ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ସେ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି, ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁରର ଗଣେଶ ଡାକୁଆ ନାମକ ଯୁବକ ଥାନାରେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି। ପରେ ପୋଲିସ ପିନ୍ଧିଥିବା ବେଲ୍ଟରେ ମୃତକଙ୍କୁ ଝରକାରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦିଆଯାଇଛି। ଏହି ମାମଲାରେ ଗୋଳନ୍ଥରା ପୋଲିସର ଭୂମିକା ସନ୍ଦେହଘେରକୁ ଆସିଛି। ଯେହେତୁ ଏହି ଘଟଣା ଏକ ହାଜତ ମୃତ୍ୟୁ ସମ୍ପର୍କିତ ତେଣୁ ଉକ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ। ଗଣେଶଙ୍କ ଏକ ଦେଢ଼ ବର୍ଷର ପୁଅ ରହିଥିବାବେଳେ ତାଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। ବୃଦ୍ଧ ମାଆ ବାପାଙ୍କର ଗଣେଶ ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଏଣୁ ତାଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ସ୍ବରୂପ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ, ଡିଜିପି, ବ୍ରହ୍ମପୁର ଏସ୍‌ପି ଓ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ପ୍ରକାଶ ଯେ ଏକ ଇଟାଭାଟିରେ ଶ୍ରମିକମାନଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଗଣେଶଙ୍କୁ ଗୋଳନ୍ଥରା ପୋଲିସ ଗତ ୩ ତାରିଖରେ ଥାନାକୁ ଆଣି ଶିଶୁ ଓ ମହିଳା ଅଭ୍ୟର୍ଥନା କକ୍ଷରେ ରଖି ପଚରାଉଚରା କରିଥିଲା। ରାତି ପ୍ରାୟ ୮ଟାରେ ପୋଲିସ କର୍ମଚାରୀଙ୍କ ଅନୁପସ୍ତିତିର ସୁଯୋଗ ନେଇ ଗଣେଶ ପିନ୍ଧିଥିବା ବେଲ୍ଟକୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ। ଏହାଦେଖି ଦାୟିତ୍ୱରେ ଥିବା ସେଣ୍ଟ୍ରି ଗଣେଶଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ କନଷ୍ଟେବଳ ଡି.ପି. ଜେନାଙ୍କୁ ନିଲମ୍ବିତ କରିଥିଲେ। ଏପରି କି ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କୁ ଘଟଣାର ତଦନ୍ତ ଶେଷ ପର୍ଯ୍ୟନ୍ତ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାରେ ରାଜ୍ୟ ମାନବ ଅଧିକାର ଆୟୋଗରେ ମଧ୍ୟ ଏକ ମାମଲା ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ...

ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ...

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri