ। ସେହି ଲାଇଟ୍‌ ଦେଖିବାକୁ ତାଙ୍କ ପାଖରେ ଜମୁଥିଲା ଲୋକଙ୍କ ଭିଡ଼ ଏବଂ ବେପାର ମଧ୍ୟ ଖୁବ୍‌ ଭଲ ହେଉଥିଲା। ତାଙ୍କର ଏପରି ବ୍ୟବସାୟ କଳାରେ ଅନୁପ୍ରାଣିତ ହୋଇ ପାରିବାରିକ ବ୍ୟବସାୟକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇନେଇଛନ୍ତି। ପ୍ରାୟ ୧୦୦ବର୍ଷର ଏହି ପ୍ରତିଷ୍ଠାନର ମଙ୍ଗ ଧରିଥିବା ବିକଳାନନ୍ଦ କରଙ୍କ ନାତୁଣୀ ତଥା କର ଆଣ୍ଡ୍‌ ବ୍ରଦର୍ସର ଡାଇରେକ୍ଟର ସାଇ ଶିବାନୀ କରଙ୍କ ସହ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଆଳାପ…

ପ୍ର-ଆପଣଙ୍କ ନିକଟରେ ଅନେକ ସୁଯୋଗ ରହିଥିଲେ ମଧ୍ୟ ପାରିବାରିକ ବ୍ୟବସାୟରେ କାହିଁକି ପାଦଦେଇଥିଲେ?
ଉ- ଜେଜେଙ୍କ ପରେ ତାଙ୍କର ତିନିପୁଅ ସ୍ବର୍ଗତ ଦେବେନ୍ଦ୍ରନାଥ, ପ୍ରଦୀପ୍ତ କୁମାର ଓ ପ୍ରଶାନ୍ତ କୁମାର ବ୍ୟବସାୟରେ ଯୋଗଦେଇଥିଲେ। ଜେଜେ ହାତରେ ମିଠା ଗଢ଼ୁଥିବାବେଳେ ବଡ଼ବାପା ଦେବେନ୍ଦ୍ର ମିଠା ପ୍ରସ୍ତୁତି ଓ ପ୍ୟାକେଜିଂରେ ମେଶିନ୍‌ ପ୍ରୟୋଗ ଆରମ୍ଭ କରିଥିଲେ। ମୋର ପାଠପଢ଼ା ସମୟରେ ବ୍ୟବସାୟ ବିଷୟରେ ଘରେ ସବୁବେଳେ ଆଲୋଚନା ହୁଏ। ସେତେବଳେ ମୁଁ ଓ ସାନ ଭଉଣୀ ସାଇପ୍ରିୟା କର ଏହି ବ୍ୟବସାୟକୁ ସମ୍ପ୍ରସାରଣ କରିବୁ ବୋଲି ସ୍ଥିର କରିଥିଲୁ। ବି.କମ୍‌ ପରେ ହସ୍ପିଟାଲିଟି ଆଣ୍ଡ୍‌ ମ୍ୟାନେଜମେଣ୍ଟରେ ଏମବିଏ କରିବା ପରେ ପ୍ରାୟ ୭/୮ ବର୍ଷ ତଳେ ମୁଁ ଏଥିରେ ଯୋଗଦେଇଥିଲି। ପାରିବାରିକ ବ୍ୟବସାୟକୁ ଆଗକୁ ନେବା ମୋ ପାଇଁ ଭାଗ୍ୟର କଥା।
ପ୍ର- ଆପଣଙ୍କ ଉପତ୍ାଦ ଓଡ଼ିଶାର ଘରେ ଘରେ ପରିଚିତ, କିପରି ଅନୁଭବ କରନ୍ତି?
