ଜମୁଛି ଓଳଗ ଦୁର୍ଗାପୂଜା: ଶରବିନ୍ଧା ପ୍ରତିଯୋଗିତା ଲାଗି ଉତ୍ସାହିତ ଯୁବଗୋଷ୍ଠୀ

ଆରଡ଼ି,୨।୧୦(ଡି.ଏନ୍‌.ଏ.): ମହାମାରୀ କରୋନାର ସଂକ୍ରମଣ କମିଛି। ପାର୍ବଣରେ ନାହିଁ ଆଉ କଟକଣା। ଏନେଇ ଚଳିତ ଦୁର୍ଗାପୂଜାରେ ସଜେଇ ହୋଇଛି ଦୁଇ ଜନପଦ। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବଡ଼ ଓଳଗ ଓ ସାନ ଓଳଗରେ ୪ ଦିନ ଧରି ଚାଲୁଥିବା କ୍ଷତ୍ରିୟ ସମ୍ପ୍ରଦାୟଙ୍କ ଶାରଦୀୟ ପୂଜାରେ ରବିବାର ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଛି। ଏହି ଅବସରରେ ମା’ଙ୍କ ଚଣ୍ଡୀପାଠ ସହ ଗ୍ରାମବାସୀଙ୍କ ନାମ ସଂକୀର୍ତ୍ତନ ପରିବେଶକୁ ଭକ୍ତିମୟ କରିଦେଇଛି। ଏପରି କି ଆରମ୍ଭ ହୋଇଯାଇଛି ଯୁବକଙ୍କ ଖଣ୍ଡା ଓ ବାଡ଼ି ଖେଳ। ଏନେଇ ଜମୁଛି ଦର୍ଶକଙ୍କ ଭିଡ଼। ବଡ଼ ଓଳଗ ପୂଜା ମଣ୍ଡପରେ ମା’ଙ୍କ କଳସ ସ୍ଥାପନ ପରେ ସୁନା ଓ ରୁପାରେ ନିର୍ମିତ ଚକ୍ଷୁ, ନାସା, କର୍ଣ୍ଣ, ଅଧର, ମୁକୁଟ ଆଦିରେ ମା’ଙ୍କୁ ସୁଶୋଭିତ କରି ପୂଜା କରାଯାଉଛି। ସେହିଭଳି ସାନ ଓଳଗରେ ମଧ୍ୟ ପାର୍ବଣର ମହକ ବାରିହୋଇପଡୁଛି। ଏଠାରେ ମହଣ ପତ୍ରକୁ ମା’ଙ୍କ ବିଗ୍ରହ ଭାବେ ପୂଜା ମଣ୍ଡପରେ ସ୍ଥାପନ କରି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି ।

ସୋମବାର ଓ ମଙ୍ଗଳବାର ଏହି ଦୁଇ ଗ୍ରାମରେ ପାଳିତ ହେବ ମହାଷ୍ଟମୀ ଓ ମହାନବମୀ ପୂଜା। ପରମ୍ପରା ଅନୁସାରେ ମହାଷ୍ଟମୀରେ ଗ୍ରାମର କିଶୋରୀ, କିଶୋର, ଯୁବତୀ, ଯୁବକ, ବୃଦ୍ଧା, ବୃଦ୍ଧ ଉପବାସ କରି ମା’ଙ୍କୁ ଆରାଧନା କରିଥାନ୍ତି। ଚଣ୍ଡୀପାଠ, କୁଷ୍ମାଣ୍ଡ ବଳି ପରେ ବ୍ରତଧାରୀ ବ୍ରତ ଭଙ୍ଗ କରି ପ୍ରସାଦ ସେବନ କରିଥାନ୍ତି। ସନ୍ଧ୍ୟାରେ ପ୍ରତି ଘରେ ଖିରି, ପୁରି, କାକରା, ମାଲପୁଆ, ପଞ୍ଚାମୃତ ଆଦି ପ୍ରସ୍ତୁତ କରି ଲୋକଙ୍କୁ ପରଷିଥାନ୍ତି। ମହାନବମୀରେ ମଧ୍ୟ ଏହି ପରମ୍ପରା ରହିଛି। ବୁଧବାର ଗ୍ରାମରେ ପାଳିତ ହେବ ଦଶହରା ପର୍ବ। ପୂର୍ବାହ୍ନରେ ମା’ଙ୍କୁ ବିରାଟ ପଟୁଆର ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଉଭୟ ଗ୍ରାମରେ ପରିକ୍ରମା କରାଯାଇଥାଏ। ଏହି ଅବସରରେ ଗ୍ରାମର ଯୁବକମାନେ ଖଣ୍ଡା, ବାଡ଼ି ଖେଳର ତାଳେ ତାଳେ ମା’ଙ୍କୁ ବିଦାୟ ଦେଇଥାନ୍ତି। ଅପରାହ୍ନ ପରେ ନିକଟସ୍ଥ ଅମୃତମଣିଠାରେ ଉଭୟ ଗ୍ରାମ ମଧ୍ୟରେ ଶରବିନ୍ଧା ପ୍ରତିଯୋଗିତା ହୋଇଥାଏ। ଲକ୍ଷ୍ୟସ୍ଥଳଠାରୁ ୧୦୦ ଫୁଟ ଦୂରରେ ପୋତା ହୋଇଥିବା କଦଳୀ ଗଛକୁ ତୀର ନିକ୍ଷେପ କରିଥାନ୍ତି। ଯେଉଁ ଗ୍ରାମର ଯୁବକ ଉକ୍ତ ଗଛରେ ତୀର ଲଗାଇଥାନ୍ତି ସେହି ଗ୍ରାମ ମା’ଙ୍କ ଭୂସମ୍ପତ୍ତିକୁ ୧ ବର୍ଷ ପାଇଁ ନେଇଥାାନ୍ତି। ଏହି ପରମ୍ପରା ଦୀର୍ଘ ୫୦୦ ବର୍ଷରୁ ଅଧିକ ହେବ ଚାଲିଆସୁଛି ବୋଲି ଗ୍ରାମବାସୀ କୁହନ୍ତି। କେବଳ ପୂଜା ନୁହେଁ, ଏହି ପରମ୍ପରା ଉଭୟ ଗ୍ରାମ ମଧ୍ୟରେ ଭାଇଚାରା ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?