ଉ- ରସଗୋଲା କଥା ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଆସେ। ତେଣୁ ମହାପ୍ରଭୁଙ୍କ ପ୍ରିୟ ରସଗୋଲା ପ୍ରସ୍ତୁତ କରିବାରେ ଆମକୁ ଖୁବ୍‌ ଭଲ ଲାଗେ। ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଆମେ ବହୁତ ପ୍ରୟାସ କରିଥିଲୁ। ଜିଆଇ ଟ୍ୟାଗର ବ୍ୟବହାର ପାଇଁ ଆମେ ସ୍ବୀକୃତିପ୍ରାପ୍ତ ହୋଇଥିବାରୁ ସେ ଅନୁଭବ ମଧ୍ୟ ନିଆରା। ମୁସ୍‌ମୁସ୍‌, ଚମଚମ, ରାଜାଭୋଗ ସହ ନମକିନ୍‌ର ବହୁତ ଚାହିଦା ରହୁଛି। ତେଣୁ ନୂଆ ନୂଆ ମିଠା ପ୍ରସ୍ତୁତି କରିବାକୁ ଯୋଜନା କରୁଛୁ। ସଚେତନ ଲୋକମାନେ ସୁଗାର ଫ୍ରି ମିିଠା ଉପରେ ନିର୍ଭର କରୁଛନ୍ତି। ସେହି ମୁତାବକ ଅଧିକ ମିଠା ପ୍ରସ୍ତୁତ କରୁଛୁ।
ପ୍ର- ବ୍ୟବସାୟ ବିସ୍ତାର ପାଇଁ ଆଗକୁ କ’ଣ ଯୋଜନା ରହିଛି? ଅନଲାଇନ୍‌ କାରବାର ବ୍ୟବସାୟକୁ ସହଜ କରିଛି କି?
ଉ- ଓଡ଼ିଶାରେ ଆମର ବର୍ତ୍ତମାନ ୧୩ଟି ଆଉଟଲେଟ୍‌ ରହିଛି। ଭୁବନେଶ୍ୱରରେ ୬ଟି, ଅନୁଗୋଳ ଓ ସାଲେପୁରରେ ଗୋଟିଏ ଲେଖାଏ, କଟକରେ ୪ଟି ଆଉଟଲେଟ୍‌ ରହିଛି। ଆଗକୁ ସାଲେପୁରରେ ଆଉ ଏକ ଷ୍ଟୋର ଖୋଲିବ। ନୂଆ ନୂଆ ଜ୍ଞାନକୌଶଳ ବା ଯନ୍ତ୍ରାଂଶର ପ୍ରୟୋଗ ମଧ୍ୟ ବଢ଼ାଯିବ। ଅନଲାଇନ୍‌ ପ୍ଲାଟଫର୍ମ ବ୍ୟବସାୟକୁ ବେଶ୍‌ ତ୍ୱରାନ୍ବିତ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶକୁ ଆମର ଉପତ୍ାଦ ଯାଉଛି। ବିଦେଶରୁ ମଧ୍ୟ ମିଠା ବରାଦ ରହୁଛି।
ପ୍ର- ବ୍ୟବସାୟ ସହ ସାମାଜିକ ଦାୟିତ୍ୱକୁ କିପରି ତୁଲାଇଥା’ନ୍ତି?
ଉ- ଜେଜେଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି। ୧୯୬୪ରେ ଅନ୍ୟମାନଙ୍କ ସହ ମିଶି ଜେଜେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ। ଏଠାରେ ପ୍ରତିବର୍ଷ ୭୦ରୁ ୮୦ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଆମେ ବହନ କରୁଛୁ। ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷିତ ପିଲାଙ୍କୁ ଆମ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି। ଗୋସେବା, ରକ୍ତଦାନ ଶିବିର ଆଦିର ମଧ୍ୟ ଆୟୋଜନ କରାଯାଉଛି।
ପ୍ର- ଖାଦ୍ୟଶିଳ୍ପରେ ପ୍ରବେଶ କରୁଥିବା ଯୁବ ଉଦ୍ୟୋଗୀଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଉ- ଏହା ଏପରି ଏକ ବ୍ୟବସାୟ ଯେଉଁଥିରେ କାରବାରରେ ନିରନ୍ତରତା, ପ୍ରସ୍ତୁତି ପ୍ରଣାଳୀରେ ସ୍ବଚ୍ଛତା, ଚାହିଦା ମୁତାବକ ଉପଲବ୍ଧତା ଆଦି ହିଁ ସଫଳତାର ମନ୍ତ୍ର। ସଫଳତା ପାଇଁ କୌଣସି ଶର୍ଟକଟ୍‌ କାମ କରେ ନାହିଁ। ତେଣୁ ନିଷ୍ଠାର ସହ ଏହି ବ୍ୟବସାୟରେ ପ୍ରବେଶ କରିବା ଦରକାର।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?